ETV Bharat / bharat

‘କୋରୋନା ଅଛି, କର୍ତ୍ତବ୍ୟ ବି ରହିଛି’

author img

By

Published : Sep 14, 2020, 9:16 AM IST

Updated : Sep 14, 2020, 9:25 AM IST

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସଂସଦରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କୋରୋନା ରହିଛି, କର୍ତ୍ତବ୍ୟ ବି ରହିଛି ବୋଲି ସେ କହିଛନ୍ତି ।

‘କୋରୋନା ରହିଛି, କର୍ତ୍ତବ୍ୟ ବି ରହିଛି’
‘କୋରୋନା ରହିଛି, କର୍ତ୍ତବ୍ୟ ବି ରହିଛି’

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସଂସଦରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ କହିଛନ୍ତି, ‘କୋରୋନା ରହିଛି, କର୍ତ୍ତବ୍ୟ ବି ରହିଛି । ସାଂସଦମାନେ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛନ୍ତି । ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି ।’

‘କୋରୋନା ରହିଛି, କର୍ତ୍ତବ୍ୟ ବି ରହିଛି’

ସେହିପରି ଚଳିତ ଥର ରାଜ୍ୟସଭା ଓ ଲୋକସଭା ଅଲଗା ଅଲଗା ସମୟରେ ହେବ । ଏପରିକି ଶନିବାର ଓ ରବିବାର ମଧ୍ୟ ଗୃହ ଚାଲିବ ବୋଲି ମୋଦି କହିଛନ୍ତି । ଅନ୍ୟପଟେ କୋରୋନାକୁ ନେଇ ମୋଦି କହିଛନ୍ତି,‘ ଯେପର୍ଯ୍ୟନ୍ତ ଔଷଧ ନାହିଁ, ସେପର୍ଯ୍ୟନ୍ତ କୌଣସି ଢିଲା କରାଯିବ ନାହିଁ । ଆମେ ଚାହୁଁଛୁ ଖୁବଶୀଘ୍ର ଦୁନିଆର ଯେକୈଣସି କୋଣରୁ ଭ୍ୟାକସିନ ତିଆରି ହେଉ । ଆମ ବୈଜ୍ଞାନିକ ମାନେ ସଫଳତା ପାଆନ୍ତୁ ।’

ଏହାସହ ଯବାନଙ୍କ ସହିତ ଆମର ସମସ୍ତ ସାଂସଦ ଏକଜୁଟ ଥିବା ମୁଁ ବିଶ୍ବାସ କରେ ବୋଲି ପ୍ରଧାନମନ୍ତ୍ରୀ ଯବାନଙ୍କ ମନୋବଳ ବଢାଇବାକୁ କହିଛନ୍ତି । ସୂଚନା ଥାଉକି, ଆଜିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଯାହା ଅକ୍ଟୋବର 1 ତାରିଖ ଯାଏଁ ଚାଲିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 14, 2020, 9:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.