ନୂଆଦିଲ୍ଲୀ: ଦିଲ୍ଲୀର ଶସ୍ୟ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡରେ 43 ଲୋକଙ୍କ ମୃତ୍ୟୁ ହୋଇଛି । ଉକ୍ତ ଘଟଣାକୁ ନେଇ ଆପ୍ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ । ସେ ଅଭିଯୋଗ କରିଛନ୍ତି ଯେ, ଏହି ଦୁର୍ଘଟଣା ସ୍ପଷ୍ଟ କରୁଛି ଦିଲ୍ଲୀ ସରକାରଙ୍କ କୋହଳ ଦଣ୍ଡ ବ୍ୟବସ୍ଥା ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଛି ।
ସେ ଏହା ମଧ୍ୟ କହିଛନ୍ତି, ବିଲ୍ଡିଂରେ ସୁରକ୍ଷା ବ୍ୟବସ୍ଥା ସହ ଫାୟାର ସେଫ୍ଟି ନିୟମ ଉଲ୍ଲଙ୍ଘନ କରାଯାଇଛି । ଏହା ସହିତ ସେହି ଅଞ୍ଚଳର ସଡକ ସଂକୀର୍ଣ୍ଣ ଥିବା ସହ ଚାରିଆଡେ ବିପଦଜନ୍ନକ ଅବସ୍ଥାରେ ବିଦ୍ୟୁତ୍ ତାର ଓ କେବଲ ଓହଳିଥିଲା । ତଥାପି ବିଲ୍ଡିଂ ଉପରେ କୌଣସି ରୋକଠୋକ୍ ଲଗାଯାଇନଥିଲା ।
ସେପଟେ କେନ୍ଦ୍ରମନ୍ତ୍ରୀ ପୁରୀଙ୍କ ଏହି ବୟାନକୁ ଭୂଲି ଏବଂ ଆଶ୍ଚର୍ଯ୍ୟଜନକ କହିଛି ଆପ୍ ସରକାର । ସେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀଙ୍କ ବୟାନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀରେ ବିଜେପିର ମ୍ୟୁନିସିପାଲଟିରେ ଘଟୁଥିବା ଭ୍ରଷ୍ଟାଚାର ଏବଂ ଅକ୍ଷମତା ଉପରେ ଘଣ୍ଟ ଘଉଡାଇବା ।