ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ପୁଅ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ଏବେ ସେବା ମନୋବୃତି ନେଇ ଭ୍ରମଣ କରୁଛନ୍ତି । କିଛିଦିନ ତଳେ ବୃନ୍ଦାବନ ଯାଇ ହସ୍ପିଟାଲରେ ରୋଗୀଙ୍କୁ ଭେଟି ସେମାନଙ୍କ ହାଲଚାଲ ବିଷୟରେ ପଚାରି ବୁଝିଥିଲେ । ଆଉ ଏବେ ଗୋ-ସେବାରେ ମାତିଥିବା ଦେଖିବାକୁ ମିଳିଛି ।
ଖବରମୁତାବକ, ଗୋସେବା ପାଇଁ ତେଜ ପ୍ରତାପ ଏବେ ବିହାର ବରସନାରେ ଥିବା ବ୍ରହ୍ମାଚଳରେ ଗୋ-ସେବା କରୁଛନ୍ତି । ଏହାସହ ଚଳିତବର୍ଷ ସେ ଦୀପାବଳି ମଧ୍ୟ ବରସନାରେ ପାଳନ କରିଛନ୍ତି । ମାତାଜୀ ଗୋଶାଳାମାନ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି । ସେ ହୋଲି ଓ ଦୀପାବଳି ଅବସରରେ ପ୍ରତ୍ୟକ ବର୍ଷ ବୃନ୍ଦାବନ ପହଞ୍ଚି ସେଠାରେ ପୂଜା କରି ସମୟ ଅତିବାହିତ କରିଥାନ୍ତି ।
ତେଜ ପ୍ରତାପ ଯାଦବ କୃଷ୍ଣ ଓ ଶିବଙ୍କର ପରମ ଭକ୍ତ ଅଟନ୍ତି । ସେ ଅନେକ ଥର ଶିବଙ୍କ ରୂପ ଧାରଣ କରିସାରିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ରାବଡୀ ଆବାସରେ ଥାଇ କୃଷ୍ଣ ରୂପ ଧାରଣ କରି ବଂଶୀ ବଜାଉଥିବାର ଫଟୋ ଭାଇରଲ ହୋଇଥିଲା । ଖାଲି ସେତିକି ନୁହେଁ ଅନେକ ସମୟରେ ସଭା ସମାରୋହରେ ସେ ତାଙ୍କ ବଂଶୀ ବଜାଇସାରିଛନ୍ତି ।
ଉପନିର୍ବାଚନରେ ଆରଜେଡିର ବିଜୟ ହୋଇଛି ସତ । କିନ୍ତୁ ଏସବୁରୁ ଦୁରେଇ ରହି ଗୋସେବାରେ ବ୍ୟସ୍ତ ଅଛନ୍ତି ।