ETV Bharat / bharat

ତାମିଲନାଡୁରେ ଲଗାତାର 2 ଦିନ ଧରି 1000 ଉପରେ ଆକ୍ରାନ୍ତ

ପୂର୍ବରୁ 1000 ତଳେ ମାମଲା ରହୁଥିବାବେଳେ ଏବେ 2 ଦିନ ହେବ ଏହା 1000 ଟପିଛି । ସୋମବାର 1112 ଜଣ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଅଧିକ ପଢନ୍ତୁ...

ତାମିଲନାଡୁରେ ଲଗାତାର ଦ୍ବିତୀୟ ଦିନ 1000 ଉପରେ ଆକ୍ରାନ୍ତ

author img

By

Published : Jun 2, 2020, 1:25 AM IST

ଚେନ୍ନାଇ: ତାମିଲନାଡୁରେ ପରିସ୍ଥିତି ସାଙ୍ଘାତିକ ହେଉଛି । ଲଗାତାର ଦ୍ବିତୀୟ ଦିନରେ ତାମିଲନାଡୁରେ ହଜାରେ ଉପରେ ଆକ୍ରାନ୍ତ ବାହାରିଛନ୍ତି । ପୂର୍ବରୁ ରବିବାର ପ୍ରଥମ ଥର 1149 ଲୋକ ପଜିଟିଭ ବାହାରିଥିଲେ ।

ପୂର୍ବରୁ 1000 ତଳେ ମାମଲା ରହୁଥିବାବେଳେ ଏବେ 2 ଦିନ ହେବ ଏହା 1000 ଟପିଛି । ସୋମବାର 1112 ଜଣ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏହାସହ 11 ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ୍ କୋରୋନା ଆକ୍ରାନ୍ତ 23 ହଜାର 495 ରହିଛି ଯେଉଁଥିରୁ 10 ହଜାର 138ଟି ଆକ୍ଟିଭ କେସ ରହିଛି । ସେହିପରି 184 ଜଣ ଏବେ ଯାଏଁ କୋରୋନାରେ ପ୍ରାଣ ହରାଇଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ ସୋମବାର 413 ଜଣଙ୍କ ସମେତ ମୋଟ୍ 13 ହଜାର 170 ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ଯାଏଁ 5 ଲକ୍ଷ 3 ହଜାର 339 ସାମ୍ପଲ ଟେଷ୍ଟ ହୋଇସାରିଛି । 43ଟି ସରକାରୀ ଏବଂ 29ଟି ଘରୋଇ ଲାବରେ ଏହି ସବୁ ପରୀକ୍ଷା ହୋଇଛି । ମୋଟ୍ 4 ଲକ୍ଷ 39 ହଜାର 208 ରିପୋର୍ଟ ନେଗେଟିଭ ଆସିଛି । ସେହିପରି ଏବେ 636ଟି ସାମ୍ପଲର ପରୀକ୍ଷା ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.