ETV Bharat / bharat

ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା: WHO - ମହାମାରୀ କୋରୋନା

ସାରା ବିଶ୍ବରେ ଆତଙ୍କ ରଚିଛି ମହାମାରୀ କୋରୋନା । ତେବେ ଏନେଇ ଆସିଛି ଏକ ଆଶ୍ବସ୍ତିକର ଖବର । ଚଳିତ ବର୍ଷ ଶେଷ ସୁଦ୍ଧା କୋଭିଡ ଟିକା ବାହାରିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ (WHO) ମଙ୍ଗଳବାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

"There Is Hope" COVID-19 Vaccine May Be Ready By Year-End: WHO Chief
ଚଳିତ ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା: WHO ମୁଖ୍ୟଙ୍କ ସୂଚନା
author img

By

Published : Oct 7, 2020, 10:07 AM IST

ନୂଆଦିଲ୍ଲୀ:ସାରାବିଶ୍ବରେ ବର୍ତ୍ତମାନ ଆତଙ୍କ ରଚାଇଛି ମହାମାରୀ କୋରୋନା । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି କୋଭିଡ଼-୧୯ । କିପରି ଏହି ଭାଇରସର ସଂକ୍ରମଣରୁ ଲୋକଙ୍କ ରକ୍ଷା କରିବା, ସେଥିନେଇ ବିଶ୍ୱର ବୈଜ୍ଞାନିକ, ଗବେଷକ, ଡାକ୍ତର ଅହରହ ଉଦ୍ୟମ କରୁଛନ୍ତି । ତେବେ ଏନେଇ ଆସିଛି ଏକ ଆଶ୍ବସ୍ତିକର ଖବର । ଚଳିତ ବର୍ଷ ଶେଷ ସୁଦ୍ଧା କୋଭିଡ ଟିକା ବାହାରିବା ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ (WHO) ମଙ୍ଗଳବାର ସୂଚନା ଦେଇଛନ୍ତି ।

ମହାମାରୀ ଉପରେ କାର୍ଯ୍ୟନିର୍ବାହୀ ବୋର୍ଡର ଦୁଇ ଦିନିଆ ବୈଠକ ଶେଷରେ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ କହିଛନ୍ତି ଯେ କରୋନା ଦୂର ପାଇଁ ଆମର ଟିକା ଆବଶ୍ୟକ ଏବଂ ଚଳିତ ବର୍ଷ ଶେଷ ସୁଦ୍ଧା ଆମର ପାଖରେ ଟିକା ପହଞ୍ଚିପାରେ । WHO ନେତୃତ୍ବାଧୀନ COVAX ବିଶ୍ବସ୍ତରୀୟ ଟିକା ସୁବିଧା ପାଇପ ଲାଇନରେ ନଅଟି ପରୀକ୍ଷାମୂଳକ ଟିକା ଅଛି, ଯାହା 2021 ଶେଷ ସୁଦ୍ଧା 2 ବିଲିୟନ ଡୋଜ ବଣ୍ଟନ କରିବାକୁ ଲକ୍ଷ୍ୟ ରଖିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.