ଭୋପାଲ: ଟ୍ରେନରେ ଯାତ୍ରା କରୁଥିବା ଜଣେ ମହିଳାଙ୍କର ପ୍ରସବ ହୋଇଛି । ସେ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି । ମହିଳା ଜଣକ ଅମରକଣ୍ଟକ ଏକ୍ସପ୍ରେସ୍ ଟ୍ରେନରେ ରାୟପୁରରୁ ଉଜୈନକୁ ଯାଉଥିଲେ । ଏହି ସମୟରେ ସମୟରେ ତାଙ୍କର ପ୍ରସବ ହୋଇଥିବା ଜଣାପଡିଛି ।
ଏନେଇ ଟ୍ରେନରେ ଯାତ୍ରା କରୁଥିବା କିଛି ମହିଳା ପ୍ରସବ ବାବଦରେ ରେଲଓ୍ବେ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ପରେ ମହିଳାଙ୍କୁ ଜବଲପୁର ଷ୍ଟେସନରେ ଓହ୍ଲାଇ ପ୍ରଥମେ ରେଲଓ୍ବେ ଡାକ୍ତରଖାନା ପରେ ଲେଡି ଏଲଜିନ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ବର୍ତ୍ତମାନ ମାଆ ଓ ଛୁଆ ସୁସ୍ଥ ଥିବା ଜଣାପଡିଛି । ଡାକ୍ତରଖାନା କତ୍ତୃପକ୍ଷଙ୍କ ପକ୍ଷରୁ ମହିଳାଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଛି । ମଙ୍ଗଳବାର ତାଙ୍କୁ ଘରକୁ ପଠାଇ ଦିଆଯିବ । ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ମହିଳାଙ୍କର 9 ମାସ ପୂରଣ ହୋଇଯାଇଥିଲା । ଏହା ସତ୍ବେ ବି ସେ ଏକୁଟିଆ ଏବଂ କାହିଁକି ଟ୍ରେନରେ ଯାତ୍ରା କରୁଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ