ETV Bharat / bharat

କାରଗିଲ କାହାଣୀ: ଭାରତ ମାଟିରେ ଶତ୍ରୁର ଚିହ୍ନ ଛାଡିନଥିଲେ କାରଗିଲ ପରମବୀର

author img

By

Published : Jul 26, 2020, 9:00 AM IST

ଭାରତୀୟ ମାଟିର ବୀର ଯବାନଙ୍କ ବଳିଦାନକୁ ଦେଶ କେବେବି ଭୁଲିବନି । କାରଗିଲରେ ନିଜ ଜୀବନକୁ ବାଜି ଲଗାଇ ଭାରତ ମାଟିରେ ଶତ୍ରୁର ପାଦ ଚିହ୍ନକୁ ସମ୍ପୂର୍ଣ୍ଣ ପୋଛି ଦେଇଥିଲେ ପରମବୀର ଚକ୍ର ବିଜୟୀ...

କାରଗିଲ ପରମବୀର
କାରଗିଲ ପରମବୀର

ହାଇଦ୍ରାବାଦ: ଭାରତୀୟ ଯୁବ ଅଧିକାରୀ ଓ ଯବାନମାନେ ପାକିସ୍ତାନୀମାନଙ୍କୁ ଭାରତୀୟ ମାଟିରୁ ବିଦା କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସାହସିକତା, ଦୃଢତା ଓ ନିଷ୍ଠା ପ୍ରଦର୍ଶନ କରିଥିଲେ ଭାରତୀୟ ବୀର ଯବାନ । ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାର ସର୍ବୋଚ୍ଚ ବଳିଦାନ ଦେଇଥିଲେ ।

4 ଯୁବ ଆର୍ମୀମେନ୍, 2 ଅଧିକାରୀ ଓ 2 ଯବାନଙ୍କୁ ଭାରତର ସର୍ବୋଚ୍ଚ ପୁରସ୍କାର ପରମବୀର ଚକ୍ର ସମ୍ମାନ ଦିଆଯାଇଥିଲା । ସେପରି କିଛି ବୀରଙ୍କ ସାହାସିକତାର କାହାଣୀ-

କାରଗିଲ ପରମବୀର
କାରଗିଲ ପରମବୀର

ଗ୍ରେନାଡିୟର୍ ଯୋଗେନ୍ଦ୍ର ସିଂ ଯାଦବ:-

ଟାଇଗର ହିଲ୍ କବଜା କରିବାରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କୁ ସର୍ବୋଚ୍ଚ ପୁରସ୍କାର ପରମବୀର ଚକ୍ରରେ ସମ୍ବୋଧିତ କରାଯାଇଥିଲା । ଗ୍ରେନାଡିୟର୍ ଯୋଗେନ୍ଦ୍ର ସିଂ ଯାଦବ ଘାତକ କମାଣ୍ଡୋ ପ୍ଲାଟୁନ ଅଗ୍ରଣୀ ଦଳର ଏକ ଅଂଶ ଥିଲେ । ଏହି ଦଳ 3-4 ଜୁଲାଇ 1999 ରାତିରେ ଟାଇଗର ପାହାଡକୁ କାବୁ କରିଥିଲା । 16,500 ଫୁଟର ଖାଲ, ଢିପ, ବରଫ ପାହାଡ ଶୀର୍ଷରେ ସେ ନେତୃତ୍ବ ନେଇଥିଲେ । ଅବଶିଷ୍ଟ ଦଳ ପାଇଁ ଏକ ଦଉଡିର ବ୍ୟବସ୍ଥା କରିଥିଲେ । ଫଳରେ କେହି କାହାଠାରୁ ଅଲଗା ହେବେନି ।

ଘାତକ ଶତ୍ରୁକୁ ଆଶ୍ଚର୍ଯ୍ୟ କରିବାରେ ସଫଳ ହୋଇଥିଲେ। ତାଙ୍କ ଦଳ ଶୀର୍ଷରେ ପହଞ୍ଚିବା ଦେଖି ଶତ୍ରୁମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେମାନେ ରକେଟ, ଗ୍ରେନେଡ, ମେସିନ ଗନ୍ ମାଡ କରିଥିଲେ । ଏଥିରେ ଯୋଗେନ୍ଦ୍ର ସିଂ ଯାଦବଙ୍କ ଟିମ୍ କମାଣ୍ଡର ଓ 2 ଯବାନ ଶହୀଦ ହୋଇଥିଲେ ।

ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ଯୋଗେନ୍ଦ୍ର ସିଂ ଯାଦବ ନୀରବତାର ସହ ଶତ୍ରୁ ଆଡକୁ ଗତି କଲେ ଓ ଅନେକ ଗୁଳି ମଧ୍ୟ ଖାଇଥିଲେ । ସମସ୍ତ ଆଘାତକୁ ଅଣଦେଖା କରି ଶତ୍ରୁ ଆଡକୁ ମାଡି ଆସିଥିଲଓ ଓ ରାଇଫେଲରୁ ଗୁଳି ଚଳାଇଥିଲେ । ସେ 4 ଜଣ ପାକିସ୍ତାନୀ ସୈନ୍ୟକୁ ଗୁଳି କରି ମାରିଥିଲେ । କାଉଣ୍ଟର ଆଟାକ୍ କରୁଥିବାବେଳେ ଗ୍ରେନାଡିୟର୍ ଯାଦବଙ୍କ ବାମ ହାତ ଓ ଡାହାଣ ଗୋଡରେ ଆଘାତ ଲାଗିଥିଲା।

ଏଥିରେ ନିରାଶ ହୋଇ ସେ ଆଉ ଏକ ପ୍ଲାଟୁନକୁ ଧ୍ବଂସ କରିବାକୁ ଆଗକୁ ବଢିଥିଲେ। ଏହି ନିର୍ଭୀକ ସାହସିକତାରୁ ଅନୁପ୍ରାଣିତ ହୋଇ ବାକି ଘାତକ ପ୍ଲାଟୁନ୍ ପ୍ରତିଶୋଧ ନେବାସହିତ ଶତ୍ରୁମାନଙ୍କୁ କାବୁ କରି ଟାଇଗର୍ ହିଲ୍ ଅକ୍ତିଆର କରିବାରେ ସଫଳ ହୋଇଥିଲେ ।

ରାଇଫେଲମ୍ୟାନ ସଞ୍ଜୟ କୁମାର-

ମଶକୋ ଉପତ୍ୟକାରେ ପଏଣ୍ଟ 4875 କାବୁ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରାଇଫଲମ୍ୟାନ୍ ସଞ୍ଜୟ କୁମାର ଆକ୍ରମଣକାରୀ ଦଳର ଅଗ୍ରଣୀ ସ୍କାଉଟ୍ ଭାବରେ 4 ଜୁଲାଇ 1999 ରେ ମଶକୋ ଉପତ୍ୟକାର ଫ୍ଲାଟ ଟପ୍ ଅଫ୍ ପଏଣ୍ଟ 4875 କୁ କାବୁ କରିବାକୁ ଦାୟିତ୍ବ ନେଇଥିଲେ।

ରାଇଫେଲମ୍ୟାନ ସଞ୍ଜୟ କୁମାର ନିଜ ସୁରକ୍ଷାର ଚିନ୍ତା ନକରି ଶତ୍ରୁସେନାର ସାଙ୍ଗର୍ ଉପରେ ଆକ୍ରମଣ କରିଥିଲେ । ପରବର୍ତ୍ତୀ ଯୁଦ୍ଧରେ ସେ 3 ଜଣ ପାକିସ୍ତାନୀ ଯବାନଙ୍କୁ ହତ୍ୟା କରିଥିଲେ ଓ ନିଜେ ଗୁରୁତର ଆହତ ହୋଇଥିଲେ। ତଥାପି ଆଘାତ ସତ୍ତ୍ବେ ସେ ଯୁଦ୍ଧ ଜାରି ରଖିଥିଲେ ଓ ଆକ୍ରମଣରେ ବାଧା ଦେଉଥିବା ଦ୍ବିତୀୟ ସାଙ୍ଗର ଉପରେ ଆକ୍ରମଣ କରିଥିଲେ । ଗୋଟିଏ ମେସିନ୍ ବନ୍ଧୁକ ଛାଡି ଶତ୍ରୁ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ସଞ୍ଜୟ କୁମାରଙ୍କ କ୍ଷତରୁ ପ୍ରବଳ ରକ୍ତସ୍ରାବ ହେଉଥିଲେ କିନ୍ତୁ ସେ ସ୍ଥାନାନ୍ତର କରିବାକୁ ମନା କରିଦେଇଥିଲେ। ତାଙ୍କର କାର୍ଯ୍ୟକଳାପ ସାଥୀମାନଙ୍କୁ ଶତ୍ରୁଠାରୁ ଫ୍ଲାଟ ଟପ୍ କବଜା କରିବାକୁ ଉତ୍ସାହିତ କରିଥିଲା ।

କ୍ୟାପଟେନ ବିକ୍ରମ ବାତ୍ରା-

7 ଜୁଲାଇ 1999 ରେ, କ୍ୟାପଟେନ ବିକ୍ରମ ବାତ୍ରା ପଏଣ୍ଟ 4875 ର ଉତ୍ତରରେ ଥିବା ଅଞ୍ଚଳକୁ ପୁଣି କବଜା କରିବା ପାଇଁ ଆକ୍ରମଣ କରିଥିଲେ । ଏଠାରେ 13-JAK ରାଇଫେଲ କାର୍ଯ୍ୟରେ ଶତ୍ରୁ ହସ୍ତକ୍ଷେପ କରୁଥିଲେ। ବ୍ୟକ୍ତିଗତ ଭାବରେ ଏହି ଆକ୍ରମଣର ନେତୃତ୍ବ ନେଇ କ୍ୟାପଟେନ ବାତ୍ରା ଶତ୍ରୁକୁ ପଏଣ୍ଟ-ବ୍ଲାକ ରେଞ୍ଜରେ ନିୟୋଜିତ କରିଥିଲେ। ଆକ୍ରମଣ ସମୟରେ ସେ ଗୁରୁତର ଆହତ ହୋଇଥିଲେ କିନ୍ତୁ ହାରିନଥିଲ ।

ସେ ନିଜ ସେନାଙ୍କୁ ଏକତ୍ରିତ କରି ଆକ୍ରମଣ କରିବାକୁ କହିଥିଲେ ଓ ଶେଷରେ ସମ୍ଭବ କାର୍ଯ୍ୟକୁ ସଫଳ କରିଥିଲେ। ନିର୍ଭୟ ଓ ସାହସର ଏହି ଅସାଧାରଣ ପ୍ରଦର୍ଶନ ଦ୍ବାରା ଅନୁପ୍ରାଣିତ ହୋଇ ଭାରତୀୟ ସୈନ୍ୟ ଶତ୍ରୁଙ୍କୁ ପରାସ୍ତ କରି କାବୁ କରିପାରିଥିଲା । ଉଦ୍ଦେଶ୍ୟ ହାସଲ କରିବାରେ କିନ୍ତୁ ବତ୍ତ୍ରା ନିଜ ଜୀବନ ଦେଇଦେଲେ।

20 ଜୁନ 1999 ରେ, କ୍ୟାପଟେନ ବିକ୍ରମ ବାତ୍ରା ଡ୍ରାସ ସେକ୍ଟରରେ ପଏଣ୍ଟ 5140 ରେ ଚମତ୍କାର ନେତୃତ୍ବ ପ୍ରଦର୍ଶନ କରିଥିଲେ । ପଏଣ୍ଟ 5140 ପୁଣି ହାସଲ କରିବାରେ ତାଙ୍କର ବୀରତ୍ବ ପରେ ବାତ୍ରାଙ୍କୁ କ୍ୟାପଟେନ ପଦବୀକୁ ଉନ୍ନୀତ କରାଯାଇଥିଲା । ଯୁଦ୍ଧ ସମୟରେ ତାଙ୍କର କିଛି ପଦ କଥା ସୈନ୍ୟର ମନୋବଳକୁ ଦୃଢ କରିଥିଲା । ସେ କହିଥିଲେ, ‘ହୁଏତ ମୁଁ ତ୍ରିରଙ୍ଗା ଉତ୍ତୋଳନ କରି ଆସିବି, ନଚେତ ତ୍ରିରଙ୍ଗା ପତାକାରେ ଗୁଡେଇ ହେଇ ଫେରିବି କିନ୍ତୁ ଫେରିବି ନିଶ୍ଚିତ । ଏ ଦିଲ୍ ମାଙ୍ଗେ ମୋର୍ ।’

ଲେଫ୍ଟାନଣ୍ଟ ମନୋଜ କୁମାର ପାଣ୍ଡ-

1/11 ଗୋର୍ଖା ରାଇଫେଲର ଜଣେ ଯୁବ ଅଧିକାରୀ ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ ନିର୍ଭୟର ସହ ଖାଲୁବାର ଆକ୍ରମଣରେ ଅଂଶଗ୍ରହଣ କରିଥିଲେ। 2-3 ଜୁଲାଇ, 1999 ରାତିରେ ଯେତେବେଳେ ତାଙ୍କ ପ୍ଲାଟୁନ୍ ଅନେକ ଘଣ୍ଟା ଧରି ଚାଲିଥିବା କଷ୍ଟଦାୟକ ଆରୋହଣ ପରେ ଶେଷରେ ଶତ୍ରୁପକ୍ଷ ଗୁଳିଚାଳନା କରିବାରେ ଲାଗିଲେ ।

ଦକ୍ଷିଣରୁ ପାକିସ୍ତାନ ସାଙ୍ଗରକୁ ନଷ୍ଟ କରିବା ପାଇଁ ମନୋଜଙ୍କ ପ୍ଲାଟୁନ ଲାଗିପଡିଥିଲା । ଏହିସମୟରେ ବାମ ପାଖରୁ 4 ଜଣ ଶତ୍ରୁ ଆକ୍ରମଣ କରିଥିଲେ । ସେ ନିଜେ 4 ଶତ୍ରୁଙ୍କୁ ହତ୍ୟା କରି ଆଗକୁ ବଢିଥିଲେ । ନିର୍ଭୟରେ ପ୍ରଥମ ସାଙ୍ଗର ପର୍ଯ୍ୟନ୍ତ ଗୁଳି ବିନିମୟରେ ସେ 2 ଶତ୍ରୁ ଯବାନଙ୍କୁ ହତ୍ୟା କରି ଦ୍ବିତୀୟ ସାଙ୍ଗର ଉପରେ ଆକ୍ରମଣ କରିବାକୁ ଲାଗିଲେ। ତୃତୀୟ ସାଙ୍ଗରକୁ ନଷ୍ଟ କରୁଥିବାବେଳେ ମନୋଜଙ୍କ କାନ୍ଧ ଓ ଗୋଡରେ ଶତ୍ରୁପକ୍ଷ ଗୁଳି ଚାଳଣା କରିଥିଲା ।

ଆହାତ ଥିବା ସତ୍ତ୍ବେ ସେ ଚତୁର୍ଥ ସାଙ୍ଗରକୁ ନଷ୍ଟ କରିବାକୁ ଆଗେଇ ଆସିଥିଲେ । ଗ୍ରେନେଡ୍ ମାରି ଏହାକୁ ଧ୍ବଂସ କରିବାରେ ସେ ସଫଳ ମଧ୍ୟ ହୋଇଥିଲେ । ଶେଷରେ ଏଥିରେ ସେ ନିଜ ପ୍ରାଣବଳୀ ଦେଇ ଶହୀଦ ହୋଇଥିଲେ । ତାଙ୍କର ବୀରତା ଓ ସାହାସିକତା ପାଇଁ ଖାଲୁବାରକୁ କବଜା କରିବାରେ ଭାରତୀୟ ସେନା ସଫଳ ହୋଇଥିଲା ।

ଯେତେବଳେ ତାଙ୍କୁ ସର୍ଭିସ୍ ସିଲେକସନ୍ ବୋର୍ଡ (SSB) ସାକ୍ଷାତକାରରେ ପଚରାଯାଇଥିଲା କି ଆପଣ କାହିଁକି ସେନାରେ ଯୋଗ ଦେବାକୁ ଚାହୁଁଛନ୍ତି ସେତେବେଳେ ସେ କହିଥିଲେ, ‘ ମୁଁ ପରମବୀର ଚକ୍ର ଜିତିବାକୁ ଚାହୁଁଛି ’ ବାସ୍ ନିଜ କଥା ଅନୁଯାୟୀ ସେ ତାହା ପାଇପାରିଲେ ମାତ୍ର ଶହୀଦ ହୋଇ । ମୃତ୍ୟୁ ପୂର୍ବରୁ ସେ ଏତିକି କହିଥିଲେ, ‘ଯଦି ମୋ ରକ୍ତ ପ୍ରମାଣିତ କରିବା ପୂର୍ବରୁ ମୃତ୍ୟୁ ଆସେ ତେବେ ମୁଁ ମୃତ୍ୟୁକୁ ହତ୍ୟା କରିବି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.