ETV Bharat / bharat

ଚାରିଧାମରେ ବଢୁଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା, 51ହଜାରରୁ ଉର୍ଦ୍ଧ୍ବ କରିଛନ୍ତି ରେଜିଷ୍ଟ୍ରେସନ

author img

By

Published : Sep 21, 2020, 2:09 PM IST

ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଚାରିଧାମ ଯାତ୍ରା ପାଇଁ ବର୍ତ୍ତମାନ ସୁଦ୍ଧା 51,453ଜଣ ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ କରିଛନ୍ତି । ଏଥିସହ ପ୍ରାୟ 30ହଜାର ତୀର୍ଥଯାତ୍ରୀ ଚାରିଧାମ ଦର୍ଶନ କରିସାରିଛନ୍ତି ।

ଚାରିଧାମରେ ବଢୁଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା ,  51ହଜାରରୁ ଉର୍ଦ୍ଧ୍ବ କରିଛନ୍ତି ରେଜିଷ୍ଟ୍ରେସନ

ଡେରାଡୁନ: କୋରୋନା ମହାମାରୀ ମଧ୍ୟରେ ବି ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ଦେବଭୂମିରେ । ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଚାରିଧାମ ଯାତ୍ରା ପାଇଁ ବର୍ତ୍ତମାନ ସୁଦ୍ଧା 51,453ଜଣ ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ କରିଛନ୍ତି । ଏଥିସହ ପ୍ରାୟ 30ହଜାର ତୀର୍ଥଯାତ୍ରୀ ଚାରିଧାମ ଦର୍ଶନ କରିସାରିଛନ୍ତି ।

ରବିବାର ସନ୍ଧ୍ୟା ସୁଦ୍ଧା ଉତ୍ତରାଖଣ୍ଡର ଦେବସ୍ଥାନମ ପ୍ରବନ୍ଧନ ବୋର୍ଡର ଓ୍ବେବସାଇଟ www.badrinath-kedarnath.gov.inରୁ 1,046 ଜଣ ଚାରିଧାମ ଯାତ୍ରା ପାଇଁ ଇ-ପାସବୁକ କରିଛନ୍ତି । ସେମାନଙ୍କ ମଧ୍ୟରୁ ବଦ୍ରୀନାଥ ଧାମ ପାଇଁ 244ଜଣ, କେଦାରନାଥ ଧାମ ପାଇଁ 593ଜଣ ଓ ଗଙ୍ଗୋତ୍ରୀ ଧାମ ପାଇଁ 115ଜଣ ଓ ଯମୁନୋତ୍ରୀ ଧାମ ପାଇଁ 94ଜଣ ଇ-ପାସବୁକ କରାଇଛନ୍ତି ।

ଉତ୍ତରାଖଣ୍ଡ ଚାରିଧାମ ଦେବସ୍ଥାନମ ପ୍ରବନ୍ଧନ ବୋର୍ଡର ମୁଖ୍ୟ କାର୍ଯକାରୀ ଅଧିକାରୀ ରମନ ରବିନାଥନ କହିଛନ୍ତି ଯେ, ବଦ୍ରୀନାଥ-କେଦାରନାଥ ଧାମରେ କୋଭିଡ ନିୟମ ପାଳନ କରାଯାଉଛି । ଶ୍ରଦ୍ଧାଳୁଙ୍କ ସ୍କ୍ରିନିଙ୍ଗ୍‌, ସାନିଟାଇଜସନ କରାଯାଉଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଭଗବାନଙ୍କ ବିଗ୍ରହକୁ ଛୁଇଁବାକୁ ବାରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.