ETV Bharat / bharat

ଘରଚଟିଆଙ୍କ ସାହାରା ବୀରା ମହେଶ , ପକ୍ଷୀଙ୍କ ପାଇଁ ହୋଇଛନ୍ତି ସମର୍ପିତ - ଘରଚଟିଆ

ବୀରା ମହେଶ ନିଜ ଘରର ଛାତ ଉପରେ ବୁଲୁଥିବା ଏବଂ ବସା ବାନ୍ଧି ରହୁଥିବା ଘରଚଟିଆଙ୍କୁ ଦେଖିବାକୁ ଖୁବ ଭଲ ପାଉଥିଲେ । ହେଲେ ଦିନକୁ ଦିନକୁ ହ୍ରାସ ପାଉଥିବା ଘରଚଟିଆଙ୍କ ସଂଖ୍ୟାକୁ ନେଇ ସେ ନିରାଶ ହେବା ସହ ଖୋଜିଛନ୍ତି ସମାଧାନର ବାଟ । ଅଧିକ ପଢନ୍ତୁ..

ଘରଚଟିଆଙ୍କ ସାହାରା ବୀରା ମହେଶ , ପକ୍ଷୀଙ୍କ ପାଇଁ ହୋଇଛନ୍ତି ସମର୍ପିତ

author img

By

Published : Nov 10, 2020, 5:47 PM IST

ଜଙ୍ଗାରେଡ୍ଡୀଗୁଡେମ: ବୀରା ମହେଶ.. ଘରର ଛାତ ଉପରେ ବୁଲୁଥିବା ଏବଂ ବସା ବାନ୍ଧି ରହୁଥିବା ଘରଚଟିଆଙ୍କୁ ଦେଖିବାକୁ ଖୁବ ଭଲ ପାଉଥିଲେ ସେ । ପଶ୍ଚିମ ଗୋଦବରୀର ଜଙ୍ଗାରେଡ୍ଡି ଗଡେମର ଏକ ଘରୋଇ ସ୍କୁଲରେ ଶିକ୍ଷକ ଅଛନ୍ତି ମହେଶ । ହେଲେ ଦିନକୁ ଦିନକୁ ହ୍ରାସ ପାଉଥିବା ଘରଚଟିଆଙ୍କ ସଂଖ୍ୟାକୁ ନେଇ ସେ ନିରାଶ । ଏହାର କାରଣ ଖୋଜିବାରୁ ସେ ଜାଣିବାକୁ ପାଇଥିଲେ ଯେ, ସେମାନଙ୍କ ରହିବା ସ୍ଥାନର ଅଭାବ ଯୋଗୁଁ ଏଭଳି ସମସ୍ୟା ଉପୁଜିଛି । ସେଇଥିପାଇଁ ସେ ଜଙ୍ଗାରେଡ୍ଜି ଗୁଡେମକୁ 'ସ୍ପାରୋ-ଟାଉନ'ରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ସେମାନଙ୍କ ରହିବା ପାଇଁ ଛୋଟ ଛୋଟ ବସା ତିଆରି କରି ପ୍ରତି ଘରେ ସେସବୁକୁ ବାଣ୍ଟିଛନ୍ତି ।

ଘରଚଟିଆଙ୍କ ସାହାରା ବୀରା ମହେଶ , ପକ୍ଷୀଙ୍କ ପାଇଁ ହୋଇଛନ୍ତି ସମର୍ପିତ

ପକ୍ଷୀମାନଙ୍କ ପାଇଁ ତିଆରି ବାସ ଗୁଡିକୁ ବୀରା ମହେଶ ଲୋକଙ୍କୁ ଦେବା ପୂର୍ବରୁ ଲିଖିତ ଭାବେ ସେମାନଙ୍କ ଅନୁମତି ନେଇଥାନ୍ତି । କେବଳ ସେତିକି ନୁହେଁ, ବସା ଦେବା ପରେ ମଧ୍ୟ ସମୟ ସମୟରେ ସେ ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରିଥାନ୍ତି । ବର୍ତ୍ତମାନ ସୁଦ୍ଧା ସେ 400ରୁ ଅଧିକ ପକ୍ଷୀ ବସା ବାଣ୍ଟିସାରିଛନ୍ତି । ଆଉ ଗୋଟିଏ ମାତ୍ର ଲକ୍ଷ୍ୟ ରଖିଛନ୍ତି ଯେ, ସେ ତିଆରି କରିଥିବା ଘର ଗୁଡିକୁ ଘରଚଟିଆ ନିଜ ବସା କରିନିଅନ୍ତୁ । ସେ ପକ୍ଷୀଙ୍କ ପାଇଁ ବସା ତିଆରି କରିବା ସମୟରେ ସେମାନଙ୍କ ପ୍ରଜନନ ପ୍ରକ୍ରିୟା ବିଷୟରେ ମଧ୍ୟ ଚିନ୍ତା କରିଥାନ୍ତି ।

ମହେଶ ଏବେ ମଛଲୀପଟ୍ଟନମରେ ଜଣେ ଶିକ୍ଷକ ଭାବେ କାର୍ଯ୍ୟରତ । ଶେଷ ସପ୍ତାହରେ ସେ ଘରୁ ଆସି ଘରଚଟିଆଙ୍କ ଦେଖାଶୁଣା ପାଇଁ ବିଶେଷ ଉପାୟ ଆପଣାଇଥାନ୍ତି । 2009ରେ ସେ ନିଜ ଘରେ 2ଟି ପକ୍ଷୀ ବସା ତିଆରି କରି ଏହି ପ୍ରୟାସ ଆରମ୍ଭ କରିଥିଲେ । ଆଉ ସେ ଦେଖିଥିଲେ ଯେ, 3 ବର୍ଷ ମଧ୍ୟରେ ପକ୍ଷୀ ଛୁଆ ବଡ ହୋଇଥିଲେ । ଏହା ପରେ ସେ ଏହି କାର୍ଯ୍ୟକ୍ରମର ବିସ୍ତାର କରିବାକୁ ଲାଗିଲେ । ମହେଶ ବର୍ତ୍ତମାନ ସୁଦ୍ଧା ବାଣ୍ଟିଥିବା ବସା ଗୁଡିକରୁ 97 ପ୍ରତିଶତ ବସାରେ ଘରଚଟିଆ ରହିବା ଆରମ୍ଭ କରିଛନ୍ତି ।

ମୁମ୍ବାଇରେ ମହେଶ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟିରେ ପକ୍ଷୀଙ୍କୁ ନେଇ ସେ ଅନୁସନ୍ଧାନ କରୁଛନ୍ତି । ଘରଚଟିଆଙ୍କ ବସାରେ ବିପଦ ଏବଂ ରହିବା ଅଭାବକୁ ନେଇ ଏବେ ପିଏଚଡି କରୁଛନ୍ତି । ସେମାନଙ୍କ ଦେଖାଶୁଣାରେ ସଚେତନା ସୃଷ୍ଟି କରିବାକୁ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ସେ ରାଲିର ବି ଆୟୋଜନ କରିଥାନ୍ତି ।

ମୌସୁମୀ ପରିବର୍ତ୍ତନ ଏବଂ ଲୋକଙ୍କ ଗତିବିଧି ଘରଚଟିଆଙ୍କ ଜୀବନ ଏବଂ ରହିବା ଉପରେ ବିପଦଜନକ ହୋଇପଡିଛି । ଏଭଳି ସ୍ଥିତିରେ ଯଦି ଘରଚଟିଆଙ୍କୁ ଲୋକମାନେ ନିଜ ନିଜ ଘରେ ରହିବାର ସୁଯୋଗ ଦିଅନ୍ତି ତେବେ ପକ୍ଷୀଙ୍କ ଏହି ପ୍ରଜାତି ବିଲୁପ୍ତ ହେବାରୁ ବର୍ତ୍ତିଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.