ETV Bharat / bharat

ତାମିଲନାଡୁରେ 15 ହଜାର ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା, ଶହେ ଟପିଲା ମୃତ୍ୟୁସଂଖ୍ୟା - ଗୁଜରାଟ କୋରୋନା ଅପଡେଟ

ତାମିଲନାଡୁରେ ମୋଟ ଆକ୍ରାନ୍ତ 15 ହଜାର 512 ପହଞ୍ଚିଛି । ସେହିପରି ଗୁଜୁରାଟରେ ମୋଟ 13 ହଜାର 669 ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଅଧିକ ପଢନ୍ତୁ...

ତାମିଲନାଡୁରେ 15 ହଜାର ପାର ଆକ୍ରାନ୍ତ, ଶହେ ଟପିଲା ମୃତ୍ୟୁସଂଖ୍ୟା

author img

By

Published : May 24, 2020, 12:59 AM IST

ଚେନ୍ନାଇ: ମହାରାଷ୍ଟ୍ର ପରେ ଦେଶରେ କୋରୋନା ଦ୍ବାରା ଅଧିକ ପ୍ରଭାବିତ ହୋଇଛି ତାମିଲନାଡୁ । ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 15 ହଜାର ପାର କରିଛି । ତେବେ ମୃତ୍ୟୁସଂଖ୍ୟା ଅନ୍ୟ ରାଜ୍ୟଙ୍କ ତୁଳନାରେ କମ ଥିବା ସତ୍ତ୍ବେ 100 ଟପିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଶନିବାର 710ଟି ନୂଆ ମାମଲା ସାମନାକୁ ଆସିଛି । ଏହାସହ 5ଟି ମୃତ୍ୟୁ ରେକର୍ଡ ହୋଇଛି । ଫଳରେ ତାମିଲନାଡୁରେ ମୋଟ ଆକ୍ରାନ୍ତ 15 ହଜାର 512 ପହଞ୍ଚିଛି । ସେହିପରି 103ଟି ମୃତ୍ୟୁ ସହ 7915ଟି ଆକ୍ଟିଭ କେସ ରହିଛି ବୋଲି ସୂଚନା ରହିଛି ।

ସେହିପରି ଏହା ପଛକୁ ତାଳ ଦେଇ ଆଗଉଛି ଗୁଜୁରାଟ । ଏଠାରେ ଗତ 24 ଘଣ୍ଟାରେ 396ଟି ନୂଆ କୋରୋନା ମାମଲା ରିପୋର୍ଟ ହୋଇଛି । ଏବେ ପର୍ଯ୍ୟନ୍ତ ରାଜ୍ୟରେ ମୋଟ 13 ହଜାର 669 ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଏହାସହ 829 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 6169 ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।

ତେବେ ଅନେକ ଦିନ ପରେ ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 200 ପାର କରିଛି । ଶନିବାର ଏଠାରେ 201 ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ସୁଦ୍ଧା ରାଜ୍ୟରେ 6371 ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ମଧ୍ୟରୁ 3267 ଜଣ ସୁସ୍ଥ ହେବା ସହ 281 ଲୋକଙ୍କ ମୃତ୍ୟୁ ହୋଇଛି । ଶନିବାର 9 ଜଣଙ୍କ ମୃତ୍ୟୁ ସହିତ 178 ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.