ETV Bharat / bharat

ତେଲେଙ୍ଗାନା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

author img

By

Published : Sep 7, 2020, 1:37 PM IST

ତେଲେଙ୍ଗାନା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ସମସ୍ତ ବିଧାୟକଙ୍କ କୋଭିଡ୍‌ ଟେଷ୍ଟ ପରେ ବୈଠକ ଆରମ୍ଭ ହୋଇଛି ।

ତେଲେଙ୍ଗାନା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ
ତେଲେଙ୍ଗାନା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ । ଅଧିବେଶନ ଆରମ୍ଭରୁ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପାଇଁ ଗୃହରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶୋକ ପ୍ରସ୍ତାବ ଆଗତ କରିବା ସହ ତାଙ୍କର ଦେଶପ୍ରତି ଥିବା ଅବଦାନକୁ ମନେପକାଇଛନ୍ତି ।

ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା । ରବିବାର ଏମାନଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିବାବେଳେ ଯେଉଁମାନଙ୍କର ନେଗେଟିଭ୍‌ ଆସିଛି, ସେମାନଙ୍କୁ କେବଳ ଗୃହ ଭିତରକୁ ଯିବାକୁ ଅନୁମତି ମିଳିଛି ।

ଅନ୍ୟପଟେ ବିଧାୟକଙ୍କ ସିଟ୍‌ ମଧ୍ୟରେ 6 ଫୁଟ୍‌ର ଦୂରତା ରଖାଯାଇଛି । ଗୃହକୁ ସାନିଟାଇଜ କରାଯାଇଛି । ଏହାସହ ବିଧାୟକମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । ତେବେ ଚଳିତ ଅଧିବେଶନରେ ଜିଏସଟି ଅନୁକମ୍ପା, ଶ୍ରୀସାଇଲମ ଅଗ୍ନିକାଣ୍ଡ ଓ କୋରୋନା ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.