ETV Bharat / bharat

ଲକଡାଉନ୍: ଆଗ୍ରାରେ ଟିବିରେ 145 ଜଣଙ୍କ ମୃତ୍ୟୁ - corona virus in agra

ଉତ୍ତରପ୍ରଦେଶ ଆଗ୍ରାରେ ପ୍ରଶାସନ କୋରୋନା ଲଢେଇରେ ଧ୍ୟାନ ଦେଉଥିବା ବେଳେ ଆଗ୍ରାରେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢିବାରେ ଲାଗିଛି । କୋରୋନା ମୃତ୍ୟୁ ସହ ଅନ୍ୟ ରୋଗରେ ମଧ୍ୟ ଆଗ୍ରାବାସୀ ଜୀବନ ହାରୁଛନ୍ତି ।

TB paitents death
ଆଗ୍ରାରେ ଟିବି ରୋଗରେ 145ଜଣଙ୍କ ମୃତ୍ୟୁ
author img

By

Published : May 17, 2020, 2:52 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆଗ୍ରାରେ ପ୍ରଶାସନ କୋରୋନା ଲଢେଇରେ ଧ୍ୟାନ ଦେଉଥିବା ବେଳେ ଆଗ୍ରାରେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢିବାରେ ଲାଗିଛି । କୋରୋନା ମୃତ୍ୟୁ ସହ ଅନ୍ୟ ରୋଗରେ ମଧ୍ୟ ଆଗ୍ରାବାସୀ ଜୀବନ ହାରୁଛନ୍ତି ।

ଜାନୁଆରୀ 1ରୁ ମାର୍ଚ୍ଚ 15 ମଧ୍ୟରେ 27ଜଣ ରୋଗୀ ଟିବିରେ ଆକ୍ରାନ୍ତ ହୋଇ ଜୀବନ ହାରିଥିବା ବେଳେ ମାର୍ଚ୍ଚ 20 ରୁ ମେ 12 ମଧ୍ୟରେ ଟିବିରେ 145 ଜଣଙ୍କର ମୃତ୍ୟୁ ଘଟିଛି। ଏହାର ମୁଖ୍ୟ କାରଣ ଠିକ୍ ସମୟରେ ଚିକିତ୍ସା ନମିଳିବା । ଆଗ୍ରାରେ ଲକଡାଉନ୍ କାରଣରୁ ଅଧିକାଂଶ ହସ୍ପିଟାଲ ଓ ପ୍ରଶାସନ କୋରୋନା ସହ ଲଢିବାରେ ବ୍ୟସ୍ତ କିନ୍ତୁ ତଥାପି ମୃତ୍ୟୁ ସଂଖ୍ୟା କମିବାର ନା ନେଉନି ।

ମିଳିଥିବା ତଥ୍ୟ ଅନୁଯାୟୀ, ଜାନୁୟାରୀ 1 ରୁ ମେ 12 ମଧ୍ୟରେ 5813 ଟିବି ରୋଗୀଙ୍କ ନାଁ ପଞ୍ଜିକୃତ ହୋଇଛି। 5 ମାସ ପରେ ମଧ୍ୟ 290 ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇନଥିଲା। ଅନ୍ୟପକ୍ଷେ ମେ 12 ପର୍ଯ୍ୟନ୍ତ 507 ରୋଗୀଙ୍କ ରିପୋର୍ଟ ସାମ୍ନାକୁ ଆସିଥିଲା ସେଥିମଧ୍ୟରୁ କେବଳ 7 ଜଣ ରୋଗୀ ସୁସ୍ଥ ହୋଇ ନିଜ ଘରକୁ ଫେରିଥିଲେ ଓ 500 ରୋଗୀ ଚିକିତ୍ସିତ ହେଉଛନ୍ତି। ଏଥିମଧ୍ୟରୁ 172 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ 145 ରୋଗୀ ଅଛନ୍ତି ଯେଉଁମାନେ ଲକଡାଉନ୍ ସମୟରେ ମୃତ୍ୟୁ ବରଣ କରିଛନ୍ତି।

ଆଗ୍ରା ଜିଲ୍ଲାପାଳ ପ୍ରଭୁ ଏନ୍ ସିଂ କହିଛନ୍ତି ଯେ ଟିବି ରୋଗରେ ମୃତ୍ୟୁ ଏକ ଗୁରୁତର ବିଷୟ । ଏହାର ଉପଚାର ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏଥିସହ ଜିଲ୍ଲା ଡାକ୍ତରଖାନାର ନିର୍ଦ୍ଦେଶକ ଡ଼ଃ ସତୀଶ କୁମାର ବର୍ମା କହିଛନ୍ତି ଯେ ଟିବି ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍। କୋଭିଡରେ ଅଧିକ କର୍ମଚାରୀ ଡ୍ୟୁଟି ଅଛନ୍ତି ତଥାପି ଟିବି ରୋଗୀଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା କରାଯାଉଛି। ଅବହେଳା ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.