ETV Bharat / bharat

ହିନ୍ଦୁ ଧର୍ମ, ଗୋମାତା ଓ ମନ୍ଦିର ସୁରକ୍ଷା ନେଇ ଶିକ୍ଷୟିତ୍ରୀଙ୍କ ସାଇକେଲ ଯାତ୍ରା - ମହିଳାଙ୍କ ସାଇକେଲ ଯାତ୍ରା

ହିନ୍ଦୁ ଧର୍ମ, ଗୋମାତା ଓ ମନ୍ଦିର ସୁରକ୍ଷା ନେଇ ମହିଳାଙ୍କ ସାଇକେଲ ଯାତ୍ରା । ମୋଦିଙ୍କୁ ଭେଟିବା ପାଇଁ ଆରମ୍ଭ କଲେ ସାଇକେଲ ଯାତ୍ରା । ଗୋ ସୁରକ୍ଷା ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ରଖିବେ ଦାବି । ଅଧିକ ପଢନ୍ତୁ....

Teacher on Hyderabad cycle tour from Delhi to speak to the Prime Minister
ହିନ୍ଦୁ ଧର୍ମ, ଗୋମାତା ଓ ମନ୍ଦିର ସୁରକ୍ଷା ନେଇ ମହିଳାଙ୍କ ସାଇକେଲ ଯାତ୍ରା
author img

By

Published : Dec 23, 2020, 4:51 PM IST

ହାଇଦ୍ରାବାଦ : ହିନ୍ଦୁ ଧର୍ମ, ଗୋମାତା ଓ ମନ୍ଦିର ଗୁଡିକର ସୁରକ୍ଷାକୁ ନେଇ ଅଣ୍ଟା ଭିଡିଛନ୍ତି ଜଣେ ମହିଳା । ଆଉ ଏଥିପାଇଁ ହାଇଦ୍ରାବାଦରୁ ସାଇକେଲରେ ଯାତ୍ରା ଆରମ୍ଭ କରିଛନ୍ତି ଏକାକୀ । ଏମାନଙ୍କ ସୁରକ୍ଷା ନେଇ ମୋଦିଙ୍କ ସହ କଥା ହେବାକୁ ହାଇଦ୍ରାବାଦରୁ ସାଇକେଲରେ ଯାତ୍ରା ଆରମ୍ଭ କରିଛନ୍ତି । ଦିଲ୍ଲୀରେ ପହଞ୍ଚି ମୋଦିଙ୍କ ସହ ଏ ବାବଦରେ ଆଲୋଚନା କରିବେ ।

ହିନ୍ଦୁ ଧର୍ମ, ଗୋମାତା ଓ ମନ୍ଦିର ସୁରକ୍ଷା ନେଇ ମହିଳାଙ୍କ ସାଇକେଲ ଯାତ୍ରା

ତେବେ ସାଇକେଲରେ ଯାତ୍ରା ଆରମ୍ଭ କରିଥିବା ମହିଳା ଜଣକ ହେଉଛନ୍ତି ହାଇଦ୍ରାବାଦର ମାଧବୀ ଲତା । ପେଶାରେ ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡିଛି । ସେ ଆଗ୍ରାରେ ପହଞ୍ଚିବା ପରେ ତାଙ୍କୁ ଗୋରକ୍ଷା କ୍ରାନ୍ତି ସଦସ୍ୟମାନେ ସ୍ବାଗତ ଜଣାଇଥିଲେ। ମହିଳା ଜଣକ ଏପର୍ଯ୍ୟନ୍ତ 2000 କିଲୋମିଟର ଯାତ୍ରା ଆରମ୍ଭ କରିସାରିଲେଣି । ତେବେ ସେ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଗୋରକ୍ଷା ସୁରକ୍ଷା ନିମନ୍ତେ ଏକ ଆଇନ ଆଣିବା ପାଇଁ ଦାବି କରିବେ ବୋଲି କହିଛନ୍ତି । ସେ 15 ନଭେମ୍ବରରୁ ଯାତ୍ରା ଆରମ୍ଭ କରିଥିଲେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.