ETV Bharat / bharat

ଟ୍ରମ୍ପଙ୍କୁ ଭେଟିବେ ଭାରତର ସୁପର ଫ୍ୟାନ !

author img

By

Published : Feb 19, 2020, 9:54 AM IST

ତେଲେଙ୍ଗାନାର କୋନ୍ନେର ଜଣେ ଯୁବକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୬ ଫୁଟ ଉଚ୍ଚ ଏକ ପ୍ରତିମା ନିର୍ମାଣ କରି ପ୍ରତିଦିନ ତାଙ୍କର ପୂଜା କରୁଛନ୍ତି । ଭାରତ ଗସ୍ତରେ ଟ୍ରମ୍ପ ଆସୁଥିବାରୁ ଟ୍ରମ୍ପଙ୍କୁ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସେ ।

us-president trump
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପତ୍ନୀଙ୍କ ସହ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି । ଟ୍ରମ୍ପ ଆସନ୍ତା 24 ଏବଂ 25ରେ ଭାରତରେ ରହିବେ । ତେବେ ଇତି ମଧ୍ୟରେ ଟ୍ରମ୍ପଙ୍କୁ ଭେଟିବାର ଇଚ୍ଛା ପ୍ରକାଶ କରିଛନ୍ତି ତେଲେଙ୍ଗାନାର ଜଣେ ଯୁବକ । ସେ ନିଜକୁ ଟ୍ରମ୍ପଙ୍କର ବହୁତ ବଡ ଫ୍ୟାନ ଦର୍ଶାଇ ଟ୍ରମ୍ପଙ୍କୁ ଭେଟିବାର ସୁଯୋଗ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଅପିଲ କରିଛନ୍ତି । ତେବେ ଯୁବକ ଜଣଙ୍କ ଟ୍ରମ୍ପଙ୍କୁ ଏତେ ଭଲ ପାଆନ୍ତି ଯେ, ପ୍ରତିଦିନ ତାଙ୍କୁ ଭଗବାନ ଭଳି ସକାଳୁ ସନ୍ଧ୍ୟାରେ ପୂଜା କରନ୍ତି ।

ତେଲେଙ୍ଗାନାର କୋନ୍ନେରେ ରହୁଥିବା କୃଷ୍ଣା ଗତ ବର୍ଷ ଟ୍ରମ୍ପଙ୍କ ୬ ଫୁଟ ଉଚ୍ଚ ଏକ ପ୍ରତିମା ନିର୍ମାଣ କରିଥିଲେ । ସେହିଦିନ ଠାରୁ ସେ ଏହି ମୂର୍ତ୍ତିକୁ ପୂଜା କରୁଛନ୍ତି । ଯେହେତୁ ଟ୍ରମ୍ପ ଭାରତ ଗସ୍ତରେ ଗୁଜୁରାଟର ଅହମଦାବାଦ ଆସୁଛନ୍ତି, କୃଷ୍ଣା ତାଙ୍କୁ ଭେଟିବାକୁ ଚାହୁଁଛନ୍ତି । ଯେଭଳି ମୋ ପରିବାର ଭଗବାନ ଶିବଙ୍କ ପ୍ରତି ଆସ୍ଥା ରଖିଛନ୍ତି, ଠିକ ସେହିଭଳି ଟ୍ରମ୍ପଙ୍କ ପ୍ରତି ମୋର ଆସ୍ଥା ରହିଛି ବୋଲି କୃଷ୍ଣା କହିଛନ୍ତି ।

ଟ୍ରମ୍ପଙ୍କ ପ୍ରତି ନିଜ ଆସ୍ଥା ଏବଂ ପ୍ରେମକୁ ନେଇ କୃଷ୍ଣ କହିଛନ୍ତି, '4 ବର୍ଷ ପୂର୍ବରୁ ଟ୍ରମ୍ପ ମୋ ସ୍ବପ୍ନରେ ଆସିଥିଲେ । ଏହାପରଠାରୁ ମୁଁ ପ୍ରତିଦିନ ତାଙ୍କର ପୂଜା କରେ । ଟ୍ରମ୍ପ ମୋ ସ୍ବପ୍ନରେ ଆସିବାପରଠାରୁ ମୋ ଭାଗ୍ୟ ବଦଳିଗଲା । ମୋ ବ୍ୟବସାୟ ଖୁବ ଭଲ ଚାଲିଲା । ଏହାପର ଠାରୁ ଟ୍ରମ୍ପଙ୍କ ପ୍ରତି ମୋର ଭଲପାଇବା ଆସ୍ଥାରେ ପରିବର୍ତ୍ତନ ହେଲା । ଭଗବାନଙ୍କ ପ୍ରାର୍ଥନା ଛାଡି ମୁଁ ଟ୍ରମ୍ପଙ୍କ ପ୍ରାର୍ଥନା କରିବାକୁ ଲାଗିଲି । '

ସେ ଆହୁରି କହିଛନ୍ତି ଯେ, ମୁଁ ଚାହୁଁଛି କି ଭାରତ ଓ ଆମେରିକା ମଧ୍ୟରେ ଉତ୍ତମ ସଂପର୍କ ରହୁ । ଏହା ଅଧିକ ଶକ୍ତିଶାଳୀ ହେଲେ ଉଭୟ ଦେଶ ବିକଶିତ ହେବ । ଟ୍ରମ୍ପଙ୍କ ଦୀର୍ଘାୟୁ ପାଇଁ ଶୁକ୍ରବାର ବ୍ରତ ରଖିବି । ତାଙ୍କର ଏକ ଫଟୋ ମୋ ପାଖରେ ସବୁବେଳେ ରଖୁଛି । କୌଣସି କାମ ଆରମ୍ଭ କରିବା ପୂର୍ବରୁ ଏହି ଫଟୋକୁ ଦେଖିଥାଏ । ତେଣୁ ମୁଁ ତାଙ୍କୁ ଭେଟିବାକୁ ଚାହୁଁଛି । ମୁଁ ସରକାରଙ୍କୁ ନିବେଦନ କରୁଛି କି, ମୋର ସ୍ବପ୍ନ ପୂରା କରିବାରରେ ସହଯୋଗ କରନ୍ତୁ ।'

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.