ETV Bharat / bharat

କାନାଡାରେ ଭାରତୀୟ ଛାତ୍ରୀଙ୍କୁ ଛୁରାମାଡ: ପରିବାରକୁ ଭିସା ପାଇଁ ଜୟଶଙ୍କରଙ୍କ ନିର୍ଦ୍ଦେଶ - jaishankar intervenes

କାନାଡାର ଟରେଣ୍ଟୋରେ ଭାରତୀୟ ଛାତ୍ରୀ ରସେଲ ଆଲବର୍ଟଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦୁଃଖ ପ୍ରକାଶ କଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପରିବାର ବର୍ଗଙ୍କୁ ଭିସା ଦେବା ପାଇଁ ଜୟଶଙ୍କରଙ୍କ ନିର୍ଦ୍ଦେଶ ।

କାନାଡାରେ ଭାରତୀୟ ଛାତ୍ରୀଙ୍କୁ ଛୁରାମାଡ: ପରିବାରକୁ ତତ୍କାଳ ଭିସା ପାଇଁ ଜୟଶଙ୍କର ଦେଲେ ନିର୍ଦ୍ଦେଶ

author img

By

Published : Jan 24, 2020, 5:41 PM IST

ଟରେଣ୍ଟୋ: କାନାଡାର ଟରେଣ୍ଟୋରେ ଭାରତୀୟ ଛାତ୍ରୀ ରସେଲ ଆଲବର୍ଟଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ରସେଲଙ୍କ ପରିବାରକୁ ତତ୍କାଳ ଭିସା ଦେବା ପ୍ରକ୍ରିୟାରେ ସାହାଯ୍ୟ କରିବା ପାଇଁ ଜୟଶଙ୍କର ବିଦେଶ ମନ୍ତ୍ରାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଛାତ୍ରୀ ଜଣଙ୍କୁ ଆକ୍ରମଣ କରାଯାଇଥିଲା ।

ତାମିଲନାଡୁର 23 ବର୍ଷୀୟ ଛାତ୍ରୀ ରସେଲ ଆଲବର୍ଟଙ୍କୁ ବୁଧବାର ଛୁରୀରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ରସେଲ ବର୍ତ୍ତମାନ ଗୁରୁତର ଅବସ୍ଥାରେ ସନ୍ନିବ୍ରୁକ ହେଲଥ୍‌ ସାଇନ୍ସ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି । ମୃତ୍ୟୁ ସହ ସଂଗ୍ରାମ କରୁଥିବା ଝିଅ ପାଖକୁ ଯିବା ପାଇଁ ଭିସା ଆବଶ୍ୟକ ଥିବାରୁ ଏ ନେଇ ପରିବାର ବର୍ଗ ବିଦେଶମନ୍ତ୍ରୀ ଜୟଶଙ୍କରଙ୍କୁ ଅନୁରୋଧ କରିଥିଲେ । ବିଦେଶମନ୍ତ୍ରୀ ଘଟଣକୁ ନେଇ ତତ୍ପରାତା ପ୍ରକାଶ କରିବା ସହ ପରିବାରକୁ ଭିସା ଦେବା ପାଇଁ ବିଦେଶମନ୍ତ୍ରାଳୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେ ପରିବାର ବର୍ଗଙ୍କୁ +91 9873983884 ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ ଟ୍ବିଟ କରି ଜଣାଇଛନ୍ତି ।

ରସେଲ ଆଲବର୍ଟ ଟରେଣ୍ଟୋର ୟର୍କ ୟୁନିଭର୍ସିଟିର ପିଜି ଛାତ୍ରୀ ଥିବା ଜଣାପଡିଛି । ବିଶ୍ବବିଦ୍ୟାଳୟ ପରିସରକୁ ଚାଲିଚାଲି ଯାଉଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ବୁଧବାର ରାତିରେ ଲିଚ୍‌ ଆଭେନ୍ୟୁ ଓ ଆସିନିବୋଏନି ରୋଡରେ ଏହି ଘଟଣା ଘଟିଥିବା ଟରେଣ୍ଟୋ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.