ଭୋପାଳ: ହାଇଦ୍ରାବାଦ୍ ଗଣଦୁଷ୍କର୍ମରେ ଦୋଷୀଙ୍କୁ ଏନକାଉଣ୍ଟର ପରେ ନିର୍ଭୟାଙ୍କୁ ନ୍ୟାୟ ପାଇଁ ଦାବି ଜୋର ଧରିଛି । ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଜଣେ ଅବସରପ୍ରାପ୍ତ ଯବାନ ପ୍ରଦୀପ ସିଂହ ନିର୍ଭୟା ମାମଲାରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ଫାଶୀ ଦେବା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରୀ ଜଣାଇଛନ୍ତି।
ସେ ଚିଠିରେ ଲେଖିଛନ୍ତି, ସମାଚାର ମାଧ୍ୟମରେ ସେ ନିର୍ଭୟା ପୀଡିତାଙ୍କ ଆସାମୀ ତିହାର ଜେଲରେ ଥିବା କଥା ଶୁଣିବାକୁ ପାଇଥିଲେ। ଏହି ଜେଲରେ ଜାଲ୍ଲାଦଙ୍କ ଅଭାବ ଥିବାରୁ ଫାଶୀ ଦଣ୍ଡ ଦିଆଯାଇ ପାରୁନାହିଁ। ମୋତେ ବିନା ଶୁକ୍ଳରେ ଜଲ୍ଲାଦ ନିଯୁକ୍ତି ଦିଅନ୍ତୁ ଓ ମୁଁ ଫାଶୀ ଦଣ୍ଡ ଦେବାକୁ ଚାହୁଁଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଅବସରପ୍ରାପ୍ତ ଯବାନ। ଏହାସହ ସେ 5 ଲକ୍ଷ ଟଙ୍କା ଦେବେ ବୋଲି ଜଣାଇଛନ୍ତି।
ପ୍ରଦୀପ ସିଂହ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଜଲ୍ଲାଦଙ୍କ ଅଭାବ କାରଣରୁ ଅନେକ ଅପରାଧୀଙ୍କୁ ଫାଶୀ ଦଣ୍ଡ ଦିଆଯାଇ ପାରୁନାହିଁ।