ETV Bharat / bharat

ଉନ୍ମୋଚିତ ହେଲା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର Logo - Shriram Janmabhoomi Pilgrimage

ଉନ୍ମୋଚିତ ହେଲା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଲୋଗୋ (Logo) । ଆଜି ଟ୍ରଷ୍ଟ ପକ୍ଷରୁ ଏହାକୁ ଲଞ୍ଚ କରାଯାଇଛି । ଅଧିକ ପଢନ୍ତୁ...

ଉନ୍ମୋଚିତ ହେଲା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର Logo

author img

By

Published : Apr 8, 2020, 2:58 PM IST

ନୂଆଦିଲ୍ଲୀ: ଉନ୍ମୋଚିତ ହେଲା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଲୋଗୋ (Logo) । ଆଜି ଟ୍ରଷ୍ଟ ପକ୍ଷରୁ ଏହାକୁ ଲଞ୍ଚ କରାଯାଇଛି । ଏହି ଲୋଗୋ ଭଗବାନ ଶ୍ରୀରାମଙ୍କ ସୂର୍ଯ୍ୟବଂଶୀ ପରମ୍ପରାକୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି । ସେହିପରି ଲୋଗୋରେ ବାଲ୍ମୀକି ରାମାୟଣର ଏକ ପଂକ୍ତି ମଧ୍ୟ ରହିଛି(ରାମୋ ବିଗ୍ରହବାନ ଧର୍ମ) । ଏହାର ଅର୍ଥ ଭଗବାନ ଶ୍ରୀରାମ ଧର୍ମର ପ୍ରତୀକ ।

ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଲୋଗୋ । ଯେଉଁଠି ଭଗବାନ ଶ୍ରୀରାମଙ୍କ ଶକ୍ତି ସହ ବଜରଙ୍ଗବାଲି ବୀର ହନୁମାନଙ୍କ ଭକ୍ତିକୁ ମଧ୍ୟ ସ୍ଥାନ ଦିଆଯାଇଛି । ଏହି ଲୋଗୋରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଚିତ୍ର ସହ ହନୁମାନଜୀଙ୍କ ସେବକ ମୁଦ୍ରାର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି ।

ଭଗବାନ ଶ୍ରୀରାମ ସୂର୍ଯ୍ୟବଂଶୀ ରାଜା ଥିଲେ । ଯେଉଁଥିପାଇଁ ସୂର୍ଯ୍ୟବଂଶର ପ୍ରତୀକ ରଙ୍ଗର ବ୍ୟବହାର ଲୋଗୋରେ ଦେଖିବାକୁ ମିଳିଛି । ଚିତ୍ରରେ ଲାଲ ଏବଂ ହଳଦିଆ ରଙ୍ଗ ଦେଖିବାକୁ ମିଳିଛି । ଏହାକୁ ସୂର୍ଯ୍ୟବଂଶୀ ରାଜାମାନଙ୍କ ପରିଚୟ ଭାବେ ବିବେଚନା କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.