ETV Bharat / bharat

ଆମେରିକାରେ ପ୍ରଥମ, ଫୁଡ ବ୍ୟାଙ୍କ ଆଗରେ ଲମ୍ବା ଲାଇନ - କୋରୋନାରେ ବେହାଲ ଆମେରିକା

ବିଶ୍ବର ସବୁଠାରୁ ବିତ୍ତଶାଳୀ ଏବଂ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକାରେ ଏବେ ଏକ ପ୍ରକାର ଖାଦ୍ୟ ସଙ୍କଟ ପରିସ୍ଥିତି ଉପୁଜିଛି। ଯାହାଫଳରେ ଲୋକମାନେ ଫୁଡ୍ ବ୍ୟାଙ୍କ୍ ଆଗରେ ଲୋକଙ୍କ ଲମ୍ବା ଲାଇନରେ ଛିଡା ହୋଇଛନ୍ତି। ଅଧିକ ଖବର ପଢନ୍ତୁ...

The first in the United States
ଆମେରିକାରେ ପ୍ରଥମ, ଫୁଡ୍ ବ୍ୟାଙ୍କ୍ ଆଗରେ ଲୋକଙ୍କ ଲମ୍ବା ଲାଇନ୍
author img

By

Published : Apr 25, 2020, 10:26 AM IST

ୱାସିଂଟନ: ପ୍ରଥମ ଥର ପାଇଁ ଆମେରିକାରେ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ବିଶ୍ବର ସବୁଠାରୁ ବିତ୍ତଶାଳୀ ଏବଂ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକାରେ ଏବେ ଏକ ପ୍ରକାର ଖାଦ୍ୟ ସଙ୍କଟ ପରିସ୍ଥିତି ଉପୁଜିଛି।

କୋରୋନା ଭାଇରସରେ ବିଶ୍ବର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଏହି ଦେଶ। ବର୍ତ୍ତମାନ ଦେଶରେ 9 ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ମାମଲା ଥିବା ବେଳେ 50 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି। ଏହା ଭିତରେ ସବୁଠାରୁ ବଡ ଦୁଃଖଦ ଖବର ଏହି କି ଯେ ଦେଶର ନାଗରିକ ମାନେ ବର୍ତ୍ତମାନ ଫୁଡ୍ ବ୍ୟାଙ୍କ( ଖାଦ୍ୟ ଭଣ୍ଡାର) ସାମ୍ନାରେ ଲମ୍ବା ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳୁଛି। ଯାହା ସୂଚାଉଛି କୋରୋନା ପାଇଁ ଆମେରିକାର ସ୍ଥିତି କେତେ ଗମ୍ଭୀର ଓ ଦେଶବାସୀ କିପରି ଭାବେ ସଙ୍କଟର ସାମ୍ନା କରୁଛନ୍ତି।

ବିଶ୍ବର ଏହି ସୁପର ପାୱାରଫୁଲ ଦେଶ କୋରୋନା ପାଇଁ ଚାରିଆଡୁ କ୍ଷତି ସହୁଛି। ନ୍ୟୁୟର୍କ ଭଳି ବିକଶିତ ସହରରୁ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ନେଉଛି କୋରୋନା ଏହାସହ ଲୋକଙ୍କ ଜୀବନ ଜୀବିକା ଘୋର ଭାବେ ପ୍ରଭାବିତ ହୋଇଛି। ଫଳରେ ଦିନକୁ ଦିନ ଖାଦ୍ୟ ସଙ୍କଟ ଉପୁଜିବା ସହିତ ବିକଳ ଚିତ୍ର ମାନ ସାମ୍ନାକୁ ଆସୁଛି।

ପୂର୍ବରୁ ଇଟାଲୀ ଭଳି ବିକଶିତ ଦେଶ କୋରୋନା ସଂକ୍ରମଣରେ ଛଟପଟ ହେଉଥିବା ସହ ରାସ୍ତା ଉପରକୁ ନୋଟ ଫୋଫାଡୁଥିବା ସାମ୍ନାକୁ ଆସିଥିଲା। ଏହାସହ ପୂର୍ବରୁ ନେପାଳର ଲୋକମାନେ ଘର ଆଗରେ ଖାଦ୍ୟ ପାଇଁ ବାସକେଟ ଓହଲାଉଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.