ETV Bharat / bharat

ଗୋଟିଏ ପରିବାରର 4 ଜଣଙ୍କ ସନ୍ଦେହଜନକ ମୃତ୍ୟୁ - police start investigation

ସୋମବାର କୋରୋଲି ଜିଲ୍ଲାର ନାଡାଉଟି ପୋଲିସ ଷ୍ଟେସନ ଅଞ୍ଚଳରେ ଗୋଟିଏ ପରିବାରର 4 ଜଣଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି।ପଡ଼ୋଶୀମାନେ ଏହା ଜାଣି ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି । ଅଧିକ ପଢନ୍ତୁ...

ଗୋଟିଏ ପରିବାରର 4 ଜଣଙ୍କ ସନ୍ଦେହଜନକ ମୃତ୍ୟୁ
ଗୋଟିଏ ପରିବାରର 4 ଜଣଙ୍କ ସନ୍ଦେହଜନକ ମୃତ୍ୟୁ
author img

By

Published : Aug 18, 2020, 12:28 AM IST

ଜୟପୁର: ସୋମବାର କୋରୋଲି ଜିଲ୍ଲାର ନାଡାଉଟି ପୋଲିସ ଷ୍ଟେସନ ଅଞ୍ଚଳରେ ଗୋଟିଏ ପରିବାରର 4 ଜଣଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି।ପଡ଼ୋଶୀମାନେ ଏହା ଜାଣି ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି ।

କୁଞ୍ଜେଲା ଗ୍ରାମରେ ସ୍ୱାମୀ, ସ୍ତ୍ରୀ ଏବଂ ଦୁଇ ଶିଶୁଙ୍କ ମୃତଦେହ ମିଳିବା ପରେ ନାଡଉଟି ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏହି ମୃତଦେହ ତିନିରୁ ଚାରି ଧରି ଘରେ ପଡିରହିଥିବା ଜଣାପଡିଛି । ଘରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ଏହି ଘଟଣା ବିଷୟରେ ଜାଣିଥିଲେ। ମୃତକ ମାନେ ଗ୍ରାମର 32 ବର୍ଷିୟ ମହେନ୍ଦ୍ର ମହାଭାରତଙ୍କ ପରିବାରର ବୋଲି ଜଣାପଡିଛ । ସେ ପତ୍ନୀ ସ୍ବପ୍ନା, 5 ବର୍ଷର ଝିଅ ଏବଂ 2 ବର୍ଷର ପୁଅ ଆତ୍ମହତ୍ଯା କରିଥିବା ସନ୍ଦେହ କରାଯାଉଛି ।

ନାଡାଉଟି ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ରାମଖିଲାଡି ମୀନା କହିଛନ୍ତି ଯେ କୁଞ୍ଜେଲା ଗାଁର ଗୋଟିଏ ଘରେ ଦୁର୍ଗନ୍ଧ ବାହାରୁଥବା ଗ୍ରାମବାସୀ ସୂଚନା ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.