ପାଟନା: ସୀମା ଟପୁଛି ନୃଶଂସତା । ଏକ ନାବାଳିକାକୁ ୫ଦିନ ଯାଏଁ ବାନ୍ଧି ଗଣଦୁଷ୍କର୍ମ । ଏଭଳି ଘଟଣା ଘଟିଛି ପାଟନାର ଖୁସରୁପୁରରେ । ଖୁସରୁପୁରରୁ ଅପହରଣ ହୋଇଥିବା ନାବାଳିକାକୁ ବାନ୍ଧି ରଖି ପତ୍ରକାରନଗର ଅଞ୍ଚଳରେ ଗଣଦୁଷ୍କର୍ମ କରାଯାଇଛି । ତେବେ ଏହି ଘଟଣାରେ ଘର ମାଲିକ ଅଲଖ ସିଂହ ଏବଂ ତାଙ୍କ ବନ୍ଧୁ ଶୈଳେନ୍ଦ୍ର କୁମାର ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ପୀଡ଼ିତା ଖୁସରୁପୁର ଥାନାରେ ୨ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ, ପକ୍ସୋ ଆକ୍ଟ ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରିଛନ୍ତି । ଏନେଇ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ପାଟନା ପୋଲିସ ସୋମବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇବା ସହ କୋର୍ଟରେ ମାମଲା ରୁଜୁ କରିବ। ପୋଲିସ ପୀଡ଼ିତାଙ୍କୁ ଏବେ ନିଜ ନିରୀକ୍ଷଣରେ ରଖିଛି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ସେ ନାଳନ୍ଦା ଜିଲ୍ଲା ବାସିନ୍ଦା ଏବଂ ନିଜ ପରିବାର ସହ ଖୁସରୁପୁରର ଭଡ଼ା ଘରେ ରୁହନ୍ତି। ସେପ୍ଟେମ୍ବର ୫ତାରିଖରେ ସେ ସ୍କୁଲରୁ ଟିସି ନେବାକୁ ଯାଉଥିବା ସମୟରେ ରାସ୍ତାରେ ବୈଠକପୁର ବଗିଚା ପାଖରେ ତାଙ୍କ ଘର ମାଲିକ ଅଲଖ ସିଂହ ନିଜ ବନ୍ଧୁ ଶୈଳେନ୍ଦ୍ର ପ୍ରସାଦ ସହ ଦେଖା ହୋଇ କଥା ହେବା ପରେ ନିଶା ଦ୍ରବ୍ୟ ଶୁଙ୍ଘାଇ ଦେଇଥିଲେ । ପରେ ସେ ବେହୋସ ହୋଇଯିବାରୁ ତାଙ୍କୁ ଅପହରଣ କରାଯାଇଥିଲା ।
ପୀଡ଼ିତାଙ୍କ କହିବା ଅନୁସାରେ ଯେତେବେଳେ ତାଙ୍କୁ ହୋସ୍ ଆସିଥିଲା ସେ ଏକ ଅନ୍ଧାରିଆ ରୁମରେ ବନ୍ଦୀ ଥିଲେ। ଏହା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହା ପରେ ସେପ୍ଟେମ୍ବର ୧୨ତାରିଖରେ ଶୈଳେନ୍ଦ୍ରର ପୁଅ ରବି ସେହି ରୁମକୁ ଆସିବାରୁ ପୀଡିତା ତାଙ୍କୁ ସବୁ କଥା କହିଥିଲେ । ଏବଂ ରବି ତାଙ୍କୁ ସେଠାରୁ ଖସି ପଳାଇଯିବାରେ ସାହାଯ୍ୟ କରିଥିଲେ।