ETV Bharat / bharat

ଗୁରୁ ଦିବସ: ଶିକ୍ଷକଙ୍କ ଉପରେ କୋଭିଡ-19 ପ୍ରଭାବ - ଶିକ୍ଷକଙ୍କ ଉପରେ କୋଭିଡ-19 ପ୍ରଭାବ

ମହାନ ଭାରତୀୟ ଦାର୍ଶନିକ, ବିଦ୍ବାନ ତଥା ରାଜନେତା ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଆଜି 132 ଜନ୍ମ ବାର୍ଷିକୀ । ସେ 5 ସେପ୍ଟେମ୍ବର 1888ରେ ବ୍ରିଟିଶ ଭାରତର ମାଡ୍ରାସ ପ୍ରଦେଶର ଥିରୁଟାନୀରେ ଜନ୍ମଗ୍ରହଣ କରିଥିଲେ ।

ଗୁରୁ ଦିବସ
ଗୁରୁ ଦିବସ
author img

By

Published : Sep 5, 2020, 12:27 PM IST

ହାଇଦ୍ରାବାଦ: ମହାନ ଭାରତୀୟ ଦାର୍ଶନିକ, ବିଦ୍ବାନ ତଥା ରାଜନେତା ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଆଜି 132 ଜନ୍ମ ବାର୍ଷିକୀ । ସେ 5 ସେପ୍ଟେମ୍ବର 1888ରେ ବ୍ରିଟିଶ ଭାରତର ମାଡ୍ରାସ ପ୍ରଦେଶର ଥିରୁଟାନୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଦାର୍ଶନିକ ପ୍ରଚାର ସମଗ୍ର ବିଶ୍ବରେ ଏକ ବଡ଼ ପ୍ରଭାବ ପକାଇଥିଲା । ତାଙ୍କର ଜନ୍ମବାର୍ଷିକୀକୁ ଭାରତରେ ଶିକ୍ଷକ ଦିବସ ଭାବରେ ପାଳନ କରାଯାଏ । ତାଙ୍କ ପିତାଙ୍କ ନାମ ସର୍ବପଲ୍ଲୀ ଭୀରାସ୍ବାମୀ । ସେ ଜଣେ ରାଜସ୍ବ ଅଧିକାରୀ ଥିଲେ ଏବଂ ତାଙ୍କ ମାତାଙ୍କ ନାମ ସର୍ବପଲ୍ଲୀ ସୀତା । ରାଧାକ୍ରିଷ୍ଣନ୍ ତାଙ୍କର ଦୂର ସମ୍ପର୍କୀୟ ସିଭାକାମୁଙ୍କୁ ବିବାହ କରିଥିଲେ ।

16 ବର୍ଷ ବୟସରେ ବିବାହ କରିଥିବା ଏହି ଦମ୍ପତି 6ଟି ସନ୍ତାନର ଅଭିଭାବକ ହୋଇଥିଲେ । 5 ଝିଅ ଓ ଗୋଟିଏ ପୁଅ । ରାଧାକ୍ରିଷ୍ଣନ୍ ମାଡ୍ରାସ ବିଶ୍ବବିଦ୍ୟାଳୟରୁ ଦାର୍ଶନିକରେ ମାଷ୍ଟର୍ସ କରିଥିଲେ ଏବଂ ପରେ ଶିକ୍ଷାଦାନ କରିବାକୁ ମହୀଶୂର ବିଶ୍ବବିଦ୍ୟାଳୟ ଓ କଲିକତା ବିଶ୍ବବିଦ୍ୟାଳୟ ଯାଇଥିଲେ । ସେଠାରେ ସେ ଛାତ୍ରମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଥିଲେ ।

ଗୁରୁ ଦିବସର ଇତିହାସ:-

1962 ମସିହାରେ ପ୍ରଥମେ ଗୁରୁଦିବସ ପାଳନ କରାଯାଇଥିଲା । ଦେଶର ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ରାଧାକ୍ରିଷ୍ଣନ୍ ଥିଲେ । ପରେ ସେ 1962ରେ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କ ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଛାତ୍ରମାନେ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସକୁ ‘ରାଧାକ୍ରିଷ୍ଣନ୍ ଦିବସ’ ରୂପେ ପାଳନ କରିବା ଆରମ୍ଭ କଲେ । କିନ୍ତୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଏହାକୁ ପ୍ରତ୍ୟାଖାନ୍ କଲେ ଓ ଏହି ଦିବସକୁ ‘ଗୁରୁଦିବସ’ ଭାବେ ପାଳନ କରିବାକୁ କହିଲେ ।

ଡକ୍ଟର ରାଧାକ୍ରିଷ୍ଣନଙ୍କ ବିଷୟରେ କିଛି ଅଜଣା କଥା:-

  • ସେ ଅନେକ ଡିଗ୍ରୀ ହାସିଲ କରିଛନ୍ତି । ସେ ମଧ୍ୟରେ M.A., D.Litt. (Hony.), LL.D., D.C.L, Litt.D., D.L, F.R.S.L, F.B.A. ରହିଛି ।
  • 1917 ତାଙ୍କର ପ୍ରଥମ ପୁସ୍ତକ, ‘ରବୀନ୍ଦ୍ରନାଥ ଟାଗୋରଙ୍କ ଦର୍ଶନ’ ପରେ ଭାରତୀୟଙ୍କ ବିଷୟରେ ବିଶ୍ବ ଜାଣିବାକୁ ପାଇଲା ।
  • ସେ ଚେନ୍ନାଇର ପ୍ରେସିଡେନ୍ସି କଲେଜ ଓ କଲିକତା ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ ।
  • ସେ ମହୀଶୂର (1918–21) କଲିକତା (1921–31; 1937–41)ରେ ଦର୍ଶନ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ।
  • ବିଶ୍ବବିଦ୍ୟାଳୟ ଓ ଆନ୍ଧ୍ର ବିଶ୍ବବିଦ୍ୟାଳୟର କୁଳପତି ଭାବରେ (1931–36) ସେ କାର୍ଯ୍ୟ କରିଛନ୍ତି ।
  • ୟୁନେସ୍କୋ (1946-52)ରେ ଭାରତର ପ୍ରତିନିଧିତ୍ବ କରିଥିଲେ ଓ 1949-1952ରୁ ୟୁଏସଏସରେ ଭାରତୀୟ ରାଷ୍ଟ୍ରଦୂତ ଥିଲେ ।
  • 1953ରୁ 1962 ପର୍ଯ୍ୟନ୍ତ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟର କୁଳପତି ଥିଲେ ।
  • 1948 ପର୍ଯ୍ୟନ୍ତ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରିଥିଲେ ।
  • 1954ରେ ଭାରତ ରତ୍ନ, ଟେମ୍ପଲେଟନ୍ ପୁରସ୍କାର (1975) ।
  • 1963ରେ ବ୍ରିଟିଶ୍ ରୟାଲ୍ ଅର୍ଡର ଅଫ୍ ମେରିଟରେ ସମ୍ମାନଜନକ ସଦସ୍ୟତା ।
  • ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ରାଧାକ୍ରିଷ୍ଣନ୍ 16 ଥର ଓ 11 ଥର ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।
  • 1962ରୁ 1967 ଭାରତର ରାଷ୍ଟ୍ରପତି ଥିଲେ ।
  • 1968 ମସିହାରେ ସାହିତ୍ୟ ଦ୍ବାରା ଉପସ୍ଥାପିତ ସର୍ବୋଚ୍ଚ ସମ୍ମାନରେ ସେ ସାହିତ୍ୟ ଏକାଡେମୀ ଫେଲୋସିପ୍ ଜିତିଥିଲେ ।
  • ଏପ୍ରିଲ 17, 1975 ମାଡ୍ରାସ (ଚେନ୍ନାଇ)ରେ ତାଙ୍କର 86 ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।

ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ କିଛି ସ୍ମରଣୀୟ ବାର୍ତ୍ତା:-

  1. ଜ୍ଞାନ ଆମକୁ ଶକ୍ତି ଦିଏ, ପ୍ରେମ ଆମକୁ ପୂର୍ଣ୍ଣତା ଦିଏ ।
  2. ବହିଗୁଡ଼ିକ ହେଉଛି ମାଧ୍ୟମ ଯାହା ଦ୍ବାରା ଆମେ ସଂସ୍କୃତି ମଧ୍ୟରେ ସେତୁ ନିର୍ମାଣ କରୁ |
  3. ସହନଶୀଳତା ହେଉଛି ସମ୍ମାନ, ଯାହା ଅସୀମ ମନକୁ ଅସୀମତାକୁ ନେଇଥାଏ ।
  4. ଆନନ୍ଦ ଏବଂ ସୁଖର ଜୀବନ କେବଳ ଜ୍ଞାନ ଏବଂ ବିଜ୍ଞାନ ଆଧାରରେ ସମ୍ଭବ ।
  5. ଆମର ସମସ୍ତ ବିଶ୍ବ ସଂଗଠନ ପ୍ରଭାବହୀନ ପ୍ରମାଣିତ ହେବ ଯଦି ପ୍ରେମ ଘୃଣାଠାରୁ ଅଧିକ ଶକ୍ତିଶାଳୀ ହେବ ନାହିଁ |
  6. ଯେତେବେଳେ ଆମେ ଭାବୁ ଯେ ଆମେ ସବୁ ଜାଣୁ ସେତେବେଳେ ଆମେ ଶିଖିବା ବନ୍ଦ କରିଦେଉ ।

ଶିକ୍ଷକଙ୍କ ଉପରେ କୋଭିଡ-19 ପ୍ରଭାବ:-

କୋରୋନା ଭାଇରସ୍ ଶିକ୍ଷାଦାନ ପାଇଁ ଏକ ସ୍ପଷ୍ଟ ବିପଦ । ଏହି ସମୟରେ କିଛି ଶିକ୍ଷକ ସେମାନଙ୍କ ପଦବୀ ହରାଇ ନିଜ ସହରକୁ ଯିବାକୁ ପଡିବ । ଏହାସହ ଯଦି ଦୀର୍ଘକାଳୀନ ଭାବେ ସ୍କୁଲ ବନ୍ଦ ରୁହେ ତେବେ ସେମାନଙ୍କୁ ଅନ୍ୟ କାମ ଖୋଜିବାକୁ ପଡିବ । ଉଦାହରଣ ସ୍ବରୂପ, 2000 ମସିହା ଆରମ୍ଭରେ ଲିବେରିଆ ଓ ସିଏରା ଲିଓନିରେ ଇବୋଲା ଭାଇରସ ସଙ୍କଟ ପରେ ଅନେର ଶିକ୍ଷକଙ୍କୁ ପୁଣି ନିଯୁକ୍ତି ଦେବାରେ ସମସ୍ୟା ଉପୁଜିଥିଲା ।

ଶିକ୍ଷକମାନଙ୍କ ଅନୁଯାୟୀ, ଅନଲାଇନ୍ ଶିକ୍ଷାରେ ଗୁଣବତ୍ତା ଉପରେ ପ୍ରଭାବ ପକାଇଥାଇପାରେ । ଯଥା ଶିକ୍ଷଣ ପ୍ରକ୍ରିୟା ପାଇଁ ଯୋଜନା, ସାଂଗଠନିକ କାରଣ ଗୁଡ଼ିକ ସହିତ ଜଡିତ କିଛି ସମସ୍ୟା, ବିଦ୍ୟାଳୟ ପରିଚାଳନାରେ ପର୍ଯ୍ୟାପ୍ତ ସ୍ତରର ସହଯୋଗ ଓ ସୂଚନା ବଣ୍ଟନରେ ସମସ୍ୟା ଆଦି ସମସ୍ୟାର ସମ୍ମୁଖିନ ଦେବାକୁ ପଡିଥାଏ ।

ଏବେର ଅନଲାଇନ୍ ଶିକ୍ଷା ଦ୍ବାରା ଅନେକ ଛାତ୍ର ମଧ୍ୟ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏହାସହ ଶିକ୍ଷକମାନଙ୍କ ପାଇଁ ଅନଲାଇନ୍ ଶିକ୍ଷା ଏକ ବଡ ଚ୍ୟାଲେଞ୍ଜ । ଛାତ୍ର ସଂଖ୍ୟା, ପିତାମାତାଙ୍କ ସହିତ ବାରମ୍ବାର ଯୋଗାଯୋଗ ସମସ୍ୟାର ମୁଖ୍ୟ କାରଣ । ଅନେକ ଶିକ୍ଷକଙ୍କୁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ବିଷୟରେ ଜଣା ନଥାଏ, ଫଳରେ ସେମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ଶିକ୍ଷକଙ୍କ ପାଇଁ ପୁରସ୍କାରର ବ୍ୟବସ୍ଥା କରିବା ନିହାତି ଆବଶ୍ୟକ । କାରଣ ବିଶ୍ବ ଗଠନରେ ସେମାନଙ୍କ ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ସମାଜ ସୁଧାର ହେଉ କିମ୍ବା ଭବିଷ୍ୟତ ଗଠନ କାର୍ଯ୍ୟରେ ସବୁଥିରେ ଗୁରୁର ଭୂମିକାର ଗୁରୁତ୍ବ ରହିଛି । ଏଥିପାଇଁ ଜାତୀୟ ପୁରସ୍କାର ପାଇଁ ପ୍ରୟୋଜନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.