ETV Bharat / bharat

'କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ'

author img

By

Published : Jan 23, 2020, 5:25 PM IST

Updated : Jan 23, 2020, 8:17 PM IST

ବାରମ୍ବାର କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରୋକଠୋକ ଶୁଣାଇଛି ଭାରତ । ଜାଣନ୍ତୁ କ'ଣ କହିଛି ଭାରତ...

ravish kumar
ରବୀଶ କୁମାର

ନୂଆଦିଲ୍ଲୀ: ବାରମ୍ବାର କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରୋକଠୋକ ଶୁଣାଇଛି ଭାରତ । କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ ବୋଲି ଗୁରୁବାର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ‘କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାକୁ ନେଇ ଆମ ପକ୍ଷ ସମ୍ପୁର୍ଣ୍ଣ ସ୍ପଷ୍ଟ ରହିଛି । ମୁଁ ପୁଣି ଥରେ ଏହା ଦୋହରାଇବାକୁ ଚାହୁଁଛି । ଏହି ମାମଲାରେ ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ । ଯଦି ଭାରତ ପାକିସ୍ତାନ ମଧ୍ୟରେ ଚର୍ଚ୍ଚା କରିବା ଯୋଗ୍ୟ କୌଣସି ଦ୍ବିପାକ୍ଷିକ ପ୍ରସଙ୍ଗ ରହିଛି, ତା'କୁ ଶିମଲା ଚୁକ୍ତି ଏବଂ ଲାହୋର ଘୋଷଣା ଅଧିନରେ ଉଭୟ ଦେଶ ମଧ୍ୟରେ କରାଯିବ । କିନ୍ତୁ ଏଥିପାଇଁ ପାକିସ୍ତାନକୁ ଆତଙ୍କ, ଶତୃତା ଏବଂ ହିଂସା ମୁକ୍ତ ପରିବେଶ ସୃଷ୍ଟି କରିବାକୁ ପଡିବ’ ବୋଲି ରବୀଶ କୁମାର କହିଛନ୍ତି ।

ରବୀଶ କୁମାର

ଏହା ବ୍ୟତୀତ ରବୀଶ କୁମାର ପାକିସ୍ତାନର ଟେରର ଫଣ୍ଡିଂକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏଫଏଟିଏଫ ପାକିସ୍ତାନ ଉପରେ କଡା ନଜର ରଖିଛି । ପ୍ୟାରିସରେ ଆସନ୍ତା ଫେବୃଆରୀ 16ରେ ବୈଠକ ହେବ । ନିର୍ଣ୍ଣୟ ମାପଦଣ୍ଡ ଅନୁଯାୟୀ ପାକିସ୍ତାନ ଆତଙ୍କବାଦ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କି କି ପଦକ୍ଷେପ ନେଇଛି ତାହା ଏହି ବୈଠକରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ 6 ମାସ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ 4ର୍ଥ ଥର ପାଇଁ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ମଙ୍ଗଳବାର ସ୍ବିଜରଲ୍ୟାଣ୍ଡର ଓ୍ବାର୍ଲଡ ଇକୋନମିକ ଫୋରମ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ଇମ୍ରାନ ଖାନ ପୁଣିଥରେ ଟ୍ରମ୍ପ ଆଗରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଏହାପରେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏଥିସହ ସେ କଶ୍ମୀର ଉପରେ ନଜର ରଖିଥିବା ମଧ୍ୟ କହିଥିଲେ। ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ ଅନେକ ଥର ଭାରତ-ପାକିସ୍ତାନର ବହୁ ପୁରୁଣା ବିବାଦ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ ।

Intro:Body:

BLANK

Conclusion:
Last Updated : Jan 23, 2020, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.