ETV Bharat / bharat

ଏହି ସବୁ ଦେଶରେ ବି ତିନି ତଲାକ୍‌ ବ୍ୟାନ

author img

By

Published : Jul 30, 2019, 10:22 PM IST

ରାଜ୍ୟସଭାରେ ପାରିତ ହୋଇଯାଇଛି ତିନି ତଲାକ୍‌ ବିଲ୍‌ । ତେବେ ଏଭଳି ଅନେକ ଦେଶ ରହିଛି ଯେଉଁଠି ତିନି ତଲାକ ଉପରେ ପ୍ରତିବନ୍ଧକ ଲାଗିଛି । ସେଥିମଧ୍ଯରେ ପାକିସ୍ତାନ ମଧ୍ୟ ରହିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କୁ ଏକ ସଙ୍ଗେ ତିନି ତଲାକ ଦେବାକୁ ଅପରାଧ ବିବେଚନା କରୁଥିବା ଐତିହାସିକ ତିନି ତଲାକ ବିଲ୍ ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି । ଏହା ମୋଦୀ ସରକାରଙ୍କ ବଡ଼ ରାଜନୈତିକ ବିଜୟ ବୋଲି କୁହାଯାଉଛି ।

99 ବିଧାୟକ ବିଲ୍‌ ସପକ୍ଷରେ ଭୋଟ ଦେଇଥିବା ବେଳେ 84 ବିଧାୟକ ଏହାକୁ ବିରୋଧ କରିଥିଲେ । ତେବେ ଭାରତ ଭଳି ବିଶ୍ବରେ ଏଭଳି ଅନେକ ଦେଶ ଅଛି ଯେଉଁଠି ତିନି ତଲାକ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ଦେଶ ମଧ୍ୟରେ ପାକିସ୍ତାନ ମଧ୍ୟ ସାମିଲ ଅଛି । ଜାଣନ୍ତୁ ସେହି ଦେଶ ସମ୍ପର୍କରେ ଯେଉଁଠି ତିନି ତଲାକ୍‌କୁ ବ୍ୟାନ କରାଯାଇଛି ।

ଇଜିପ୍ଟ : ତିନି ତଲାକ୍‌ ଉପରେ ପ୍ରତିବନ୍ଧକ ଲଗାଇଥିବା ବିସ୍ବର ପ୍ରଥମ ଦେଶ ଇଜିପ୍ଟ । 1929 ମସିହାରେ ଦେଶରେ କେତେକ ମୁସଲମାନ ନ୍ୟାୟାଧୀଶଙ୍କ ରାୟ ପରେ ତିନି ତଲାକ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

ପାକିସ୍ତାନ: ଭାରତରୁ ବିଛିନ୍ନ ହେବାର 9 ବର୍ଷ ପରେ 1961 ମସିହାରେ ପାକିସ୍ତାନ ତିନି ତଲାକ ଉପରେ ପ୍ରତିବନ୍ଧକ ଲଗାଇଥିଲା ।

ଟୁନିଶିଆ: ଟୁନିଶିଆରେ ଅଦାଲତ ନିର୍ଦ୍ଦେଶ ନଦେବା ଯାଏଁ କୌଣସି ବି ଛାଡପତ୍ରକୁ ବୈଧ ଧରାଯାଏ ନାହିଁ । ଦେଶରେ ଏହି ଆଇନ୍‌ 1956 ରେ ଗଠନ ହୋଇଥିଲା ।

ବାଂଲାଦେଶ: 1971 ମସିହାରେ ପାକିସ୍ତାନରୁ ଅଲଗା ହେବାପରେ ବାଂଲାଦେଶରେ ବିବାହ ଏବଂ ଛାଡପତ୍ର ଆଇନ୍‌ରେ ସଂଶୋଧନ ଅଣାଯାଇଥିଲା । ବାଂଲାଦେଶ ତିନି ତଲାକ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲା ଏବଂ ଛାଡପତ୍ର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଆବଶ୍ୟକ ବୋଲି କହିଥିଲା ।

ଇରାକ: 1959 ମସିହାରେ ଦେଶରେ ତିନି ତଲାକ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା

ଶ୍ରଲଙ୍କା: ଏହା ଏକ ମୁସଲିମ ବହୁଳ ଦେଶ ହୋଇନଥିବା ସତ୍ବେ କେତେକ ବିଦ୍ବାନ ତିନି ତଲାକ୍‌ ଆଇନ ଗଠନ କରିଥିଲେ । ଦେଶରେ ବିବାହ ଏବଂ ଛାଡପତ୍ର(ମୁସଲମାନ) ଆକ୍ଟ 1951 ଅଧିନରେ ପତ୍ନୀଠାରୁ ଛାଡପତ୍ର ଚାହୁଁଥିବା ସ୍ବାମୀକୁ ଜଣେ ମୁସଲିମ ନ୍ୟାୟାଧୀଶଙ୍କୁ ନୋଟିସ ଦେବାକୁ ପଡିଥାଏ । ଏହି ସମୟରେ ପତ୍ନୀଙ୍କ ସମ୍ପର୍କୀୟ, ତାଙ୍କ ପରିବାରର ମୁରବି ଏବଂ ଅଞ୍ଚଳର ପ୍ରଭାବଶାଳୀ ମୁସଲିମଙ୍କୁ ସାମିଲ ହେବାକୁ ପଡିଥାଏ । ଏହି ସମସ୍ତେ ମିଶି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବେ । ଯଦି ଏଭଳି ନହୁଏ ତାହେଲେ 30 ଦିନ ମଧ୍ୟରେ ସେମାନଙ୍କ ଛାଡପତ୍ରକୁ ବୈଧ ବିବେଚନା କରାଯାଏ ।

ସିରିଆ: ସିରିଆରେ 1953 ମସିହାରେ ଛାଡପତ୍ର ଆଇନ ଗଠନ ହୋଇଥିଲା ।

ତେବେ ଏହା ବ୍ୟତିତ ମଲେସିଆ, ସାଇପ୍ରସ, ଜୋର୍ଡାନ, ଅଲଜେରିଆ, ଇରାନ, ବ୍ରୁନେଇ, ମୋରକ୍କୋ, କତର ଏବଂ ୟୁଏଇରେ ମଧ୍ୟ ତିନି ତଲାକ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.