ETV Bharat / bharat

ବିଜେପି ନେତାଙ୍କ ଟାର୍ଗେଟରେ ଓୱେସୀ - ନାଗରିକ ସଂଶୋଧନ ଆଇନ

ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନଆରସି) କୁ ନେଇ ବିରୋଧ ନେଇ ତେଲାଙ୍ଗାନା ବିଜେପି ସଭାପତି ଡ. ଲକ୍ଷ୍ମଣ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସୀଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ:

telengana-bjp-president-k-laxman-attack-aimim-leader-asadudin-aweisi
ତେଲେଙ୍ଗାନା ବିଜେପି ସଭାପତି ଡ.ଲକ୍ଷ୍ମଣ ଓୱେସୀଙ୍କୁ ଜୋରଦାର ସମାଲୋଚନା
author img

By

Published : Jan 24, 2020, 5:59 PM IST

ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନଆରସି) କୁ ବିରୋଧ କରି ତେଲେଙ୍ଗାନା ବିଜେପି ସଭାପତି ଡ. ଲକ୍ଷ୍ମଣ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସୀଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । ଓୱେସୀ ତେଲାଙ୍ଗାନା ଲୋକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛନ୍ତି ।

ସିଏଏ ଓ ଏନଆରସିକୁ ନେଇ ହାଇଦ୍ରାବାଦ ସ୍ଥିତ ଚାରମୀନାରରେ ମୁସଲିମ ସମ୍ପ୍ରଦାୟଙ୍କୁ ନେଇ ସଭା କରିବାପାଇଁ ଚେଷ୍ଟା କରୁଛନ୍ତି । ଏହାକୁ ନେଇ ତେଲାଙ୍ଗାନା ବିଜେପି ସଭାପତି ଡ. ଲକ୍ଷ୍ମଣ କହିଛନ୍ତି ହାଇଦ୍ରାବାଦ ସାଂସଦ ମୁସଲମାନ ମାନଙ୍କୁ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଭ୍ରାନ୍ତଧାରଣା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି । ଆଜି ତେଲାଙ୍ଗାନା ରାଜ୍ୟ ବିଜେପିର ପଦାଧିକାରୀ ହାଇଦ୍ରାବାଦ ପୋଲିସ କମିସନରକୁ ଭେଟିଛନ୍ତି । ହାଇଦ୍ରାବାଦ ଚାରମୀନାରରେ ସିଏଏ ଓ ଏନଆରସି ବିରୋଧ ରାଲି କରିବା ପାଇଁ ଅନୁମତି ନଦେବା ପାଇଁ ସେ ଅପିଲ କରିଛନ୍ତି ।

କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ହିତ ପାଇଁ ଏହି ସବୁ ନିଷ୍ପତି ଗ୍ରହଣ କରିଛନ୍ତି । ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ସମସ୍ତଙ୍କ ବିଶ୍ବାସକୁ ନେଇ ଐତିହାସିକ ପଦକ୍ଷେପ ନେଇଛନ୍ତି । ଏହାକୁ ଅସଦୁଦ୍ଦିନ ଓୱେସୀ ଓ ଅନ୍ୟାନ୍ୟ ବିରୋଧୀ ନେତାମାନେ ଗ୍ରହଣ କରିପାରୁନାହାଁନ୍ତି । ରାଜ୍ୟରେ ଶାସନ କରୁଥିବା କେ . ଚନ୍ଦ୍ରଶେଖରଙ୍କ ସରକାର ମଧ୍ୟ ଅସଦୁଦ୍ଦିନ ଓୱେସୀଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.