ନୂଆଦିଲ୍ଲୀ: ଚୀନ ସମେତ ଭାରତର ବିଭିନ୍ନ ରାଜ୍ୟର ମଧ୍ୟ ଆତଙ୍କ ଖେଳାଇଛି କୋରୋନା ଭାଇରସ । ରାଜଧାନୀ ଦିଲ୍ଲୀରେ ଆଜି 5 ଜଣଙ୍କୁ କୋରୋନା ସନ୍ଦେହରେ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି ।
ଚୀନରୁ ଫେରୁଥିବା ଯାତ୍ରୀଙ୍କୁ କୋରୋନା ସନ୍ଦେହରେ ଆଇସୋଲସନ ୱାର୍ଡରେ ଭର୍ତ୍ତି କରାଯାଉଛି । ତେବେ ପୂର୍ବରୁ ହସ୍ପିଟାଲରେ 8 ଜଣ ଭର୍ତ୍ତି ଥିବାବେଳେ ଆଜି ଆହୁରି 5 ଜଣଙ୍କୁ କୋରୋନା ସନ୍ଦେହରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ମୋଟ 13 କୋରୋନା ସନ୍ଦେହରେ ହସ୍ପିଟାଲକୁ ପଠାଯାଇଛି।
ଏମାନଙ୍କ ଠାରୁ ରକ୍ତ ନମୁନା ନିଆଯାଇ ପୁନେରେ ଯାଞ୍ଚ କରାଯିବ । ପୂର୍ବରୁ ଆଡମିଟ ଥିବା ଲୋକଙ୍କର 3 ଜଣଙ୍କର ରିପୋର୍ଟ ନେଗେଟିଭ ଆସିଥିବାବେଳେ ଅନ୍ୟ 10 ଜଣଙ୍କ ରିପୋର୍ଟକୁ ଅପେକ୍ଷା । ବର୍ତ୍ତମାନ ଡାକ୍ତରୀ ଟିମ ଏମାନଙ୍କ ଉପରେ ନଜର ରଖିଛନ୍ତି ।