ପାଟନ: ଆଗକୁ ବିହାର ବିଧାନସଭା ନିର୍ବାଚନ । ଏହାପୂର୍ବରୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ପୁଣି ଥରେ ଦଳ ପାଇଁ ଅଡୁଆ ସୃଷ୍ଟି କରିଛନ୍ତି । ସୂଚନାନୁସାର, ତେଜପ୍ରତାପ ଯାଦବ ନିର୍ବାଚନ ପୂର୍ବରୁ ନିଜର 3 ଜଣ ସମର୍ଥକଙ୍କ ପାଇଁ ପାର୍ଟି ଟିକେଟ୍ ମାଗିଛନ୍ତି । ଅଙ୍ଗେଶ ସିଂ, ଚନ୍ଦ୍ରପ୍ରକାଶ ଓ ସନ୍ଦୀପ କରଙ୍କ ପାଇଁ ଟିକେଟ ମାଗିଛନ୍ତି ତେଜ ପ୍ରତାପ ।
ତେବେ ଏହା ପୂର୍ବରୁ 2019 ନିର୍ବାଚନରେ ମଧ୍ୟ ତେଜପ୍ରତାପ ନିଜ ସମର୍ଥକଙ୍କ ପାଇଁ ଟିକେଟ ମାଗିଥିଲେ । ଯେତେବେଳେ ଆରଜେଡି ଟିକେଟ ଦେବା ମନା କରିଦେଇଥିଲା ସେତେବେଳେ ତେଜ ପ୍ରତାପ ସମସ୍ତଙ୍କୁ ସ୍ବାଧୀନ ଭାବେ ନିର୍ବାଚନରେ ଠିଆ କରିଥିଲେ । ଏହା ଦ୍ବାରା ଦଳର ଭୋଟ ମଧ୍ୟ କମିଥିଲା । ଅନ୍ୟପକ୍ଷେ ଏଥର ନିଜେ ତେଜ ପ୍ରତାପ ମହୁଆ ସିଟ୍ ପରିବର୍ତ୍ତେ ସମସ୍ତୀପୁର ଓ ହସନପୁର ଆସନରେ ନିର୍ବାଚନ ଲଢିପାରନ୍ତି ।