ଡେରାଡୁନ: ହର କି ପୌଡିରେ ଅଘଟଣ । ସୋମବାର ବିଳମ୍ବ ରାତିରେ ବଜ୍ରାଘାତରେ ହର କି ପୌଡିର ଏକ କାନ୍ଥ ଭୁଷୁଡି ପଡିଛି ଫଳରେ ସେଠାରେ ବହୁତ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।
ସୂଚନାଥାଉକି, ଯଦି ଏହି ଅଘଟଣ ଦିନରେ ହୋଇଥାନ୍ତା ତେବେ ଜୀବନହାନୀ ହୋଇଥାନ୍ତା । କାରଣ ଯେଉଁ କାନ୍ଥ ଭୁଷୁଡିଛି ସେହି ସ୍ଥାନରେ ଗଙ୍ଗା ଆଳତୀ ସମୟରେ ଭକ୍ତମାନେ ଉପସ୍ଥିତ ରହିଥାନ୍ତି ।
ତୀର୍ଥ ପୁରୋହିତ କହିଛନ୍ତି ଯେ, ଏପରି ପ୍ରଥମ ଥର ପାଇଁ ହୋଇଛି । ଏହା ଏକ ଅଶୁଭ ସଙ୍କେତ । ପ୍ରଶାସନ କୋରୋନା ସମୟରେ ଗଙ୍ଗା ସପ୍ତମୀରେ ଶ୍ରଦ୍ଧାଳୁଙ୍କୁ ସ୍ନାନ କରିବାକୁ ଓ ପୂଜା ପାଠ କରିବାକୁ ଦେଲେ ନାହିଁ । ସୋମବତୀ ଅମାବାସ୍ୟାରେ ଗଙ୍ଗା ସ୍ନାନକୁ ବି ଅନୁମତି ମିଳିଲା ନାହିଁ ।
ପ୍ରତୀକ ମିଶ୍ର ପୁରୀ କହିଛନ୍ତି ଯେ, ଶ୍ରାବଣମାସରେ କୌଣସି ଶିବାଳୟରେ ଜଳାଭିଷେକ କରାଯାଇ ନାହିଁ । ଏହା ଅଶୁଭ ସଙ୍କେତ । ସାମାଜିକ ଦୂରତା ରକ୍ଷା କରି ଗଙ୍ଗା ସ୍ନାନର ଅନୁମତି ଦେବା ସହ ପୂଜାର ବି ଅନୁମତି ମିଳୁ । ଏଥିସହ ପୌଡିକୁ ନାଳ ଘୋଷଣା କରାଯାଇଛି ଏହାକୁ ଗଙ୍ଗା ବୋଲି ସରକାରୀ କାଗଜ ପତ୍ରର ଘୋଷଣା କରାଯାଉ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ