ETV Bharat / bharat

କୋରୋନା ପାଇଁ ଭାରତ ସରକାରଙ୍କ 'କୋରୋନା ହେଲ୍ପ ଡେସ୍କ' ପ୍ରତିଷ୍ଠା - coronavirus precautions

କୋରୋନା ନିୟନ୍ତ୍ରଣ ପାଇଁ ସରକାର My Gov Corona Helpdesk ନାଁରେ ଖୋଲିଛନ୍ତି ହ୍ବାଟସଆପ୍ । ଅଧିକ ଖବର ପଢନ୍ତୁ...

WhatsApp MyGov Corona Helpdesk
କୋରୋନା ପାଇଁ ଭାରତ ସରକାରଙ୍କ 'କୋରୋନା ହେଲ୍ପ ଡେସ୍କ' ପ୍ରତିଷ୍ଠା
author img

By

Published : Mar 20, 2020, 4:17 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 206କୁ ବୃଦ୍ଧି ପାଇଛି । ପଞ୍ଜାବ, ମହରାଷ୍ଟ୍ର, ଦିଲ୍ଲୀ ଓ କର୍ଣ୍ଣାଟକରେ ଜଣେ ଜଣେ ମୃତ । ସେପଟେ ସରକାର My Gov Corona Helpdesk ନାଁରେ ଖୋଲିଛନ୍ତି ହ୍ବାଟସଆପ୍ । ତେବେ ଦେଶର ନାଗରିକଙ୍କୁ ଏହି ମାରାତ୍ମକ ଭାଇରସ ବିଷୟରେ ଅବଗତ କରାଇବା ପାଇଁ ସରକାର ଏହି ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି ।

ତେବେ ଏହି ହ୍ବାଟସଆପ୍ ଗ୍ରୁପରେ ଜଣେ ବ୍ୟକ୍ତି କୋରୋନା ଭାଇରସ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିପାରିବ । ଏହା ସମସ୍ତ ହ୍ବାଟସଆପ୍ ବ୍ୟବହାରକାରୀଙ୍କ ଦ୍ବାରା ମାଗଣାରେ ବ୍ୟବହାର କରାଯାଇପାରିବ । ଏନେଇ ପ୍ରଥମେ ୟୁଜର୍ସଙ୍କୁ ନମ୍ବରଟିକୁ ସେଭ୍ କରିବାକୁ ପଡିବ । ନମ୍ବରଟି ହେଲେ 9013151515 । ଏହାପରେ ପ୍ରତିକ୍ରିୟା ପାଇବାକୁ ବାର୍ତ୍ତା ପଠାନ୍ତୁ ।

ଏହାଛଡା ସରକାର My Gov WhatsApp Chatbot ହେଲ୍ପଲାଇନ ନମ୍ବର ଆରମ୍ଭ କରିଛନ୍ତି । ଏହି ନମ୍ବରଟି ହେଲା -91-11-23978046 ଓ 1075 ଟୋଲ ଫ୍ରି ନମ୍ବର ଭାରତୀୟ ନାଗରିକଙ୍କ ପ୍ରଶ୍ନର ସମାଧାନ ପାଇଁ ଏକ ଇମେଲ୍ id (ncov2019@gov.in)। ଭାରତର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ହେଲ୍ପଲାଇନ ନମ୍ବରର ଏକ ତାଲିକା ମଧ୍ୟ ପ୍ରକାଶ ପାଇଛି ।

ଏହାଛଡା ହ୍ବାଟସଆପ୍, ଗୁଗଲ ମଧ୍ୟ କୋରୋନା ଭାଇରସ ପାଇଁ ଡୁ ଫାଇଭ୍ , ହେଲ୍ପ ଷ୍ଟପ୍ କୋରୋନା ଭାଇରସ ପରି ଏକ କ୍ୟାମ୍ପେନ ଆରମ୍ଭ କରିଛି । ଏହି ପେଜରେ କୋରୋନା ଭାଇରସକୁ ରୋକିବା ପାଇ ପାଞ୍ଚଟି ବିଷୟ ତାଲିକା ଭୁକ୍ତ କରିଛନ୍ତି । ଏଥିରେ ହାତ ଧୋଇବା, ମୁହଁକୁ ସ୍ପର୍ଶ ନକରିବା, ଦୂରତ୍ବ ବଜାୟ ରଖିବା ଓ ଅସୁସ୍ଥ ହେଲେ ଘରେ ରହିବା ଅନ୍ତର୍ଭୁକ୍ତ ଇତ୍ୟାଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.