ETV Bharat / bharat

ଲକଡାଉନରେ ଡ୍ରଗ୍ସ ଆଡିକ୍ସନ ଦୂର କରିବ ‘ଟେକ ଟୁଗେଦର’ - ନିଶାମୁକ୍ତ ପାଇଁ ଟେକ୍ନୋଲୋଜି

କୋରୋନା ଲକଡାଉନ ସମୟରେ ବନ୍ଦ ପଡିଛି ଦୋକାନ ବଜାର । ଏଥିରୁ ବାଦ ପଡିନି ଆଲକୋହଲ ବା ମଦ ବ୍ୟବସାୟ । ଅଧିକ ପଢ଼ନ୍ତୁ...

facebook, twitter, google, tech together, technology to help get rid of drug addiction, technology news, ଫେସବୁକ, ଗୁଗୁଲ, ଟ୍ବିଟର, ଟେକ ଟୁଗେଦର, ନିଶାମୁକ୍ତ ପାଇଁ ଟେକ୍ନୋଲୋଜି, ଟେକ୍ନୋଲୋଜି ନ୍ୟୁଜ୍‌
ଲକଡାଉନରେ ଡ୍ରଗ୍ସ ଆଡିକ୍ସନ ଦୂର କରିବ ‘ଟେକ ଟୁଗେଦର’
author img

By

Published : Apr 29, 2020, 12:45 AM IST

ହାଇଦ୍ରାବାଦ: କୋରୋନା ଲକଡାଉନ ସମୟରେ ବନ୍ଦ ପଡିଛି ଦୋକାନ ବଜାର । ଏଥିରୁ ବାଦ ପଡିନି ଆଲକୋହଲ ବା ମଦ ବ୍ୟବସାୟ । ଯେଉଁଥି ପାଇଁ ଏବେ ଅନେକ ଯୁବପୀଢି ମଦ ଓ ଡ୍ରଗ୍ସ ନପାଇ ପାଗଳ ପ୍ରାୟ । ଏପରି ସମୟରେ ଘରୁ ବାହାରି ଏହାର ସାମାଧାନ କାଢିବା ଅସମ୍ଭବ ହୋଇପଡିଥିବା ବେଳେ ଏକାଠି ହୋଇଛନ୍ତି ଫେସବୁକ, ଟ୍ବିଟର ଓ ଗୁଗୁଲ । ଏହି 3 ବଡ କମ୍ପାନୀ ଏକାଠି ହୋଇ ସୁରକ୍ଷିତ ଇଣ୍ଟରନେଟ ଫାର୍ମାସି ପାଇଁ ଆରମ୍ଭ କରିଛନ୍ତି ନନ-ପ୍ରଫିଟ ସେଣ୍ଟର ‘ଟେକ ଟୁଗେଦର’ ।

ଏହି ଅନଲାଇନ ପ୍ଲାଟଫର୍ମରେ ଡ୍ରଗ ଆଡିକ୍ଟଙ୍କ ପାଇଁ ରହିଛି ସମାଧାନର ପନ୍ଥା । ଜନ୍ସ ହପକିନ୍ସ ଓ ହାଭାର୍ଡ ୟୁନିଭର୍ସିଟିର ଏକ ରିପୋର୍ଟ ମୁତାବକ ଆମେରିକାର 2.5 ମିଲିୟନ ଯୁବପୀଢି ଏହି ଅନଲାଇନ ଟେକ୍ନୋଲୋଜିର ବ୍ୟବହାର ଆରମ୍ଭ କରିସାରିଲେଣି । ଏହା ସେମାନଙ୍କୁ ଘରେ ବସି ନିଜ ବଦଭ୍ୟାସରୁ ମୁକ୍ତି ପାଇବାରେ ସାହାଯ୍ୟ କରୁଥିବା ମଧ୍ୟ ସେମାନେ ପ୍ରକାଶ କରିଛନ୍ତି । ଏହି ବଦଭ୍ୟାସ ପାଇଁ ଯୁବପୀଢି ଏକା ଥିବା ସମୟରେ ନିଜକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରେ । ଏହାକୁ ଧ୍ୟାନରେ ରଖି ଏହି ଅନଲାଇନ ପ୍ଲାଟଫର୍ମ ଲଞ୍ଚ କରିବା ପାଇଁ ଫେସବୁକ, ଟ୍ବିଟର ଓ ଗୁଗୁଲ ନିଷ୍ପତ୍ତି ନେଇ ସମାଧାନ ପାଇଁ ଏକାଠି ଆଗେଇ ଆସିଥିଲେ । ଏନେଇ ସୂଚନା ଦେଇଛନ୍ତି କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ମାର୍ଜୋରୀ କ୍ଲିଫଟୋନ ।

ଏହି ଯୋଜନାରେ ଟ୍ବିଟରରେ ହ୍ୟାସଟ୍ୟାଗ ଦ୍ବାରା ଲୋକେ ସମାଧାନ ପାଇପାରୁଥିବା ବେଳେ ୟୁଜର୍ସଙ୍କୁ ରିକଭରି ଷ୍ଟୋରୀ ପାଇଁ ରିଅଲ ଟାଇମ ଏନଗେଡମେଣ୍ଟର ସୁବିଧା ମଧ୍ୟ ଯୋଗାଉଛି । ଯାହାଦ୍ବାରା ବିଶ୍ବରେ ସମାନ ଅସୁବିଧା ଦେଇ ଗତି କରୁଥିବା ଲୋକେ ପରସ୍ପରକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି । ସେହିପରେ ଫେସବୁକରେ ଫେସବୁକ ମେସେଞ୍ଜର, ଫେସବୁକ ଲାଇଭ, ଫେସବୁକ ଗ୍ରୁପ ଓ କମ୍ୟୁନିଟି ଦ୍ବାରା ପ୍ରଭାବିତ ଲୋକେ ସାହାଯ୍ୟ ପାଇପାରିବେ । ଅନ୍ୟପଟେ ଗୁଗୁଲ ବିଭିନ୍ନ ଗ୍ରୁପକୁ ସପୋର୍ଟ କରିବା ସହ ବିଭିନ୍ନ ନନ-ପ୍ରଫିଟ ଗ୍ରୁପକୁ ଏକାଠି କରି ଅନଲାଇନରେ ଏକ ସପୋର୍ଟ ଗ୍ରୁପ ପ୍ରସ୍ତୁତ କରିଛି ।

ଏହି ସପୋର୍ଟ ଗ୍ରୁପରେ ଅନଲାଇନ ମିଟିଂ ଦ୍ବାରା ଲୋକେ ସମାଧାନ ପାଇପାରିବେ । ତେଣୁ ଟେକ୍ନୋଲୋଜିର ବ୍ୟବହାରରେ ବର୍ତ୍ତମାନ ସମୟରେ ଯୁବପୀଢିଙ୍କୁ ଏହି ବଦଭ୍ୟାସରୁ ବାହାରିବା ପାଇଁ ଆରମ୍ଭ କରିଛି କସରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.