ପାଟଣା: ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା ଗୋଟେ ଭିଡିଓ ସେୟାର କରି ବିହାରବାସୀଙ୍କୁ ଖୁବ ପ୍ରଶଂସା କରିଛନ୍ତି । ସେ ଏହି ଭିଡିଓ ସେୟାର କରି କହିଛନ୍ତି ଯେ ଉପକାର କରିବା ବଦଳରେ ଉପକାର ହିଁ ମିଳେ । ସିଏମ ଜୋରାମଥଙ୍ଗା ଟ୍ବିଟ କରି ଏହି କଥା କହିଛନ୍ତି ।
ସୂଚନା ଅନୁସାରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ପ୍ରବାସୀ ମିଜୋସ (ମିଜୋରାମ ବାସିନ୍ଦା) ନିଜ ରାଜ୍ୟକୁ ଫେରୁଥିଲେ । ଏହି ସମୟରେ ଏହି ଟ୍ରେନ ବିହାରର ବେଗୁସରାୟସ୍ଥିତ ଏକ ଗାଁରେ ଅଟକିଥିଲା । ସେହି ସମୟରେ ଗାଁଲୋକେ ଯାତ୍ରୀଙ୍କୁ ଖାଦ୍ୟ ପ୍ୟାକେଟ ବାଣ୍ଟୁଥିଲେ । ଏହି ଭିଡିଓକୁ ମିଜୋରାମ ସିଏମ ଟ୍ବିଟରରେ ସେୟାର କରି ଧନ୍ୟବାଦ ସହ ପ୍ରଶଂସା କରିଛନ୍ତି ।
ଏହି ଟ୍ବିଟରରେ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା ପୁଣି ଲେଖିଛନ୍ତି, ‘କିଛିଦିନ ତଳେ ଯେତେବେଳେ ବାତ୍ୟାରେ ଫସିଥିବା ଲୋକେ ନିଜ ଘରରୁ ଟ୍ରେନ ଯୋଗେ ଫେରୁଥିଲେ ସେହି ସମୟରେ ମିଜୋରାମ ଲୋକେ ସେହି ଲୋକଙ୍କୁ ସାହାଯ୍ୟ କରିଥିଲେ । ଆଜି ବିହାରର ବେଗୁସରାୟରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ଯୋଗେ ଫେରୁଥିବା ମିଜୋସ ଲୋକଙ୍କୁ ସାହାଯ୍ୟ କରିଛନ୍ତି ବିହାରବାସୀ । ଏହି ଦୃଶ୍ୟ ଦେଖି ମନ ଖୁସି ହେଲା । ଭଲ କଲେ ଭଲ ମିଳେ । ଭାରତବର୍ଷର ଲୋକେ ଏପରି ଭାଇଚାରା ରଖିଥିବା ଏକ ଗର୍ବର ବିଷୟ ।’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ