ETV Bharat / bharat

ନିର୍ଭୟା ଦୋଷୀଙ୍କ ପାଇଁ ମୃତ୍ୟୁର ଫାଶ, ମାପ ନେବା ସମୟରେ ଭୋ ଭୋ କାନ୍ଦିଲେ... - ଫାଶି ପାଇଁ ନିର୍ଭୟା ଦୋଷୀଙ୍କ ବେକର ନିଆଗଲା ମାପ

ଫାଶୀ ଦେବା ପୂର୍ବରୁ ନିର୍ଭୟା ଘଟଣାର 4 ଜଣ ଦୋଷୀଙ୍କ ପୁତ୍ତଳିକା ପ୍ରସ୍ତୁତ କରାଯାଇ ଅଭ୍ୟାସ କରାଯିବ । ଏଥିପାଇଁ ସେହି 4 ଜଣଙ୍କ ଓଜନ, ଉଚ୍ଚତା ଓ ବେକର ମାପ ନିଆଯାଇଛି । ଅଧିକ ପଢନ୍ତୁ...

Nirbhaya case
ନିର୍ଭୟା ଦୋଷୀଙ୍କ ପାଇଁ ମୃତ୍ୟୁର ଫାଶ
author img

By

Published : Jan 13, 2020, 9:15 AM IST

ନୂଆଦିଲ୍ଲୀ: ତିହାର ଜେଲରେ ବନ୍ଦ ଥିବା ନିର୍ଭୟା ନିର୍ଭୟା ଘଟଣାରେ ଜଡିତ 4 ଦୋଷୀଙ୍କୁ ଫାଶୀ ପାଇଁ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି । ଫାଶୀ କାର୍ଯ୍ୟକାରୀ ହେବା ପୂର୍ବରୁ ସେମାନଙ୍କ ଗଳାର ମାପ ନିଆଯାଇଛି । ଏହା ପରେ ଫାଶୀ ଦଉଡି ପ୍ରସ୍ତୁତ ହେବ । ଏଥିପାଇଁ ଦୋଷୀଙ୍କ ଉଚ୍ଚତା ଓ ଓଜନ ମପାଯାଇଛି । ମାପ ଚାଲିଥିବା ସମୟରେ ଅଭିଯୁକ୍ତ କାନ୍ଧି ପକାଇଛନ୍ତି ।

ତିହାର ଜେଲର ଅଧିକାରୀଙ୍କ କହିବା କଥା ଯେ, ଫାଶୀ ଦେବା ପୂର୍ବରୁ 4 ଜଣ ଦୋଷୀଙ୍କ ପୁତ୍ତଳିକା ପ୍ରସ୍ତୁତ କରାଯାଇ ଅଭ୍ୟାସ କରାଯିବ । ଜେଲର ନିୟମ ହିସାବରେ ଏହା ପୂର୍ବ ନିର୍ଦ୍ଧାରିତ ପ୍ରକ୍ରିୟା । ଶନିବାର ସେମାନଙ୍କ ପୁତ୍ତଳିକା ପ୍ରସ୍ତୁତ କରିବା ନେଇ ସେମାନଙ୍କ ଓଜନ, ଉଚ୍ଚତା ଓ ଗଳାର ମାପ ନିଆଯାଇଛି । ଏହି ସମୟରେ ସାମ୍ନାରେ ନିଜର ମୃତ୍ୟୁକୁ ଦେଖି ବିକଳ ହୋଇ କାନ୍ଦିଥିଲେ ସେମାନେ ।

ଫାଶୀର ମାପ ନେବା ସମୟରେ ବହୁ ସତର୍କତା ଅବଲମ୍ବନ କରାଯାଇଥାଏ । ପ୍ରଥମେ ବାମ ପଟର କାନ ନିକଟରୁ ଏହି ମାପ ନିଆଯାଇଥାଏ । କାରଣ ଫାଶୀର ଗଣ୍ଠି ସେଠାରେ ଲଗାଯାଇଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ଓଜନର ଉପରେ ମଧ୍ୟ ଧ୍ୟାନ ରଖାଯାଏ । ଏହି ହିସାବରେ ଗଣ୍ଠିର ସଂଖ୍ୟା ନିର୍ଧାରିତ କରାଯାଇଥାଏ । ଅତ୍ୟଧିକ ଓଜନର ବ୍ୟକ୍ତିଙ୍କ ପାଇଁ ଅଧିକ ଗଣ୍ଠି ଲଗାଯାଏ । ଫାଶୀ ଦୌଡିରେ 3ରୁ 5 ଗଣ୍ଠି ପକାଯାଏ ।

ଫାଶୀରେ ଲଟକାଇବା ପରେ ଗୋଟିଏ ପରେ ଗୋଟିଏ କରି ଗଣ୍ଠିକୁ ଖୋଲାଯାଏ । ଏହାଦ୍ବାରା ବେକରେ ଦୌଡି ଟାଇଟ ରହିଥାଏ । ଏହା ଦ୍ବାରା ବେକର ହାଡ ଭାଙ୍ଗିଯାଇ ଥାଏ । ଜେଲ ଅଧିକାରୀଙ୍କ କହିବା ଅନୁସାରେ ଅଭିଯୁକ୍ତର ଓଜନକୁ ଦେଖି ଦୌଡିକୁ ଲମ୍ବା କରାଯାଏ । ଯେମିତି 45 କେଜି ଓଜନର ବ୍ୟକ୍ତିଙ୍କ ପାଇଁ ଫାଶୀ ଦଉଡିର ଲମ୍ବ ପ୍ରାୟ 8 ଫୁଟ ରହିଥାଏ । ଆଉ 90 କେଜି କିମ୍ବା ତା’ଠାରୁ ଅଧିକ ଓଜନର ବ୍ୟକ୍ତିଙ୍କ ପାଇଁ 6 ଫୁଟ ଲମ୍ବାର ଦଉଡି ରହିଥାଏ ।

ତିହାର ଜେଲରେ ଯେଉଁଠି ଫାଶି ଦିଆଯିବ, ସେଠାରେ 15 ଫୁଟର ଗାତ କରାଯାଇଛି । ଜହ୍ଲାଦ ଦ୍ବାରା ଲିଭର ଭିଡିବା ଦ୍ବାରା ଉକ୍ତ ଗାତର ଦ୍ବାର ଖୋଲିଯାଏ । ଆଉ ଫାଶୀରେ ଝୁଲୁଥିବା ଅଭିଯୁକ୍ତର ଅଧା ଶରୀର ଉକ୍ତ ଗାତ ଭିତରକୁ ଚାଲିଯାଇଥାଏ । ପ୍ରାୟ ଅଧାଘଣ୍ଟା ଭିତରେ ତାର ମୃତ୍ୟୁ ହୋଇଯାଏ ।

Intro:କ

Body:କ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.