ETV Bharat / bharat

ଚାଷୀଙ୍କର ଆଶ୍ବାସନା ଆବଶ୍ୟକ, “ଦୟାକରି ତାଙ୍କୁ ଏହା ପ୍ରଦାନ କରନ୍ତୁ” - ଚାଷୀଙ୍କର ଆଶ୍ବାସନା ଆବଶ୍ୟକ

ତାଲାବନ୍ଦ କଟକଣା ଜାରି ହୋଇଥିବା କାରଣରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବା ଲାଗି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ପ୍ରଖ୍ୟାତ କୃଷିବିଜ୍ଞାନୀ ଏବଂ ପ୍ରାଧ୍ୟାପକ ଏମ୍‌.ଏସ୍‌.ସ୍ବାମୀନାଥନ୍‌ । ଅଧିକ ପଢନ୍ତୁ..

The Farmer Needs Re-Assurance
The Farmer Needs Re-Assurance
author img

By

Published : Apr 22, 2020, 10:57 AM IST

ସାରା ଦେଶରେ ଲକ୍‌ଡାଉନ୍‌ ବା ତାଲାବନ୍ଦ କଟକଣା ଜାରି ହୋଇଥିବା କାରଣରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବା ଲାଗି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ପ୍ରଖ୍ୟାତ କୃଷିବିଜ୍ଞାନୀ ଏବଂ ପ୍ରାଧ୍ୟାପକ ଏମ୍‌.ଏସ୍‌.ସ୍ବାମୀନାଥନ୍‌ । ଗତ ଶୁକ୍ରବାର ଦିନ ସେ ଏକ ବିବୃତି ଜାରି କରି ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି ।

 ନିର୍ଦ୍ଧାରିତ କିଣାଦରରେ ବିଭିନ୍ନ ଶସ୍ୟ କିଣିବା ଲାଗି ବଜାର ହସ୍ତକ୍ଷେପ ଯୋଜନା ବା ‘ମାର୍କେଟଇଣ୍ଟରଭେନ୍‌ସନ ସ୍କିମ୍‌’ ତୁରନ୍ତ କାର୍ଯ୍ୟକାରୀ କରାଯିବା ଉଚିତ । ଚାଷୀଙ୍କୁ ସାହାଯ୍ୟ କରିବା ସକାଶେ ଶସ୍ୟ ଦରରେ ରହୁଥିବା ପାର୍ଥକ୍ୟକୁ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଭାବରେ ବହନ କରିବା ଆବଶ୍ୟକ ।

 ସ୍ଥାନୀୟ ଅଞ୍ଚଳରେ ଶ୍ରମିକଙ୍କ ଗମନାଗମନକୁ ଅନୁମୋଦନ କରାଯିବା ଆବଶ୍ୟକ ।

 ଚାଷୀଙ୍କୁ ବିଭିନ୍ନ ଯନ୍ତ୍ର ଓ ଉପକରଣ ଉପଲବ୍‌ଧ କରାଇବାକୁ ସରକାର ଅଗ୍ରାଧିକାର ଦେବା ଉଚିତ, ଯାହାଫଳରେ ଚାଷୀମାନେ କୃଷିକାର୍ଯ୍ୟ କ୍ଷେତ୍ରରେ ସେମାନଙ୍କ ଆବଶ୍ୟକତା ପୂରଣ କରିପାରିବେ ।

 ରବି ଋତୁରେ ଅମଳ ହେବାକୁ ଥିବା ଫସଲ କିଣିବା ଏବଂ ସଂଗୃହୀତ ଫସଲର ଯତ୍ନ ନେବା ଦିଗରେ ଉଭୟକେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଆଶ୍ବାସନା ପ୍ରଦାନ କରିବା ଉଚିତ ।

 ଖରିଫ ଋତୁରେ ଚାଷବାସ ଲାଗି ଚାଷୀମାନେ ପ୍ରସ୍ତୁତ ହେବା ଆବଶ୍ୟକ । ଏହି ଆବଶ୍ୟକତା ପୂରଣ ପାଇଁ,ପୂର୍ବରୁ ଋଣ ଥାଉ କି ନଥାଉ, ଚାଷୀଙ୍କୁ ନୂତନ ଋଣ ପ୍ରଦାନ କରାଯିବା ଦରକାର ।

 ବେସରକାରୀ ଋଣଦାତା ବା ସାହୁକାର ଏବଂ ବ୍ୟବସାୟୀଙ୍କ କବଳରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରାଯିବା ଉଚିତ । ପରବର୍ତ୍ତୀ ଫସଲ ଅମଳ ନ ହେବା ପର୍ଯ୍ୟନ୍ତ ଚାଷୀଙ୍କ ନିକଟରୁ ସୁଧ ଆଦାୟ ନ କରିବା ଲାଗିଏଭଳି ସାହୁକାର/ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯିବା ଆବଶ୍ୟକ ।

 ‘ପ୍ରଧାନମନ୍ତ୍ରୀ କିଷାନ’ ଯୋଜନାରେ ଚାଷୀମାନେ 6,000 ଟଙ୍କା ପାଉଛନ୍ତି । ଏହି ରାଶିକୁ 15,000 ଟଙ୍କାକୁ ବୃଦ୍ଧି କରାଯାଇ ବର୍ଦ୍ଧିତ ରାଶିର ଅଧା ତୁରନ୍ତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବା ଦରକାର ।

 ଚାଷୀମାନଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ ଉପରୋକ୍ତ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ କାର୍ଯ୍ୟକ୍ରମରେ ବିଭିନ୍ନ କୃଷି ଉତ୍ପାଦନ ସମିତିର ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ।

 ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଫସଲ କାଟିବା ଏବଂ ଅମଳ ବାବଦ ଖର୍ଚ୍ଚ ପ୍ରଦାନ କରାଯିବା ଉଚିତ ।

 ବିଭିନ୍ନ ବଜାର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଅମଳ କରାଯାଇଥିବା ଫସଲ ସାଇତି ରଖିବା ଲାଗିଚାଷୀମାନଙ୍କୁ ଶୀତଳ ଭଣ୍ଡାର ଏବଂ ଅନ୍ୟାନ୍ୟ ପଣ୍ୟାଗାର ଉପଲବ୍‌ଧ କରାଇବା ଉଚିତ । କ୍ଷୀର ସାଇତିରଖିବା ଲାଗି ଜାତୀୟ ଦୁଗ୍‌ଧଜାତ ଦ୍ରବ୍ୟ ବିକାଶ ବୋର୍ଡ (NDDB) ଆପଣେଇ ଥିବା କୌଶଳକୁ ଉଦ୍ୟାନ କୃଷିଜାତ ଫସଲ ସାଇତି ରଖିବା କ୍ଷେତ୍ରରେ ଜାତୀୟ ଉଦ୍ୟାନକୃଷି ବିକାଶ ବୋର୍ଡ (NHDB) ଉପଯୋଗ କରିବା ଉଚିତ ।

 ଖରିଫ ଚାଷ ସମୟକୁ ଚାଷୀଙ୍କୁ ଉପଯୁକ୍ତ ଗୁଣମାନର ବିହନ ଉପଲବ୍‌ଧ କରାଇବା ଦିଗରେ ସରକାର ପଦକ୍ଷେପ ନେବା ଉଚିତ ।

 କୃଷି କ୍ଷେତ୍ରରେ ମହିଳାମାନଙ୍କ ଭୂମିକାକୁ ସ୍ବୀକୃତି ଦେବା ସହିତ ବୈଷୟିକ ଏବଂ ଆର୍ଥିକ ଦୃଷ୍ଟିରୁ ସେମାନଙ୍କୁ ସଶକ୍ତ କରାଯିବା ଦରକାର ।

 ସଫଳତାର ସହିତ ଏବଂ ଉତ୍ତମ ଗୁଣମାନର ଫସଲ ଉତ୍ପାଦନ ଲାଗି ଚାଷୀମାନଙ୍କୁ ଉତ୍ତମ ଆଧୁନିକ ଯନ୍ତ୍ରପାତି ଏବଂ ଉପକରଣ ପ୍ରଦାନ କରାଯିବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.