ETV Bharat / bharat

ପୁଲୱାମାରେ ପୁଣି ଆତଙ୍କୀ ହମଲା, ସିଆରପିଏଫ କାର୍ଯ୍ୟାଳୟକୁ ଗ୍ରେନେଡ ମାଡ

ଜମ୍ମୁ-କାଶ୍ମୀର ପୁଲୱାମାରେ ସିଆରପିଏଫ 180 ବାଟାଲିୟନର ମୁଖ୍ୟ କାର୍ଯ୍ୟାଳୟରେ ଗ୍ରେନେଡ ମାଡ ହୋଇଛି ।

ଫାଇଲ ଫଟୋ
author img

By

Published : Jun 17, 2019, 10:48 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲୱାମାରେ ଗୋଟିଏ ଦିନରେ ଦୁଇ ଦୁଇଟି ଆକ୍ରମଣ ଘଟାଇଛନ୍ତି ଆତଙ୍କବାଦୀ । ପୁଲୱାମାର ଅରିହଲ ପରେ ଏବେ ଟ୍ରାଲ ଅଞ୍ଚଳରେ ଯବାନଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କୀ । ସିଆରପିଏଫ 180 ବାଟାଲିୟନର ମୁଖ୍ୟ କାର୍ଯ୍ୟାଳୟରେ ଗ୍ରେନେଡ ମାଡ ହୋଇଥିବା ଜଣା ପଡିଛି । କାର୍ଯ୍ୟାଳୟ ବାହାରେ ହିଁ ଗ୍ରେନେଡ ବିସ୍ଫୋରଣ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ସୂଚନା ଯୋଗ୍ୟ ଯେ, ସୋମବାର ସନ୍ଧ୍ୟାରେ ହିଁ ପୁଲୱାମାର ଅରିହଲ ଅଞ୍ଚଳରେ ସେନାଗାଡ଼ି ଯାଉଥିବାବେଳେ ତାକୁ ଟାର୍ଗେଟ କରି ଆତଙ୍କବାଦୀ ଆଇଇଡି ବିସ୍ଫୋରଣ କରିଥିଲେ । ଘଟଣାରେ ରାଷ୍ଟ୍ରୀୟ ରାଇଫଲ୍ସର 8 ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଯବାନ ଗୁରୁତର ଅଛନ୍ତି ।

Intro:Body:

dhd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.