ରାୟପୁର: ଦେଶ ସ୍ବାଧୀନ ପାଇଁ ମହାପୁରୁଷ ବଳି ଦାନ ଦେଇଯାଇଛନ୍ତି । ଇଂରେଜଙ୍କ ବିରୋଦ୍ଧରେ ସ୍ବର ଉତ୍ତୋଳନ କରି ଜେଲର ସଜା କାଟିଛନ୍ତି । କେତକଙ୍କ ଜୀବନ ଦୀପ ମଧ୍ୟ ସେଇ ଅନ୍ଧକାର କୋଠରୀ ଭିତରେ ହିଁ ଲିଭି ଯାଇଛି । ଆଉ କିଛି ଜଣଙ୍କର ଅଧା ଜୀବନ ବନ୍ଦୀ ଭାବେ ବତିଯାଇଛି । ସେଥିମଧ୍ୟରୁ ଜଣେ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଛତିଶଗଡ ବିଳାସପୁରର ପଣ୍ଡିତ ମାଖନଲାଲ ଚତୁର୍ବେଦୀ ।
ବ୍ରିଟିଶ ସାସନ କାଳରେ ପଣ୍ଡିତ ମାଖନଲାଲ ଚତୁର୍ବେଦୀ ଶନିଚରୀ ମୈଦାନରେ ଐତିହାସିକ ଭାଷଣ ଦେଇ ଇଂରେଜ ସରକାରଙ୍କ ବିରୋଧରେ କ୍ରୋଧ ଜାଗ୍ରତ କରିଥିଲେ । ଯେଉଁଥିପାଇଁ ତାଙ୍କୁ ରାଜଦ୍ରୋହ ମାମଲାରେ 8 ମାସର ଜେଲ ଦଣ୍ଡ ଭୋଗିବାକୁ ପଡିଥିଲା । ଏହାପରେ ସେ 1921 ଜୁଲାଇ 5 ତାରିଖରୁ 1922 ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ ସେଣ୍ଟ୍ରାଲ ଜେଲର ବାରାକ ନମ୍ବର 9ରେ ବନ୍ଦୀ ହୋଇ ରହିଥିଲେ । ଏହା ଭିତରେ ସେ ଅନେକ କବିତା ଲେଖିଥିଲେ । ସେଥିମଧ୍ୟରୁ 'ପୁଷ୍ପ କି ଅଭିଳାଷା' ସର୍ବାଧିକ ଲୋକପ୍ରିୟତା ପାଇଥିଲା । ଏହି କବିତା ରାଷ୍ଟ୍ରପାଇଁ କୁର୍ବାନ ହେବାର ସନ୍ଦେଶ ଦେଇଥାଏ ।
1989 ମସିହାରେ ଶ୍ୟାମଲାଲ ଚତୁର୍ବେଦୀ ପଣ୍ଡିତ ମାଖନଲାଲ ଚତୁର୍ବେଦୀଙ୍କୁ ଉକ୍ତ ବାରାକକୁ ଏକ ସ୍ମାରକର ରୂପ ଦେବାରେ ମୁଖ୍ୟ ଭୂମିକା ନିଭାଇଥିଲେ । ତେବେ 19 ବର୍ଷ ପରେ ଉକ୍ତ ବାରକକୁ ଏବେ ପୁନର୍ନିମାଣ ନାଁରେ ଭଙ୍ଗାଯାଉଥିବା ଅଭିଯୋଗ ହୋଇଛି । ଯାହା ଏବେ ଆଲୋଚନାର ବିଷୟ ପାଲଟିଛି । ତେବେ ଏସମ୍ପର୍କରେ ଜେଲ ପ୍ରଶାସନକୁ ପଚାରିବାରୁ ସେ ଏଥିପାଇଁ କିଛି କହିବାକୁ ମନା କରିଦେଇଛନ୍ତି ।