ETV Bharat / bharat

ଦିଲ୍ଲୀରେ ତାପମାତ୍ରା 40 ଡିଗ୍ରୀ ପାର, ସ୍ବଳ୍ପ ବର୍ଷା ସମ୍ଭାବନା

author img

By

Published : May 10, 2020, 1:27 PM IST

ରାଜଧାନୀରେ ତାପମାତ୍ରାରେ ହ୍ରାସ ପାଇବା ନେଇ କୌଣସି ଆଶଙ୍କା ନାହିଁ । ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା 2 ରୁ 3 ଦିନ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଅଧିକ ପଢନ୍ତୁ...

weather
ଦିଲ୍ଲୀରେ ତାପମାତ୍ରା 40 ଡିଗ୍ରୀ ପାର, ହାଲୁକା ବର୍ଷା ହେବା ସମ୍ଭାବନା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମ ଉତ୍ତାପ ଏବେ ଆରମ୍ଭ ହୋଇଯାଇଛି। ଶନିବାର ଦିଲ୍ଲୀରେ, ଯେଉଁଠାରେ ସର୍ବାଧିକ ତାପମାତ୍ରା 40.9 ଡିଗ୍ରୀ ସେଲସିୟସ ଥିଲା । ଆଜି(ରବିବାର) ତାପମାତ୍ରା 41 ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ସମୟରେ ରବିବାର ଦିଲ୍ଲୀ-ଏନସିଆରରେ ହାଲୁକା ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

କିନ୍ତୁ ତାପମାତ୍ରାରେ ହ୍ରାସ ପାଇବା ନେଇ କୌଣସି ଆଶଙ୍କା କରିନି ବିଭାଗ । ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା 2 ରୁ 3 ଦିନ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଅତ୍ୟଧିକ ବେଗରେ ଧୂଳିଝଡ ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ।

ଦେଶର ଅନ୍ୟ ରାଜ୍ୟ ବିଷୟରେ କହିବାକୁ ଗଲେ ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ଛତିଶଗଡରେ ପ୍ରବଳ ବର୍ଷା ପବନ ସହ ବଜ୍ରପାତ ହୋଇପାରେ । ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନାରେ ମଧ୍ୟ କୁଆପଥର ବର୍ଷା ହୋଇପାରେ। ଏହା ବ୍ୟତୀତ ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ-ବାଲ୍ଟିସ୍ତାନ, ମୁଜାଫରବାଦ, ହିମାଚଳ ପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ବଜ୍ରପାତର ଆଶଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.