ଶ୍ରୀନଗର: ସେନା ଗୁଳିରେ ଟଳିଲା ଆତଙ୍କବାଦୀ । ଶୁକ୍ରବାର ଜାମ୍ମୁ କାଶ୍ମୀର ବଡଗାମର କାୱୋସା ଖାଲିସା ଅଞ୍ଚଳରେ ହୋଇଥିବା ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଭାରତୀୟ ସେନାର ଉତ୍ତର କମାଣ୍ଡ କହିଛି।
ସେହିପରି ଗୁରୁବାର ମଧ୍ୟ ସୁକନାଗ ନାଲା ଜିଲ୍ଲାରୁ ଅନ୍ୟ ଜଣେ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଭାରତୀୟ ସେନା ଅନୁଯାୟୀ, ଗତ ସେପ୍ଟେମ୍ବର 7ରେ ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇ ସୁକନାଗ ନାଲାକୁ ଡେଇଁ ଖସିଯିବାକୁ ଚେଷ୍ଟା କରିଥିଲା । ତେବେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଗୁଳି ବିନିମୟରେ ଆତଙ୍କବାଦୀ ବେକରେ ଆଘାତ ଲାଗିଥିଲା।