କୋଲକାତା: ଉତ୍ତର 24 ପରଗାନାର ଅମଦଙ୍ଗା ଥାନାସ୍ଥିତ ଗଜବନ୍ଦ ଗ୍ରାମର ବୁଥ ନମ୍ବର 73 ରେ ଉତ୍ତେଜନା । ତୃଣମୂଳ କଂଗ୍ରେସର ପତାକା ଅନ୍ୟ ଦଳ ଧରିଥିବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ନେଇ ଏହି ଉତ୍ତେଜନା ହୋଇଥିଲା । ଏହି ଉତ୍ତେଜନାରେ ଆଇସିଙ୍କ ସମେତ 8 ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ଟିଏମସି ଏବଂ ଅହଲର ସମର୍ଥକମାନେ ଉତ୍ତେଜିତ କରୁଥିବା ଜଣାପଡିଛି ।
ସୂଚନା ଅନୁସାରେ, ଅବ୍ବାସ ସିଦ୍ଦିକିଙ୍କ ଦଳ ଅହଲ ସୁନନାତୁଲ ଜାମାତର ସମର୍ଥକ ଶେଖ ମୋକାଦେସ ଜବ କାର୍ଡରେ କାମ କରୁଥିବାବେଳେ ତାଙ୍କ ପିତା ଶାହାଦତ ହୋସେନଙ୍କ ହାତରେ ତୃଣମୂଳ କଂଗ୍ରସର ପତାକା ଧରାଇ କାମ କରାଉଥିଲେ । ଯାହାକ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏନେଇ ବିରୋଧୀ ଦଳର ସମର୍ଥକମାନେ ଉତ୍ତେଜିତ ହୋଇ ଆମଦଙ୍ଗା ଥାନାରେ ପଥର ମାଡ ଆରମ୍ଭ କଲେ ।
ତେବେ ଏହି ଘଟଣାରେ ଥାନା ପୋଲିସ ଦେବଶିଷ ଚଟ୍ଟରାଜଙ୍କ ସମେତ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇଛି । ଜାତୀୟ ରାଜପଥ 34 କୁ ଗଛ ପକାଇ ଅବରୋଧ କରାଯାଇଥିଲା । ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଆମଦଙ୍ଗା ଥାନାଅଞ୍ଚଳରେ ପଥର ଓ ଗୁଳି ବିନିମୟ ହୋଇଥିଲା । ଘଟଣାକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ପ୍ରଥମେ ଫାଙ୍କାରେ ଗୁଳି ଚଳାଇଥିଲେ ଏବଂ ପରେ ଲୁହବୁହା ଗ୍ୟାସ କ୍ୟାଣ୍ଟର ଫିଙ୍ଗିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ