ETV Bharat / bharat

ସିଆଚେନ ଗ୍ଲାସିୟରରେ ହିମସ୍ଖଳନ: 8 ଯବାନ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Nov 18, 2019, 8:51 PM IST

ସିଆଚେନ ଗ୍ଲାସିୟର ଉତ୍ତର ଭାଗରେ ଭୟଙ୍କର ହିମସ୍ଖଳନ ଫଳରେ ବଡ ବଡ ବରଫ ଖଣ୍ଡ ଭିତରେ ସେନାର କିଛି ପୋଷ୍ଟ ଦବି ଯାଇଛି । ଏହାସହ ବରଫ ମଧ୍ୟରେ କିଛି  ଯବାନ ଫସି ରହିଥିବା ଖବର ଆସିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ

ନୂଆଦିଲ୍ଲୀ: ସିଆଚେନ ଗ୍ଲାସିୟର ଉତ୍ତରଭାଗରେ ଭୟଙ୍କର ହିମସ୍ଖଳନ ଫଳରେ ବଡ ବଡ ବରଫ ଖଣ୍ଡ ଭିତରେ ସେନାର କିଛି ପୋଷ୍ଟ ଦବି ଯାଇଛି । ଏହାସହ ବରଫ ମଧ୍ୟରେ କିଛି ଯବାନ ଫସି ରହିଥିବା ଖବର ଆସିଛି । ମିଳିଥିବା ସୂଚନା ଅନୁସାରେ ଅତି କମରେ ଏହି ଅଘଟଣରେ 8 ଯବାନ ବରଫ ଝଡର ସମ୍ମୁଖୀନ ହୋଇ ବରଫ ଗଦା ତଳେ ଫସି ରହିଛନ୍ତି । ଏହି ଯବାନଙ୍କ ଉଦ୍ଧାର ପାଇଁ ସେନା ପକ୍ଷରୁ ଏକ ବଡ ଧରଣର ତଲାସୀ ଅଭିଯାନ ଜାରି ରହିଛି ।

The avalanche had hit the Army positions in the northern glacier
ଫଟୋ ସୌଜନ୍ୟ: ଏଏନଆଇ

ସୂଚନା ଅନୁସାରେ ସମସ୍ତ ଯବାନ ସୋମବାର ଦ୍ବିପ୍ରହର ସମୟରେ ପାଟ୍ରୋଲିଂ ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ସିୟାଚେନ ଗ୍ଲାସିୟର ହିମାଳୟର ପୂର୍ବ କାରାକୋରମ ପର୍ବତ ଶୃଙ୍ଖଳାରେ ଅବସ୍ଥିତ । ଏହିସ୍ଥାନରେ ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖାର ସମାପ୍ତି ହୋଇଛି । ଏହି ସ୍ଥାନରେ ସେନାର ଏକ ବ୍ରିଗେଡ ନିଯୁକ୍ତ ରହିଛନ୍ତି ।

ଏଥିସହ ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟରରେ । ଏଠାରେ ଭାରତୀୟ ପ୍ରାୟ ୨୨ହଜାର ଫୁଟ ଉପରେ ଥିବା ସିଆଚେନ ଗ୍ଲାସିୟରରେ ଅକ୍ସିଜେନର ପରିମାଣ କମ୍‌ ରହିଥିଲେ ମଧ୍ୟ ସେନା ଦିନରାତି ଏହି ସ୍ଥାନରେ ରହି ମାତୃଭୂମିକୁ ସୁରକ୍ଷା ପ୍ରଦାନ କରି ଆସୁଛନ୍ତି ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.