ଶ୍ରୀନଗର: ବାନ୍ଦିପୋରାରୁ ଗିରଫ ହେଲା ଲସ୍କର-ଇ-ତୋଇବାର ଜଣେ ଆତଙ୍କୀ। ଉତ୍ତର କାଶ୍ମୀର ବାନ୍ଦିପୋରା ଜିଲ୍ଲାର ସୁରକ୍ଷା ବାହିନୀ ଓ ପୋଲିସର ମିଳିତ ସହଯୋଗରେ ଏଲଇଟିର ଏହି ସକ୍ରିୟ ସଦସ୍ୟକୁ ଗିରଫ କରାଯାଇଛି। ଗିରଫ ସମୟରେ ଆତଙ୍କୀ ପାଖରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି।
ଗିରଫ ଆତଙ୍କୀ ଜଣକ ହେଲା ସବଜର ଅହମ୍ମଦ ବୋଲି ଜଣାପଡିଛି। ସେ ସୋପିଆନ ଜିଲ୍ଲା ଆନୀରା ଅଞ୍ଚଳର ବାସିନ୍ଦା। ଗିରଫ ସମୟରେ 9 ଏମଏମ ପିସ୍ତଲ,ମାଗାଜିନ, ଜୀବନ୍ତ 4 ରାଉଣ୍ଡ ଗୁଳି ମିଳିଥିବା ସୂଚନା ମିଳିଛି।
ଗତ କିଛିଦିନ ହେବ ଆତଙ୍କୀ ଜଣ ଏଲଇଟିରେ ଯୋଗ ଦେଇଥିବା ବେଳେ ହାଜିନ ଅଞ୍ଚଳର ବିଭିନ୍ନ କାର୍ଯ୍ୟକଳାପ ଉପରେ ନଜର ରଖୁଥିଲା ବୋଲି କାଶ୍ମୀର ପୋଲିସ କହିଛି। ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି।