ETV Bharat / bharat

ବନ୍ଦ ହୋଇଯିବ ବିଏସଏନଏଲ, ଏମଟିଏନଏଲ ! - ଏମଟିଏନଏଲ

ଏହି ଦୁଇ ଟେଲିକମ କମ୍ପାନୀ ବଜାରରେ କ୍ଷତି ସହିବାର ପ୍ରମୁଖ କାରଣ ହେଉଛି କର୍ମଚାରୀମାନଙ୍କର ମନମୁଖୀ କାର୍ଯ୍ୟ । ଏହି କାରଣ ଯୋଗୁଁ ବର୍ତ୍ତମାନ ସମୟରେ ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଆସିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି । ଫଳରେ ବର୍ତ୍ତମାନର ପ୍ରତିଯୋଗିତା ପୂର୍ଣ୍ଣ ସମୟରେ ସଫଳତା ହାତେଇବାରେ ଉକ୍ତ କମ୍ପାନୀ ଗୁଡ଼ିକ ବିଫଳ ହେଉଛନ୍ତି ।

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ
author img

By

Published : Nov 28, 2019, 2:01 AM IST

ହାଇଦ୍ରାବାଦ: ବର୍ତ୍ତମାନ ଦୁଇ ପ୍ରମୁଖ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ଼(ବିଏସଏନଏଲ) ଏବଂ ମହାନଗର ଟେଲିଫୋନ ନିଗମ ଲିମିଟେଡ଼(ଏମଟିଏନଏଲ) ଓ ପବ୍ଲିକ ସେକ୍ଟର ଟେଲିକମ କମ୍ପାନୀ ଗୁଡ଼ିକ ଅନେକ ସମସ୍ୟା ଦେଇ ଗତି କରୁଛି । ଏଥିପାଇଁ ମୋଦି ସରକାର ନିକଟରେ ଘୋଷଣା କରିଥିଲେ କି ବିଏସଏନଏଲ ଏବଂ ଏମଟିଏନଏଲକୁ ଏକତ୍ରୀକରଣ କରିବା ପାଇଁ ।

ତେବେ ଏନେଇ ଉଦ୍ୟୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ନିଷ୍ପତ୍ତି ବେସରକାରୀ ଟେଲିକମ କମ୍ପାନୀ ଗୁଡିକ ପାଇଁ ଏକ ପ୍ରତିଯୋଗିତାମୂଳକ ପରିସ୍ଥିତ ସୃଷ୍ଟି କରିବା ସହିତ ଏହାକୁ ପରିଚାଳନାଗତ ଅର୍ଥର ବ୍ୟବସ୍ଥା କରିବାକୁ ହେବ । ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ସରକାର ଏଥିରେ ସୁଧାର ଆଣିପାରିବେ । ଏହା ସହିତ ସରକାର କରିଥିବା ଘୋଷଣା ଫଳରେ ଏହି ବେସରକାରୀ ଟେଲିକମ କମ୍ପାନୀ ଗୁଡ଼ିକର ପରିସ୍ଥିତିରେ ସୁଧାର ଆଣିବା ପର୍ଯ୍ୟାପ୍ତ ନୁହେଁ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଏହି ଦୁଇ କମ୍ପାନୀ ମଧ୍ୟ ବେଶ ଗୁରୁତର ହୋଇ ପଡ଼ିଛନ୍ତି । ଏକତ୍ରୀକରଣ ଓ ଇଚ୍ଛାକୃତ ଅବସର ଘୋଷଣା ଫଳରେ ଏହି ଦୁଇ କମ୍ପାନୀ ପରିଚାଳନା ପାଇଁ ଲାଭପ୍ରଦ ହୋଇପାରେ ମାତ୍ର ଏହାକୁ ପୁନର୍ଜିବୀତ କରିବା ପାଇଁ ପର୍ଯ୍ୟାପ୍ତ ହୋଇ ନପାରେ ।

ବିଏସଏନଏଲ ଦେଶର ନବରତ୍ନ କମ୍ପାନୀ ମଧ୍ୟରୁ ଅନ୍ୟତମ । ତେବେ ଏହି କମ୍ପାନୀ ଏବେ 90 ହଜାର କୋଟି ଟଙ୍କାର କ୍ଷତିରେ ଚାଲୁଛି । ଏହି ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଏବଂ ଏମଟିଏନଏଲ ବେସରକାରୀ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ସହିତ ପ୍ରତିଯୋଗିତା କରିବାରେ ବିଫଳ ହେଉଛନ୍ତି । ସେପଟେ ପ୍ରାୟ 1ଲକ୍ଷ 76 ହଜାର କର୍ମଚାରୀଙ୍କୁ ନେଇ ବିଏସଏନଏଲ ପ୍ରତିଯୋଗିତା କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇ ପଡ଼ୁଛି ।

ସେହିପରି ଏହି ଦୁଇ ଟେଲିକମ କମ୍ପାନୀ ବଜାରରେ କ୍ଷତି ସହିବାର ପ୍ରମୁଖ କାରଣ ହେଉଛି କର୍ମଚାରୀମାନଙ୍କର ମନମୁଖୀ କାର୍ଯ୍ୟ । ଏହି କାରଣ ଯୋଗୁଁ ବର୍ତ୍ତମାନ ସମୟରେ ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ଆସିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି । ଫଳରେ ବର୍ତ୍ତମାନର ପ୍ରତିଯୋଗିତା ପୂର୍ଣ୍ଣ ସମୟରେ ସଫଳତା ହାତେଇବାରେ ଉକ୍ତ କମ୍ପାନୀ ଗୁଡ଼ିକ ବିଫଳ ହେଉଛନ୍ତି ।

ସେହିଭଳି ଉଚ୍ଚ ଦରମା, ସ୍ବଳ୍ପ ଦରରେ ଦ୍ରୁତ ଇଣ୍ଟରନେଟ ସେବା ଏବଂ 4ଜି ସେବା (କିଛି ସ୍ଥାନ ବ୍ୟତୀତ) ଇଣ୍ଟରନେଟ ଡାଟା ଯୋଗାଇବା ଭଳି ସୁବିଧା ବିଏସଏନଏଲ ପତନର କାରଣ । ବେସରକାରୀ ଟେଲିକମ ଜଗତରେ 2016 ମସିହାରେ ଏକ ବିପ୍ଳବ ସୃଷ୍ଟି କରିଥିଲା ରିଲାଏନ୍ସ ଜିଓ । ଏହି ଟେଲିକମ ସେବା ବଜାରକୁ ଆସିବା ପରେ ବିଏସଏନଏଲ ରାଜସ୍ବରେ ବ୍ୟାପକ ପତନ ଦେଖା ଦେଇଥିଲା । କେବଳ ଏତିକି ନୁହେଁ କମ ଦରରେ ଅଧିକ ସେବା ଯୋଗାଇଦେବା ସହିତ 4ଜି ଇଣ୍ଟରନେଟ ସେବା ମଧ୍ୟ ଦ୍ରୁତ ବେଗରେ ଯୋଗାଇ ଦୂରସଂଚାର ଉଦ୍ୟୋଗ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିଥିଲା ଜିଓ । 2016 ମସିହାରେ ଜିଓ 4ଜି ସେବା ଯୋଗାଇ ଦେବା ପରଠାରୁ ମୋବାଇଲ ଡିଭାଇସ ଗୁଡ଼ିକରେ ଜିଓର ଚାହିଦା ବଢିବାରେ ଲାଗିଛି ।

ବର୍ତ୍ତମାନ ପ୍ରତିଯୋଗିତାମୂଳକ ସମୟରେ ପବ୍ଲିକ ସେକ୍ଟର ଟେଲିକମ କମ୍ପାନୀ ଗୁଡ଼ିକ ଗ୍ରାହକମାନଙ୍କୁ ବେଶ ଉନ୍ନତ ସେବା ଯୋଗାଇ ଦେଉଛନ୍ତି । ସେହିକ୍ଷେତ୍ରରେ ଆଗାମୀ 4 ବର୍ଷ ମଧ୍ୟରେ ବିଏସଏନଏଲ ଏବଂ ଏମଟିଏନଏଲ ଭଳି ସଂସ୍ଥାର ଏକତ୍ରୀକରଣ କରିବାକୁ ଯୋଜନା କରୁଛନ୍ତି । କେବଳ ଏତିକି ନୁହେଁ ଏହି ଦୁଇ ସଂସ୍ଥା ପାଇଁ ସୋଭେରିନ ବଣ୍ଡ ଜରିଆରେ 15 ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ସହିତ କାର୍ଯ୍ୟରତ କର୍ମଚାରୀ ଏବଂ ସ୍ବେଚ୍ଛାକୃତ ଅବସର ନେଉଥିବା କର୍ମଚାରୀଙ୍କ ପାଇଁ ପ୍ରାୟ 34 ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରିଥିବା ଜଣାପଡ଼ିଛି ।

ଅନ୍ୟପଟେ ବେସରକାରୀ ଟେଲିକମ ସେବା ପ୍ରଦାନ କରୁଥିବା କମ୍ପାନୀ ଗୁଡ଼ିକ ପାନ-ଇଣ୍ଡିଆର ଉପସ୍ଥିତିକୁ ଜାହିର କରୁଛନ୍ତି । ଏହାର ଅର୍ଥ ବିଏସଏନଏଲ ଏବଂ ଏମଟିଏନଏଲର ଏକତ୍ରୀକରଣର ଆବଶ୍ୟକ ନିହାତି ଜରୁରୀ ହୋଇ ପଡ଼ୁଛି । ଏହି ପ୍ରତିଯୋଗିତାମୂଳକ ଯୁଗରେ ପିଏସୟୁ ମଧ୍ୟ ଅନେକ ଅଫର ପ୍ରଦାନ କରିଥାଏ । ଏଭଳି ସ୍ତରରେ ଆର୍ଥିକ ଅନୁନ୍ନତ ଅଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଅତ୍ୟଧିକ ଖର୍ଚ୍ଚରୁ ରକ୍ଷା ପାଇବା ପାଇଁ ଖର୍ଚ୍ଚକୁ ଧିମା କରିଦେଇଥାନ୍ତି ବେସରକାରୀ ଟେଲିକମ ସଂସ୍ଥା ଗୁଡ଼ିକ ।

ତେବେ ଏଭଳି କ୍ଷେତ୍ରରେ ଏକ ମଜଭୁତ ପିଏସୟୁ ର ଆବଶ୍ୟକ ରହିଛି ଯାହା କେବଳ ମୋବାଇଲ ତାରିଫ ବୃଦ୍ଧିକୁ ରଖିବାରେ ସହାୟକ ହେବା ସହିତ ଏକ ବୃହତ୍ତ ଆର୍ଥିକ ସହାୟତାରୁ ବାହାରିବାରେ ମଧ୍ୟ ସହାୟକ ହେବ । ଦେଶର ରଣନୀତି ସୃଷ୍ଟି କରିବାରେ ବିଏସଏନଏଲର ଉପସ୍ଥିତି ମଧ୍ୟ ବେଶ ମହତ୍ତ୍ବପୂର୍ଣ୍ଣ ହୋଇ ପଡ଼ିଛି । ଏହା ସହିତ ବିଏସଏନଏଲ ଦେଶ ମଧ୍ୟରେ ସମ୍ପର୍କ ସ୍ଥାପନ କରିବାରେ ପ୍ରମୁଖ ଭୂମିକା ମଧ୍ୟ ତୁଲାଉଛି । ସହର ଓ ଗାଁ ଗାଁ ମଧ୍ୟରେ ସମ୍ପର୍କ ସ୍ଥାପନ କରିବାରେ ବିଏସଏନଏଲ ଏକ ପ୍ରମୁଖ ଭୂମିକା ତୁଲାଉଥିବାରୁ ଦେଶରେ ତାହାର ଅସ୍ଥିତ୍ବ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ଏହା ସହିତ ଦେଶର ସୁରକ୍ଷା, ଯୋଗାଯୋଗ ଆଦି ପାଇଁ ଏହା ଏକ ପ୍ରମୁଖ ଅସ୍ତ୍ର ଭାବେ ପରିଗଣିତ ହେଉଛି ।

କେନ୍ଦ୍ରୀୟ ଦୂରସଂଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଦେଶରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା ତଥା ଅନ୍ୟାନ୍ୟ ବିପର୍ଯ୍ୟୟ ସମୟରେ ବିଏସଏନଏଲ ପ୍ରଥମେ ମାଗଣାରେ ସେବା ଯୋଗାଇବା ପାଇଁ ଛିଡ଼ା ହେଉଛି । ବିଏସଏନଏଲ ଏହିଭଳି ସମୟରେ କେବଳ ଏକ ଅପରେଟର ଭାବେ ଛିଡା ହେଉଥିବା ଜଣାପଡ଼ିଛି ।

ନ୍ୟାସନାଲ ଡିଜିଟାଲ କମ୍ୟୁନିକେସନ ପଲିସି

ବର୍ତ୍ତମାନର ଯୁଗରେ ଡିଜିଟାଲ ଅର୍ଥବ୍ୟବସ୍ଥା ଏକ ବୃହତ ସ୍ଥାନ ନେବା ପାଇଁ ବ୍ୟାପକ ବେଗରେ ବୃଦ୍ଧି ପାଉଥିବା ଜଣାପଡ଼ିଛି । ଦେଶରେ ଏକ ସୁରକ୍ଷିତ ଅର୍ଥ କାରବାର ପାଇଁ ମଜଭୁତ ଟେଲିକମ କମ୍ପାନୀର ଆବଶ୍ୟକ ମଧ୍ୟ ରହିଛି । ତେବେ ନ୍ୟାସନାଲ ଡିଜିଟାଲ କମ୍ୟୁନିକେସନ ପଲିସି(ଏନଡିସିପି) 2018 ମସିହାରେ ଯୋଜନା ଆରମ୍ଭ କରିଥିଲା । ଏହି ଯୋଜନାରେ ଟେଲିକମ୍ୟୁନିକେସନ ବିଭାଗ ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ବିଭାଗ ଗୁଡ଼ିକ ଯେପରିକି ବ୍ରଡବ୍ୟାଣ୍ଡରେ ଉନ୍ନତି, ରେଡ଼ିଓ ସ୍ପେକ୍ଟ୍ରମ ପରିଚାଳନା, ଜାତୀୟ ଟେଲିକମ ଭିତ୍ତିଭୂମିର ସୁରକ୍ଷାର ଦାୟିତ୍ବ ମଧ୍ୟ ରହିଥିଲା ।
ଏହା ସହିତ ଏନଡିସିପି 3ଟି ପ୍ରମୁଖ ସମସ୍ୟା ଉପରେ ଆଲୋକପାତ କରିଛନ୍ତି । ଏହି ଡିଜିଟାଲ ଯୁଗରେ ସାବଧାନତା ପାଇଁ କନେକ୍ଟ ଇଣ୍ଡିଆ, ପ୍ରପେଲ ଇଣ୍ଡିଆ ଏବଂ ସିକ୍ୟୋର ଇଣ୍ଡିଆ ଭଳି ତିନୋଟି ପ୍ରମୁଖ ମୁଦ୍ଦାକୁ ସାମ୍ନାକୁ ଆଣିଛନ୍ତି । ସାମାଜିକ ଏବଂ ଆର୍ଥିକ ଉନ୍ନତିର ଏକ ପ୍ରମୁଖ ଅସ୍ତ୍ରଭାବେ କନେକ୍ଟ ଇଣ୍ଡିଆକୁ ଦେଖାଯାଉଛି । ମାତ୍ର ପ୍ରପର ଇଣ୍ଡିଆ ପାଇଁ 5ଜିର ଆବଶ୍ୟକତା ରହିଛି । ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ବିଗ ଡାଟା ଭଳି ନୂଆ ଡିଜିଟାଲ ଟେକନିକର ବ୍ୟବହାରର ଆବଶ୍ୟକତା ରହିଛି ।

ଏବଂ ଶେଷରେ ସେଫଟି, ସିକ୍ୟୁରିଟି ଏବଂ ସୋଭରଣ୍ଟି ସହିତ ଡିଜିଟାଲ ଯୁଗରେ ନୂଆ ଭାରତ ଅଗ୍ରସର ହେବ । ଟେଲିକମ ଜଗତରେ 2022 ସୁଦ୍ଧା ଉପରୋକ୍ତ ଲକ୍ଷ୍ୟ ହାସଲ କରିବା ପାଇଁ ନୂଆ ଭାରତ ପ୍ରସ୍ତୁତ ରହିଛି । ମାତ୍ର ଆମର ପଡ଼ୋଶୀ ରାଷ୍ଟ୍ର ଚୀନ ଏହି କ୍ଷେତ୍ରରେ ବ୍ୟାପକ ସଫଳତା ମଧ୍ୟ ହାତେଇ ସାରିଛି । ଚୀନର ଟେଲିକମ କମ୍ପାନୀ ଗୁଡ଼ିକ ଦେଶର ଆର୍ଥିକ, ରାଜନୀତି, ଏବଂ ସୋସିଆଲ ଜଗତରେ ମଧ୍ୟ ବେଶ ସଫଳତା ହାତେଇଛି । ସେପଟେ ଅଧିକାଂଶ ରାଷ୍ଟ୍ର ସେମାନଙ୍କ ଦେଶରେ ଟେଲିକମ ଉପରୁ ନିଜର ଅଧିକାରକୁ ହଟାଇବା ସହିତ ସେଗୁଡ଼ିକୁ ଘରୋଇକରଣ କରିଦେଇଛନ୍ତି ।

ଗତବର୍ଷ ଶେଷ ସୁଦ୍ଧା ଚୀନରେ ଚାଇନା ମୋବାଇଲ, ଚାଇନା ଟେଲିକମ ଏବଂ ଚାଇନା ୟୁନିକମ ଜରିଆରେ 4ଜି ଏଲଟିଇରେ ପ୍ରାୟ ଏକ ବିଲିୟନ ଲୋକ ସାମିଲ ହୋଇ ସାରିଥିଲେ । ତେବେ ଚାଇନା ମୋବାଇଲରେ ସର୍ବାଧିକ 65 ପ୍ରତିଶତ ଲୋକ ଯୋଡ଼ି ହୋଇଥିବା ବେଳେ, ଚାଇନା ମୋବାଇଲରେ 18 ପ୍ରତିଶତ ଏବଂ ଚାଇନା ୟୁନିକମରେ 17 ପ୍ରତିଶତ ଲୋକ ଯୋଡ଼ି ହେଇଥିଲେ । ତେବେ ଏହା ବିଶ୍ବରେ 4 ଜି ବ୍ୟବହାରକାରୀଙ୍କ ମଧ୍ୟରେ 40 ପ୍ରତିଶତ ନାଗରିକ କେବଳ ଚୀନର ରହିଥିଲେ ।

ଏହି କ୍ଷେତ୍ରରେ ଭାରତର କଥା ଦେଖାଯାଏ, ତେବେ ଦୂରସଂଚାର ବିଭାଗ ନିକଟରେ 10 ପ୍ରତିଶତ ଓ୍ବାୟରଲେସ ସବସ୍କ୍ରାଇବର ଏବଂ ଓ୍ବାୟରଲେସ ବ୍ରଡବ୍ୟାଣ୍ଡ ପାଖାପାଖି 3 ପ୍ରତିଶତ କମ ରହିଛନ୍ତି । ଟ୍ରାଇ ଅନୁସାରେ ଚଳିତ ବର୍ଷ ମେ ମାସ ସୁଦ୍ଧା ବିଏସଏନଏଳର ବଜାର ଅଂଶ ପ୍ରାୟ 9.98 ପ୍ରତିଶତ ରହିଥିଲା । ଯାହା ଏମଟିଏନଏଲ ସହ ମିଶିବା ପରେ ତାହା 10.28 ପ୍ରତିଶତ ହୋଇଥିଲା ।

ସେହିପରି ଭୋଡ଼ାଫୋନର ବଜାର ଅଂଶ ପ୍ରାୟ 33.36 ପ୍ରତିଶତ ରହିଥିବା ବେଳେ ଏୟାରଟେଲର 27.58 ପ୍ରତିଶତ ରହିଛି । ତେବେ ବିଏସଏନଏଲର ପୁନରୁଦ୍ଧାର ପାଇଁ ସରକାର ସକରାତ୍ମକ ଥିବା ଜଣାପଡ଼ିଛି । ତେବେ 4ଜି କ୍ଷେତ୍ରରେ ବେସରକାରୀ କମ୍ପାନୀକୁ ମାତ ଦେବା ପାଇଁ ବେଶ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ମାତ୍ର ଏସବୁ କ୍ଷେତ୍ରରେ ପ୍ରମୁଖ କାରଣ ହେଉଛି ଯେ, ବିଏସଏନଏଲ ପ୍ରତିଯୋଗିତା ମୂଳକ ପରିସ୍ଥିତିରେ କାର୍ଯ୍ୟ କରିବାର ଆବଶ୍ୟକ ରହିଛି । କେବଳ 4ଜି ସ୍ପେକ୍ଟ୍ରମ ଏଥିପାଇଁ ଗ୍ରାହକଙ୍କୁ ଗ୍ୟାରେଣ୍ଟି ପ୍ରଦାନ କରୁନାହିଁ ।

ଗ୍ରାହକମାନେ ଟେଲିକମ କମ୍ପାନୀଙ୍କଠାରୁ ସ୍ବଳ୍ପ ଦରରେ ଅଧିକ ସୁବିଧା ଚାହିଁଥାନ୍ତି । ଫଳରେ ପିଏସୟୁ ଗୁଡ଼ିକ ଉପଭୋକ୍ତାମୁଖି ବ୍ୟବସାୟ କରିବାକୁ ଅନେକ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । ତେବେ ଏହାର ପ୍ରମୁଖ କାରଣ ହେଲା ଗ୍ରାହକମାନେ ଅଧିକ ଦାବି କରିଥାନ୍ତି । ବିଏସଏନଏଲ ଏବଂ ଏମଟିଏନଏଲର ବ୍ୟବସାୟରେ କ୍ଷତି ଘଟିବାର ଏହା ପ୍ରମୁଖ କାରଣ ଭାବେ କୁହାଯାଇପାରିବ ।

ସରକାରୀ ସ୍ତରରେ ପରିବର୍ତ୍ତନ ସହିତ ଟେଲିକମ ସ୍ତରରେ ମଧ୍ୟ କିଛିଟା ପରିବର୍ତ୍ତନ କରିବାର ମଧ୍ୟ ଆବଶ୍ୟକ ରହିଛି । କାରଣ ଏହା ସହିତ ବୃହତ୍ତ ପରିମାଣର ଅର୍ଥ ଜଡ଼ିତ ରହୁଛି । ଏହା ସହିତ କାର୍ଯ୍ୟ କରିବାର ଶୈଳୀରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆଣିବାର ଆବଶ୍ୟକ ରହିଛି । ପାରଦର୍ଶିତା ଏବଂ ଜବାବଦେହୀ ପ୍ରକ୍ରିୟାକୁ କଠିନ ନିର୍ଣ୍ଣୟ ମାଧ୍ୟମରେ ଦୃଢ ସଂକଳ୍ପର ଆବଶ୍ୟକ ମଧ୍ୟ ରହିଛି । ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ମିନିମମ ଗଭର୍ଣ୍ଣମେଣ୍ଟ ଏବଂ ମ୍ୟାକ୍ସିମମ ଗଭର୍ଣ୍ଣାନ୍ସର ଆବଶ୍ୟକ ମଧ୍ୟ ରହିଛି । ତେବେ ଏହି ଦୁଇଟି ପିଏସୟୁ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ସରକାରଙ୍କ ଦ୍ବାରା ଦୁଇ ନୂଆ ପ୍ରସ୍ତାବ ନିଶ୍ଚିତ ପକ୍ଷେ କର୍ମଚାରୀଙ୍କ ଦ୍ବାରା ଗ୍ରହଣୀୟ ହେବ ବୋଲି ଆଶା । ତେବେ ଏହି ଦୁଇ ପିଏସୟୁକୁ ଯଦି ପୁନରୁଦ୍ଧାର କରାନଯାଏ ତେବେ ସମୟ କ୍ରମେ ତାହା ଧିରେ ଧିରେ ଅନ୍ତ ହୋଇଯିବା ଏଥିରେ ତିଳେ ହେଲେ ହେଁ ସନ୍ଦେହ ନାହିଁ ।

Intro:Body:

editorial

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.