ETV Bharat / bharat

ବିକାଶଶୀଳ ରାଷ୍ଟ୍ର: ଆର୍ଥିକ ସବଳ, ମୁଦ୍ରା ଦୁର୍ବଳ

ବିଶ୍ବରେ ଏମିତି ଅନେକ ଦେଶ ଅଛନ୍ତି ଯାହାର ମୁଦ୍ରା ଅନ୍ୟ ଦେଶ ତୁଳନାରେ ଖୁବ୍ ଶସ୍ତା । ମୁଦ୍ରାର ଖରାପ ସ୍ଥିତି ଥିବା ଦେଶମାନଙ୍କ ମଧ୍ୟରେ ଇରାନ, ଭିଏତନାମ, ଇଣ୍ଡୋନେସିଆ ଏବଂ ଗିନି ସାମଲି ରହିଛି । ଅଧିକ ପଢନ୍ତୁ..

author img

By

Published : Jul 13, 2020, 6:42 PM IST

ବିକାଶଶୀଳ ରାଷ୍ଟ୍ର: ଆର୍ଥିକ ସବଳ, ମୁଦ୍ରା ଦୁର୍ବଳ
ବିକାଶଶୀଳ ରାଷ୍ଟ୍ର: ଆର୍ଥିକ ସବଳ, ମୁଦ୍ରା ଦୁର୍ବଳ

ନୂଆଦିଲ୍ଲୀ: ବିଶ୍ବରେ ଏମିତି ଅନେକ ଦେଶ ରହିଛି ଯାହାର ମୁଦ୍ରା ଆମେରିକୀୟ ଡଲାର ତୁଳନାରେ ଖୁବ୍ ଦୁର୍ବଳ । ତେବେ ବର୍ତ୍ତମାନ ସୁଦ୍ଧା ଆପଣ ପାକିସ୍ତାନ ବିଷୟରେ ଜାଣିଥିବେ ଯାହାର ମୁଦ୍ରା ଡଲାର ତୁଳନାରେ ଖୁବ୍ କମ୍ । ଏଠାର ନାଗରିକ ଦନଦିନର ସାମଗ୍ରୀ କିଣିବା ପାଇଁ ମଧ୍ୟ ଶହେ ଥର ଭାବିଥାଆନ୍ତି । ତେବେ ପାକିସ୍ତାନ ବ୍ୟତୀତ ଅନେକ ଦେଶର ନାଗରିକ ମଧ୍ୟ ଏହି ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥାଆନ୍ତି । ଏହାର ଅନେକ କାରଣ ରହିଛି । ଯେଉଁ କାରଣରୁ ଏହି ଦେଶରେ ଆମେରିକୀୟ ଡଲାର ଖୁବ୍ ମଜବୁତ୍ ହୋଇଛି ।

ବିଶ୍ବରେ ଅନେକ ଦେଶ ଅଛନ୍ତି ଯାହାର ମୁଦ୍ରା ଅନ୍ୟ ଦେଶ ତୁଳନାରେ ଖୁବ୍ ଶସ୍ତା । ମୁଦ୍ରାର ଖରାପ ସ୍ଥିତି ଥିବା ଦେଶମାନଙ୍କ ମଧ୍ୟରେ ଇରାନ, ଭିଏତନାମ, ଇଣ୍ଡୋନେସିଆ ଏବଂ ଗିନି ସାମଲି ରହିଛି । ଏହି ଦେଶର ନାଗରିକଙ୍କୁ ଗୋଟିଏ ଆମେରିକୀୟ ଡଲାର କିଣିବା ପାଇଁ ସେମାନଙ୍କ ଦେଶର ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ।

ଇରାନ

ଏହି ଦେଶର ମୁଦ୍ରା ଅନ୍ୟ ଦେଶ ତୁଳନାରେ ଖୁବ୍ ଦୁର୍ବଳ ରହିଛି । ଏକ ଡଲାର କିଣିବା ପାଇଁ ଲୋକଙ୍କୁ 42,105 ଇରାନ ରିୟାଲ ଖର୍ଚ୍ଚ କରିବାକୁ ପଡିଥାଏ । ଏହା ଏକ ମୁସଲମାନ ରାଷ୍ଟ୍ର ଯାହା ନିଜ ସଂସ୍କୃତି ପାଇଁ ସାରା ବିଶ୍ବରେ ଜଣାଶୁଣା । କୋରୋନା ସଙ୍କଟର ଗୁରୁତ୍ବର ଭାବରେ ପ୍ରଭାବିତ ହୋଇଛି ଏହି ଦେଶ ।

ଭିଏତନାମ

ପାକିସ୍ତାନ ପରି ଏହି ଦକ୍ଷିଣ ଏସୀୟ ଦେଶ ମଧ୍ୟ ଏହାର ମୁଦ୍ରା ମୂଲ୍ୟ ହ୍ରାସ କରିଛି । ଏହି କାରଣରୁ, ଗୋଟିଏ ଆମେରିକୀୟ ଡଲାର କିଣିବା ଏଠାକାର ନାଗରିକଙ୍କୁ 23,192 ଭିଏତନାମ ଡଙ୍ଗ୍ ଖର୍ଚ୍ଚ କରିବାକୁ ପଡିଥାଏ । ବିମୁଦ୍ରାକରଣର ପ୍ରଭାବ ହେତୁ ଏହି ଦେଶ ମଧ୍ୟ ଆର୍ଥିକ ସ୍ଥିତିର ସମ୍ମୁଖୀନ ହୋଇଛି । ଏହି ଦେଶ ପୂର୍ବ ଏସିଆରେ ଅବସ୍ଥିତ । ଏହାର ପଡୋଶୀ ଦେଶ ଥାଇଲ୍ୟାଣ୍ଡ, କାମ୍ବୋଡିଆ, ଲାଓସ୍ ଏବଂ ଚୀନ୍ ।

ଇଣ୍ଡୋନେସିଆ

ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଦକ୍ଷିଣ ପୂର୍ବ ଏସୀୟ ଦେଶର ମୁଦ୍ରା ମଧ୍ୟ ତୃତୀୟ ସ୍ଥାନରେ ରହିଛି । ଯଦିଚ ଏହି ଦେଶ ଆର୍ଥିକ ଦୃଷ୍ଟିରୁ ଖୁବ୍ ଶକ୍ତିଶାଳୀ ମାତ୍ର ଅନ୍ୟ ଦେଶ ତୁଳନାରେ ଏହାର ମୁଦ୍ରା ଦୁର୍ବଳ ରହିଛି । ଗୋଟିଏ ଡଲାର କିଣିବା ପାଇଁ ଏଠାକାର ନାଗରିକଙ୍କୁ 14,422 ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଦୁର୍ବଳ ମୁଦ୍ରା ହେତୁ ଏହା ପର୍ଯ୍ୟଟନ ପାଇଁ ଏକ ଭଲ ବିକଳ୍ପ ହୋଇପାରିଛି । କାରଣ ଏଠାରେ ବିନିମୟ ମୂଲ୍ୟ ଅର୍ଥାତ କରେନ୍ସି ଏକ୍ସଚେଞ୍ଜ ମୂଲ୍ୟ ବହୁତ କମ୍ ରହିଛି ।

ଗିନି(Guinea)

ଏହା ଏକ ଆଫ୍ରିକୀୟ ଦେଶ ଯାହା ଦୁନିଆର ସବୁଠାରୁ ବିପଜ୍ଜନକ ଦେଶ ଭାବରେ ପରିଗଣିତ ହୁଏ । ଅପରାଧ ହାରରେ କ୍ରମାଗତ ବୃଦ୍ଧି ହେତୁ ଏଠାରେ ମୁଦ୍ରା କ୍ରମାଗତ ହ୍ରାସ ପାଉଛି । ଗୋଟିଏ ଡଲାର କିଣିବା ପାଇଁ ଏହି ନାଗରିକଙ୍କୁ 9,640 ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.