ନୂଆଦିଲ୍ଲୀ: ଅସହ୍ୟ ତାତିକୁ ପାଣିର ଘୋର ଅଭାବ । ମୁନ୍ଦେ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ତେବେ ଏଭଳି ଜଳସଙ୍କଟ ପରିସ୍ଥିତିରେ ପାଣି ଟୋପାଏ ବଞ୍ଚାଇ ରଖିବା ପାଇଁ ପାଣି ଡ୍ରମରେ ଚାବି ପକାଉଛନ୍ତି ରାଜସ୍ଥାନର ବାସିନ୍ଦା ।
ତେବେ ରାଜସ୍ଥାନର ପ୍ରସାରାମପୁରା ଗାଁ ଓ ହୁଡା ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖାଦେଇଛି । ଯେଉଁଠି ସେଠାକାର ବାସିନ୍ଦା ପାଣି ଡ୍ରମରେ ତାଲା ପକାଇ ରଖୁଛନ୍ତି । ସେଠାକାର ଲୋକଙ୍କ କହିବା ଅନୁସାରେ ପିଇବା ପାଣି ପାଇଁ ଟ୍ୟାଙ୍କର 10 ଦିନରେ ଥରେ ଆସୁଥିବାକୁ ଏପରି କରିବାକୁ ପଡିଛି।
ଅନ୍ୟପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଜଣେ ଗ୍ରାମବାସୀ କହିଛନ୍ତି କି, ପ୍ରସାରାମପୁରା ଗାଁ ଉତ୍କଟ ଜଳାଭାବ ଦେଖାଦେଇଛି। ଏହି କାରଣରୁ ଆମେ ପାଣି ଡ୍ରମରେ ତାଲା ପକାଇ ରଖିଛୁ । 10 ଦିନକୁ ଥରେ ପାଣି ଟ୍ୟାଙ୍କର ଆସୁଛି ଯାହାର ମୂଲ୍ୟ ସୁନା ଓ ରୂପାଠାରୁ ମଧ୍ୟ ଅଧିକ ବୋଲି ଗ୍ରାମବାସୀ ପ୍ରକାସ କରିଛନ୍ତି ।