ETV Bharat / bharat

KCRଙ୍କ ଦାବି, ଏପ୍ରିଲ 7 ସୁଦ୍ଧା କୋରୋନା ମୁକ୍ତ ହେବ ତେଲେଙ୍ଗାନା - ଏପ୍ରିଲ 7 ସୁଦ୍ଧା ତେଲେଙ୍ଗାନା କରୋନା ଫ୍ରି

ଏପ୍ରିଲ 7 ସୁଦ୍ଧା ତେଲେଙ୍ଗାନା କୋରୋନା ଫ୍ରି । ଲୋକଙ୍କ ଏକାନ୍ତବାସ ଅବଧି ସରିଲେ ହଟିବ କଟକଣା । ରାଜ୍ୟରେ 70 ପଜିଟିଭ୍ ସତ୍ତ୍ବେ ମୁଖ୍ୟମନ୍ତ୍ରୀ KCRଙ୍କ ଦାବି। ଅଧିକ ଖବର ପଢନ୍ତୁ...

Telangana will be coronavirus-free
ଏପ୍ରିଲ 7 ସୁଦ୍ଧା କୋରୋନା ମୁକ୍ତ ହେବ ତେଲେଙ୍ଗାନା, ମୁଖ୍ୟମନ୍ତ୍ରୀ KCRଙ୍କ ଦାବି
author img

By

Published : Mar 30, 2020, 9:57 AM IST

ହାଇଦ୍ରାବାଦ: ଏପ୍ରିଲ 7 ସୁଦ୍ଧା କୋରୋନା ମୁକ୍ତ ହେବ ତେଲେଙ୍ଗାନା । ଏନେଇ ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ। ତାଙ୍କ କହିବା ଅନୁସାରେ, ଏବେ ସୁଦ୍ଧା ରାଜ୍ୟରେ 70 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 11 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

ଉକ୍ତ 11 ଜଣ ବ୍ୟକ୍ତିଙ୍କୁ ପରୀକ୍ଷା ପରେ ନେଗେଟେଭି ବାହାରିବା ସହ ହସ୍ପିଟାଲର ସମସ୍ତ ପ୍ରକ୍ରିୟା ଶେଷ କରାଯାଇ ସୋମବାର ଡିସଚାର୍ଜ କରାଯାଇଛି। ସୂଚନା ଥାଉକି, ବାହାର ଦେଶରୁ 25,937 ଜଣ ଆସିଥିବା ବେଳେ ସେମାନଙ୍କୁ ସରକାରଙ୍କ କାଇଦା କଟକଣାରେ ରଖାଯାଇଛି। ଉକ୍ତ ବ୍ୟକ୍ତିଙ୍କ କ୍ବାରେନଟାଇନ ଅବଧି ଏପ୍ରିଲ 7 ସୁଦ୍ଧା ଶେଷ ହୋଇଯିବ।

ତେଣୁ ସେମାନଙ୍କୁ ଛାଡି ଦେଲେ ଏପ୍ରିଲ 7 ପରେ ରାଜ୍ୟରେ କୌଣସି କୋରୋନା ରୋଗୀ ରହିବେନି ଯଦି ନୂଆ ମାମଲା ସାମ୍ନାକୁ ନଆସେ। ଏହି 7 ଦିନ ହିଁ ସାମାଜିକ ଦୁରତ୍ବ ପାଇଁ ବହୁତ ଗୁରୁତ୍ବ ରଖେ। ଯଦି ଏହିପରି ଭାବେ ସରକାରଙ୍କୁ ସାଧାରଣଜନତାଙ୍କ ସହଯୋଗ ରହିବ ଓ ସମସ୍ତେ ଲକଡାଉନ ଅବଧି ପାଳନ କରିବେ ତେବେ ଖୁବଶୀଘ୍ର କୋରୋନାର କାୟାରୁ ତେଲେଙ୍ଗାନା ମୁକ୍ତ ହୋଇଯିବ।

ଅନ୍ୟପଟେ ଯେଉଁ କୃଷକ ମାନେ ଧାନମଣ୍ଡିରେ ଧାନ ଦେବେ ସେମାନଙ୍କୁ ପାସବୁକ୍ ଖୁବଶୀଘ୍ର ଦିଆଯିବ। ଏହାସହ ଅନଲାଇନରେ ଟଙ୍କା ପଠାଇ ଦିଆଯିବ। ସବୁଠୁ ଭଲ କଥା ହେଉଛି ଗାଁ ଲୋକମାନେ ନିଜ ସୀମାର ସୁରକ୍ଷା କରିବା ସହ କାହାକୁ ସୀମା ଭିତରକୁ ପଶିବାକୁ ଦେଉନାହାଁନ୍ତି। ଏହାସହ ଯେଉଁମାନେ ଗାଁ ମଧ୍ୟକୁ ପ୍ରବେଶ କରୁଛନ୍ତି ସେମାନଙ୍କ ପାଇଁ ସାବୁନ ଓ ପାଣିରେ ହାତ ଧୋଇବାର ବ୍ୟବସ୍ଥା କରିଛନ୍ତି ବୋଲି କେସିଆର କହିଛନ୍ତି।

ସେହିପରି କୋଭିଡ୍ 19 ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ପରିମାଣର ଡାକ୍ତର ଓ ନର୍ସ ରହିଛନ୍ତି। ସେମାନେ କୌଣସି ପରିସ୍ଥିତିରେ ବି ତାଙ୍କ ରାଜ୍ୟର ସେବା କରିବା ପାଇଁ ଇଛୁକ ଅଛନ୍ତି। ତେଣୁ ଯେଉଁମାନେ ମିଥ୍ୟା ପ୍ରଚାର କରିବେ ସେମାନଙ୍କ ପାଇଁ ଦଣ୍ଡବିଧାନ କରାଯିବ। କ୍ଷମା ର ପ୍ରଶ୍ନ ହିଁ ଉଠୁନି। ଏନେଇ ସବୁ ସ୍ତରରେ ସରକାର ନଜର ରଖିଛନ୍ତି ବୋଲି ରାଓ କହିଛନ୍ତି।

ଇନପୁଟ୍ @ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.