ETV Bharat / bharat

ତେଲେଙ୍ଗାନାରେ 62 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 334 - ତେଲେଙ୍ଗାନା ନ୍ୟୁଜ

ଗତ 24 ଘଣ୍ଟାରେ ତେଲେଙ୍ଗାନାରେ 62 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ତେଲେଙ୍ଗାନାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 334ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

corona death
ତେଲେଙ୍ଗାନାରେ 62 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Apr 6, 2020, 9:47 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଥମିବାର ନାଁ ନେଉନି କୋରୋନା ଆତଙ୍କ । ଗତ 24 ଘଣ୍ଟାରେ ତେଲେଙ୍ଗାନାରେ 62 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ତେଲେଙ୍ଗାନାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 334ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ରାଜ୍ୟରେ ମୋଟ 334 ଆକ୍ରାନ୍ତଙ୍କ ମଧ୍ୟରୁ 290 ଜଣ ଆକ୍ରାନ୍ତ ଆକ୍ଟିଭ ଥିବାବେଳେ ସେମାନେ ଭିନ୍ନ ଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା 33 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାଛଡା ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 11ରେ ପହଞ୍ଚିଛି ।

ପ୍ରକାଶ ଥାଉକି, ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ବର୍ତ୍ତମାନ ଭାରତରେ କାୟା ବିସ୍ତାର କରିଛି । ବର୍ତ୍ତମାନ ସୁଦ୍ଧା ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 30000 ପାର କରିଥିବା ବେଳେ 83 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.