ETV Bharat / bharat

ବିଶ୍ବର ସର୍ବବୃହତ କାଲେଶ୍ବରମ ପ୍ରକଳ୍ପ ଉଦଘାଟିତ

author img

By

Published : Jun 22, 2019, 11:34 AM IST

ଉଦଘାଟିତ ହୋଇଯାଇଛି ବିଶ୍ବର ସର୍ବବୃହତ କାଲେଶ୍ବରମ ପ୍ରକଳ୍ପ । ଏହାକୁ ଉଦଘାଟନ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ବିଶ୍ବର ଏହି ସର୍ବବୃହତ ପ୍ରକଳ୍ପ ଭୁପାଲପାଲି ଜିଲ୍ଲାରେ ରହିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷା ପରେ ଉଦଘାଟିତ ହେଲା ବିଶ୍ବର ସର୍ବବୃହତ କାଲେଶ୍ବରମ ପ୍ରକଳ୍ପ । ଏହାକୁ ଉଦଘାଟନ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ।

ବିଶ୍ବର ଏହି ସର୍ବ ବୃହତ ପ୍ରକଳ୍ପ ଭୁପାଲପାଲି ଜିଲ୍ଲାରେ ରହିଛି । ଏହି ଉଦଘାଟନୀ ଉତ୍ସବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଜଗନ ମୋହନ ରେଡ୍ଡୀ ଉପସ୍ଥିତ ଥିଲେ ।

ପ୍ରକଳ୍ପ ନିର୍ଦ୍ଦେଶକ ବି. ଶ୍ରୀନିବାସ ରେଡ୍ଡି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ବିଶ୍ବର ଏହି ବୃହତ ପ୍ରକଳ୍ପକୁ ସଫଳତାର ସହ ତୁଲାଇପାରିଛି । ଏହି ପ୍ରକଳ୍ପରେ ବିଭିନ୍ନ ଉନ୍ନତ ଧରଣର ଜ୍ଞାନ କୌଶଳ ସହ ବଡ ବଡ ସଂସ୍ଥା ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି ।

ଖବର ଅନୁଯାୟୀ, କାଲେଶ୍ବରମ ଜଳ ପ୍ରକଳ୍ପ 37 ଲକ୍ଷ ଏକର ଜମିରେ ପରିବ୍ୟାପ୍ତ । ଏହା ମଧ୍ୟରେ ଆହୁରି 18.82 ଲକ୍ଷ ଏକର କମାଣ୍ଡ ଏରିଆ ରହିଛି । ପ୍ରକଳ୍ପ 7152 ଏମଡବ୍ଲ୍ୟୁ ଇଲେକଟ୍ରିସିଟି ପମ୍ପ ଦରକାର । ଯାହା ଦୈନିକ 3 ଟିଏମସି ପାଣି ସପ୍ଲାଏ କରିପାରିବ ।

ଏହି ପ୍ରକଳ୍ପ ପାଇଁ ସର୍ବମୋଟ 80,500 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଯାହା କରିମନଗର, ନିଜାମବାଦ, ୱାରାଙ୍ଗାଲ, ମେଡାକ, ନାଲଗୋଣ୍ଡା ଓ ରଙ୍ଗା ରେଡ୍ଡୀ ଦେଇ ପ୍ରଭାବିତ ହେବାର ସୂଚନା ମିଳିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.