ETV Bharat / bharat

ଟୀକାକରଣ ଶୁଭାରମ୍ଭ ପରେ ଭାରତକୁ ଶୁଭେଚ୍ଛା ଜଣାଇଲେ ମାଳଦ୍ବୀପ ରାଷ୍ଟ୍ରପତି

author img

By

Published : Jan 17, 2021, 4:06 PM IST

ଭାରତରେ ବିଶ୍ବର ସର୍ବବୃହତ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମାଳଦ୍ବୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି । ଅଧିକ ପଢନ୍ତୁ....

ଟିକାକରଣ ଶୁଭାରମ୍ଭ ପରେ ଭାରତକୁ ଶୁଭେଚ୍ଛା ଜଣାଇଲେ ମାଲଦ୍ବୀପ ରାଷ୍ଟ୍ରପତି

ମାଲଦ୍ବୀପ: ଭାରତରେ ବିଶ୍ବର ସର୍ବବୃହତ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମାଲଦ୍ବୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି । ସେ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି ।ଇବ୍ରାହିମ କହିଛନ୍ତି ଯେ କରୋନା ସମୟରେ ଭାରତର ପ୍ରୟାସ ଓ ବିଶ୍ବର ସର୍ବବୃହତ ଟୀକାକରଣ ଅଭିଯାନରେ ଦେଶର ଭୂମିକା ଅତ୍ୟନ୍ତ ଗୁରୁତ୍ବପୁର୍ଣ୍ଣ । ଏବଂ ‘ମୁଁ ବହୁତ ଆଶାବାଦୀ ଯେ ଭାରତର ଏହି କୋରୋନା ବିରୋଧି ଲଢେଇରେ ଭାରତ ନିଶ୍ଚୟ ବିଜୟୀ ହେବ । ଆମେ ଶେଷରେ କୋରୋନା ବିରୋଧି ଲଢେଇରେ ଭାରତର ବିଜୟୟକୁ ଦେଖିବୁ ’ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଟିକାକରଣ ଶୁଭାରମ୍ଭ ପରେ ଭାରତକୁ ଶୁଭେଚ୍ଛା ଜଣାଇଲେ ମାଳଦ୍ବୀପ ରାଷ୍ଟ୍ରପତି

ଗତକାଲି ଅର୍ଥାତ 16 ଜାନୁଆରୀରେ ଭାରତ ସରକାର ବିଶ୍ବର ସର୍ବବୃହତ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।ପ୍ରଥମ ପର୍ଯ୍ୟାୟରେ ଦେଶର ପ୍ରାୟ 3 କୋଟି ଆଗଧାଡିର କୋରୋନା ଯୋଦ୍ଧାଙ୍କୁ ଏହି ଟୀକା ପ୍ରାଥମିକତା ଆଧାରରେ ପ୍ରଦାନ କରାଯାଉଛି । ପରବର୍ତ୍ତୀ ସମୟରେ ଦେଶବାସୀଙ୍କ ପାଇଁ ଏହି ଟିକା ଉପଲବ୍ଧ କରାଇବେ ଭାରତ ସରକାର ।

ଅନ୍ୟ ପଡୋଶୀ ଦେଶ ମାନେ ମଧ୍ୟ ଭାରତ ପ୍ରସ୍ତୁତ ଟିକା କିଣିବା ପାଇଁ ଆଗ୍ରହ ଦେଖାଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସାରିଛନ୍ତି । ତେବେ ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀ ମାନେ ମଧ୍ୟ ବିଶ୍ବର ଅନ୍ୟଦେଶ ମାନଙ୍କୁ ଟିକା ଯୋଗାଇବା ଉପରେ ମଧ୍ୟ ଗୁରୁତ୍ବ ଦେଉଛନ୍ତି । ଭାରତର ଟୀକାକରଣ ଆରମ୍ଭ ହେବା ପରେ ବିଶ୍ବର ବିଭିନ୍ନ ଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.