ହାଇଦ୍ରାବାଦ: ପୁଣି ଅଡୁଆରେ ଏଆଇଏମଆଇଏମ ବିଧାୟକ ଆକବରୁଦ୍ଦିନ ଓୱେଶୀ । ଭୀଡ ଜନିତ ହିଂସା ସମ୍ପର୍କରେ ଉତ୍ତେଜକ ଭାଷଣ ଦେବା ଅଭିଯୋଗରେ ତେଲେଙ୍ଗାନାର କରୀମନଗର ଜିଲ୍ଲାର ଏକ ଥାନାରେ ମାମଲା ରୁଜୁ କରାଯାଇଛି ।
ଗତ 23 ଜୁଲାଇରେ ଅଲ ଇଣ୍ଡିଆ ମଜଲିଶ-ଇ-ଇତୋଦୁହଲ ମୁସଲିମିନର (ଏଆଇଏମଆଇଏମ) ମୁଖ୍ୟ ଅସାଦୁଦ୍ଦିନ୍ ଓୱେଶୀଙ୍କ ଭାଇ ଅକବରୁଦ୍ଦିନ ଓୱେଶୀ କରିମନଗରରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରିବାକୁ ଯାଇ ଭିଡ ହିଂସା ସମ୍ପର୍କରେ ଉତ୍ତେଜକ ଭାଷଣ ଦେଇ ଲୋକଙ୍କୁ ଉସ କାଇଥିବା ନେଇ ଅଭିଯୋଗ ହୋଇଥିଲା ।
ଏହାପରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପୋଲିସ ମନା କରିଦଇଥିଲେ। ଜଣେ ଓକିଲ କରୀମନଗର କୋର୍ଟରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆବେଦନ କରିଥିଲେ । କୋର୍ଟଙ୍କ ଅନୁମତି ମିଳିବା ପରେ ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ଅକବରୁଦ୍ଦିନ୍ ବିରୋଧରେ ମାମଲା ରୁଜୁ କରାଯାଇଥିଲା।