ETV Bharat / bharat

ନବବିବାହିତଙ୍କ ମହାନତା, କ୍ବାରେଣ୍ଟାଇନ ସେଣ୍ଟରକୁ ଦାନ କଲେ 50 ବେଡ - କୋରୋନା

ମୁମ୍ବାଇର ଏକ ଦମ୍ପତ୍ତି ସେମାନଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ଏକ କୋଭିଡ ସେଣ୍ଟରକୁ 50 ବେଡ୍ ଦାନ କରିଛନ୍ତି । ଉଭୟ ପ୍ରଥମେ ଚର୍ଚ୍ଚରେ ବିବାହ କରିଥିଲେ ଏବଂ ପରେ କୋଭିଡ ସେଣ୍ଟରକୁ ଯାଇ 50 ବେଡ ଦାନ କରିଥିଲେ । ଅଧିକ ପଢନ୍ତୁ...

ବିବାହରେ କୋରୋନା ରୋଗୀଙ୍କ ପାଇଁ 50 ବେଡ୍ ଦାନ କଲେ ଦମ୍ପତ୍ତି

author img

By

Published : Jun 24, 2020, 7:50 PM IST

ମୁମ୍ବାଇ: କୋରୋନାକୁ ହରାଇବା ପାଇଁ ସରକାର ଦେଶରେ ମାର୍ଚ୍ଚରୁ ଲକଡାଉନ ଆରମ୍ଭ କରିଥିଲେ । ତେବେ ଏହି ଲକଡାଉନ ସମୟରେ ମାନବିକତା ଦେଖାଇଥିବା ଅନେକ ଘଟଣା ସାମ୍ନାକୁ ଆସିଛି । ଏହି ମହାମାରୀ ସମୟରେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଏନେକ ଲୋକ ହାତ ବଢାଇଛନ୍ତି । ତେବେ ବୁଧବାର ଏପରି ଏକ ଖବର ସାମ୍ନାକୁ ଆସିଛି । ମୁମ୍ବାଇର ଏକ ଦମ୍ପତ୍ତି ସେମାନଙ୍କ ବିବାହକୁ ସ୍ମରଣୀୟ କରିବା ପାଇଁ ଏକ କୋଭିଡ କ୍ବାରେଣ୍ଟାଇନ ସେଣ୍ଟରକୁ 50 ବେଡ୍ ଦାନ କରିଥିବା ଦେଖିବାକୁ ମିଳିଛି ।

ବିବାହରେ କୋରୋନା ରୋଗୀଙ୍କ ପାଇଁ 50 ବେଡ୍ ଦାନ କଲେ ଦମ୍ପତ୍ତି
ବିବାହରେ କୋରୋନା ରୋଗୀଙ୍କ ପାଇଁ 50 ବେଡ୍ ଦାନ କଲେ ଦମ୍ପତ୍ତି

ମୁମ୍ବାଇର ବସଇ ଅଞ୍ଚଳରେ ରହୁଥିବା ଏହି ଦମ୍ପତିଙ୍କ ନାମ ଏରିକ୍ ଏବଂ ମର୍ଲିନ୍ । ଉଭୟ ପ୍ରଥମେ ଚର୍ଚ୍ଚରେ ବିବାହ କରିଥିଲେ ଏବଂ ପରେ କୋଭିଡ ସେଣ୍ଟରକୁ ଯାଇ 50 ବେଡ୍ ଦାନ କରିଥିଲେ । ଦମ୍ପତି ବିଶ୍ବାସ କରନ୍ତି ଯେ ଦୁନିଆ ସେମାନଙ୍କ ବିବାହରେ ଏପରି ଏକ ଉତ୍ତମ ଉପହାର ପାଇବ, ଯହାଦ୍ବାରା ଅସୁସ୍ଥ ଲୋକମାନଙ୍କର ଯତ୍ନ ନିଆଯାଇପାରିବ ।

ତେବେ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ 1,39,010 ଟି କରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 69,631 ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ମାମଲା ସଂଖ୍ୟା ହେଉଛି 62,848 । ରାଜ୍ୟରେ କୋରୋନାରେ 6,531 ଲୋକ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.