ହାଇଦ୍ରାବାଦ: ତେଲେଙ୍ଗାନା କୃଷକଙ୍କ ପାଇଁ ନୂଆ ଯୋଜନା ପ୍ରଣୟନ କଲେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ରାଜ୍ୟର ସମସ୍ତ କୃଷକଙ୍କୁ ରାଇତୁ ବନ୍ଧୁ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।
ଆଜି(ରବିବାର) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ରାଜ୍ୟର କୃଷକଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଚଳିତ ମାସ 28 ତାରିଖରୁ 2021 ଜାନୁଆରୀ ପର୍ଯ୍ୟନ୍ତ କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ତେବେ କୃଷକମାନେ ରାଇତୁ ବନ୍ଧୁ ଯୋଜନା ମାଧ୍ୟମରେ ସହାୟତା ପାଇପାରିବେ । ଏନେଇ ମୁଖ୍ୟମନ୍ତ୍ରୀ କେସିଆର ପ୍ରଗତୀ ଭବନରେ ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ