ETV Bharat / bharat

ଜାମିଆ ଗୁଳିକାଣ୍ଡ: 14 ଦିନ ବାଳ ସୁଧାର ଗୃହରେ ନାବାଳକ ଅଭିଯୁକ୍ତ

ଜାମିଆ ଗୁଳିକାଣ୍ଡର ଅଭିଯୁକ୍ତକୁ 14 ଦିନ ବାଳ ସୁଧାର ଗୃହକୁ ପଠାଇଛନ୍ତି ଜୁଭେନାଇଲ କୋର୍ଟ । ସିଏଏକୁ ବିରୋଧ କରି ପ୍ରଦର୍ଶନ ସମୟରେ ଜାମିଆରେ ନାବାଳକ ଅଭିଯୁକ୍ତ ଜଣକ ଗୁଳିଚାଳନା କରିଥିଲା । ଅଧିକ ପଢନ୍ତୁ...

ଜାମିଆ ଗୁଳିକାଣ୍ଡ: 14 ଦିନ ତତ୍ବାବଧାନ ଗୃହକୁ ଯିବ ନାବାଳକ ଅଭଯୁକ୍ତ

author img

By

Published : Jan 31, 2020, 5:44 PM IST

Updated : Jan 31, 2020, 9:35 PM IST

ନୂଆଦିଲ୍ଲୀ: ଜାମିଆ ଗୁଳିକାଣ୍ଡର ଅଭିଯୁକ୍ତକୁ 14 ଦିନ ବାଳ ସୁଧାର ଗୃହକୁ ପଠାଇଛନ୍ତି ଜୁଭେନାଇଲ କୋର୍ଟ । ଅଭିଯୁକ୍ତ ଜଣକ ନାବାଳକ ହୋଇଥିବାରୁ କୋର୍ଟ ତାକୁ ବାଳ ସୁଧାର ଗୃହକୁ ପଠାଇଛନ୍ତି । ଶୁକ୍ରବାର ଅଭିଯୁକ୍ତକୁ ଜୁଭେନାଇଲ ବୋର୍ଡରେ ହାଜର କରାଯାଇଥିଲା । ଅନ୍ୟପକ୍ଷେ ଅଭିଯୁକ୍ତର ବୟସ ଯାଞ୍ଚ କରିବାକୁ ରାମମନୋହର ଲୋହିୟା ହସ୍ପିଟାଲରେ ପରୀକ୍ଷଣ ପାଇଁ ଅପିଲ କରିଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍‌ ।

ଜାମିଆ ମିଲିଆ ବିଶ୍ବବିଦ୍ୟାଳୟରେ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ଜାରି ରହିଥିବା ପ୍ରଦର୍ଶନରେ ହିଂସାକାଣ୍ଡ ହୋଇଥିଲା । ପ୍ରଦର୍ଶନ ସମୟରେ ଏଠାରେ ଏହି ନାବାଳକ ଅଭିଯୁକ୍ତ ଜଣକ ଗୁଳି ଚାଳନା କରିଥିଲା । ଏଥିରେ ଜଣେ ଛାତ୍ର ଆହତ ହୋଇଥିଲେ । ସୂଚନା ମୁତାବକ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ଦିଲ୍ଲୀର ଜାମିଆ ବିଶ୍ବବିଦ୍ୟାଳୟରୁ ରାଜଘାଟ ପର୍ଯ୍ୟନ୍ତ ମୋର୍ଚ୍ଚା ବାହାର କରିଥିଲେ ଛାତ୍ରଛାତ୍ରୀ । ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ସେଠାରେ ପହଞ୍ଚି ବନ୍ଧୁକ ଦେଖାଇ ଉପସ୍ଥିତ ଲୋକଙ୍କୁ ଭୟଭୀତ କରିଥିଲା । ଏହାପରେ ସେ କିଏ ଆଜାଦୀ ଚାହୁଁଛି ବୋଲି ପ୍ରଶ୍ନ କରିଥିଲା । ଯିଏ ଆଜାଦୀ ଚାହୁଁଛି ମୁଁ ତା’କୁ ଆଜାଦୀ ଦେବି, ନିଅ ତୁମ ଆଜାଦୀ କହିବା ସହ ବନ୍ଦେ ମାତାରମ୍‌ କହି ଗୁଳି ଚଳାଇଥିଲା । କିଛି ସମୟ ପରେ ପୋଲିସ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲା । ତେବେ ପୋଲିସର କଡା ସୁରକ୍ଷା ମଧ୍ୟରେ ଯୁବକ ଜଣକ ବନ୍ଧୁକ କିପରି ନେଇଥିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Intro:Body:

BLANK FOR LIVE

Conclusion:
Last Updated : Jan 31, 2020, 9:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.